ଆଇପିଏଲ 2020: ଖେଳାଳିଙ୍କ ବିଷୟରେ ସର୍ବାଧିକ ଟ୍ବିଟ କରିଛନ୍ତି ବିରାଟ
ଆରସିବି ଅଧିନାୟକ ବିରାଟ କୋହଲି ଜଣେ ଖେଳାଳି ହିସାବରେ ନିଜ ଦଳୀୟ ଖେଳାଳିଙ୍କୁ ନେଇ ସର୍ବାଧିକ ଟ୍ବିଟ କରିଛନ୍ତି ।
ଭୁବନେଶ୍ବର: ଖେଳାଳିଙ୍କ ନେଇ ସବୁବେଳେ ଉତ୍ସାହି ରହିଥାନ୍ତି ବିରାଟ କୋହଲି । ତେବେ ସେ ଭାରତୀୟ କ୍ରିକେଟ ଦଳର ଖେଳାଳି ହୁଅନ୍ତୁ କିମ୍ବା ଆଇପିଏଲରେ ନିଜ ଫ୍ରାଞ୍ଚାଇଜ୍ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) । ନିଜ ବ୍ୟକ୍ତି ଗତ ଆକାଉଣ୍ଟରେ ଦଳର ଖେଳାଳିମାନଙ୍କୁ ନେଇ ଅଧିକାଂଶ ସମୟରେ କିଛି ନା କିଛି ପୋଷ୍ଟ କରିଥାନ୍ତି ବିରାଟ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହୁଏତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2020 ଟାଇଟଲ ଜିତିଥାଇ ପାରେ । କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ବର୍ଷ ଲିଗ୍ ପର୍ଯ୍ୟାୟରେ ବାଦ୍ ପଡ଼ିବା ସତ୍ତ୍ବେ ସୋସିଆଲ୍ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଛି ।

ପ୍ରାରମ୍ଭିକ ବିପର୍ଯ୍ୟୟ ଓ ଏମଏସ ଧୋନିଙ୍କ କ୍ରିକେଟରେ ପ୍ରତ୍ୟାବର୍ତ୍ତନ ସହିତ ଏକ ବର୍ଷରୁ ଅଧିକ ସମୟ ପରେ ସିଏସକେ ଟୁର୍ଣ୍ଣାମେଣ୍ଟରେ ଅନ୍ୟତମ ଚର୍ଚ୍ଚିତ ଦଳ ହୋଇପାରିଥିଲା । ୟେଲୋ ବ୍ରିଗେଡକୁ ନେଇ ଆଗ୍ରହ ସର୍ବଦା ସୋସିଆଲ ମିଡିଆରେ ରହିଥାଏ । କିନ୍ତୁ ଚଳିତ ବର୍ଷ ଏହା ଆହୁରି ଅଧିକ ଥିଲା କାରଣ ଧୋନି ଅଗଷ୍ଟ 15 ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ପ୍ରଥମ ଥର ପାଇଁ କ୍ରିକେଟ୍ ଖେଳୁଥିଲେ।
ତେବେ ଆଇପିଏଲ ସମାପ୍ତ ପରେ ସୋସିଆଲ ମିଡିଆ ହିସାବରୁ ଏକ ରୋମାଞ୍ଜକ ତଥ୍ୟ ଦେଖିବାକୁ ମିଳିଛି । ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ ସିଜିନରେ ଦଳ ଭାବେ ସର୍ବାଧିକ ଟ୍ୱିଟ କରିଛି । ସେହିପରି ଆରସିବି ଅଧିନାୟକ ବିରାଟ କୋହଲି ଜଣେ ଖେଳାଳି ହିସାବରେ ନିଜ ଦଳୀୟ ଖେଳାଳିଙ୍କୁ ନେଇ ସର୍ବାଧିକ ଟ୍ବିଟ କରିଛନ୍ତି । ସେହିପରି ଚଳିତ ସିଜିନର ଉଦଘାଟନୀ ମ୍ୟାଚ ମୁମ୍ବାଇ-ଚେନ୍ନାଇ ମ୍ୟାଚକୁ ନେଇ ସର୍ବାଧିକ ଟ୍ୱିଟ କରାଯାଇଥିଲା ।
ସେହିପରି ସଚିନ ତେନ୍ଦୁଲକରଙ୍କ ଟ୍ବିଟ୍ ପୁରାନଙ୍କୁ ପ୍ରଶଂସା କରିବା ଚଳିତ ଋତୁର ସୁବର୍ଣ୍ଣ ଟ୍ୱିଟ୍ ଥିଲା ଯାହା 23,000 ରୁ ଅଧିକ ରି-ଟ୍ୱିଟ୍ ଲାଭ କରିଥିଲା।












Click it and Unblock the Notifications