କୋଲକାତା ନାଇଟ୍ ରାଇଡର୍ସକୁ 2 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍
IPL 2025ର 57ତମ ମ୍ୟାଚ୍ରେ, କୋଲକାତା ନାଇଟ୍ ରାଇଡର୍ସକୁ 2 ୱିକେଟ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଧୋନି । ଅଂଶୁଲ କମ୍ବୋଜଙ୍କ ସହ ମିଶି ଶେଷ ଓଭରରେ 2 ବଲ୍ ବାକି ଥାଇ CSKକୁ ବିଜୟୀ କରାଇଥିଲେ । ଏହା ଚେନ୍ନାଇର ତୃତୀୟ ବିଜୟ । ସେପଟେ ପରାଜୟ ପରେ KKR ପ୍ଲେଅଫରେ ପହଞ୍ଚିବା ଆଶାକୁ କିଛିଟା ଧୂଳିସାତ୍ କରିଦେଇଛି ।
CSK ୨ ୱିକେଟରେ KKRକୁ ପରାସ୍ତ କଲା:
ଇଡେନ ଗାଡେନରେ ଖାଳାଯାଇଥିବା ମ୍ୟାଚ୍ରେ KKR ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପ୍ରଥମେ ବୋଲିଂ କରିବାକୁ ଦେଇଥିଲେ । ପ୍ରଥମେ ବ୍ୟାଟିଂ କରି କେକେଆର ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା । ସିଏସକେ ୧୯.୪ ଓଭରରେ ୮ ୱିକେଟ ହରାଇ ୧୮୩ ରନ କରି ୧୮୦ ରନର ଟାର୍ଗେଟକୁ ସଫଳତାର ସହ ହାସଲ କରିଛି ।
ବ୍ରେଭିସ୍-ଶିବମ୍ ଦୁବେଙ୍କ ଚମତ୍କାର ଇନିଂସ:
ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୮୦ ରନର ଟାର୍ଗେଟକୁ ପିଛା କରୁଥିବା ଡିୱାଲ୍ଡ ବ୍ରେଭିସ୍ ୨୫ ବଲରେ ୪ ଚୌକା ଏବଂ ୪ ଛକା ସହ ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଶିବମ୍ ଦୁବେ ୪୦ ବଲ୍ରେ ୨ ଚୌକା ଏବଂ ୩ ଛକା ସହିତ ୪୫ ରନ୍ର ଏକ ଇନିଂସ ଖେଳିଥିଲେ ।

ସେପଟେ ଡେବ୍ୟୁ ମ୍ୟାଚ୍ରେ, ଉର୍ଭିଲ ପଟେଲ ୧୧ ବଲ୍ରେ ୧ ଚୌକା ଏବଂ ୩ ଛକା ସହିତ ୩୧ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଧୋନି ୧୭ ରନ ଏବଂ ଅଂଶୁଲ କାମ୍ବୋଜ ୪ ରନ କରି ଅପରାଜିତ ରହିଥିଲେ ଏବଂ ନିଜ ଦଳକୁ ବିଜୟ ଦେଇ ଫେରିଥିଲେ । କେକେଆର ପକ୍ଷରୁ ବୈଭବ ଆରୋରା ୩ଟି, ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ । ମୋଇନ୍ ଅଲି ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ ।
କେକେଆର ବ୍ୟାଟିଂ:
କେକେଆରର କ୍ୟାପ୍ଟେନ ରାହାଣେ 33 ବଲରେ 4 ଚୌକା ଓ 2 ଛକା ସହ 44 ରନ ସଂଗ୍ରେହ କରିଥିଲେ । ଏହାସହ ସୁନିଲ ନାରାୟଣ 26 ରନ, ମନିଷ ପାଣ୍ଡେ ଅପରାଜିତ 36 ଆଣ୍ଡ୍ରେ ରସେଲ 38 ରନ କରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ନୁର ଅହମ୍ମଦ ୪ ଓଭରରେ ୩୧ ରନ ଦେଇ ୪ଟି ୱିକେଟ ନେଇଥିଲେ । ରବିନ୍ଦ୍ର ଜାଡେଜା ଏବଂ ଅନସୁଲ କାମ୍ବୋଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।












Click it and Unblock the Notifications