Get Updates
Get notified of breaking news, exclusive insights, and must-see stories!

ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଟାଇରେ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୮ ଉଇକେଟ ହରାଇ ୨୩୦ ରନ କରିଥିବାବେଳେ ଭାରତ ୪୭.୫ ଓଭରରେ ୨୩୦ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।

ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ କୌଣସି ଦଳ ଅଗ୍ରଣୀ ନେବାରେ ସକ୍ଷମ ହୋଇ ନାହାନ୍ତି।ଭାରତ ପକ୍ଷରୁ ରୋହିତ ଶର୍ମା ୫୮ ରନ କରିଥିବାବେଳେ ବିରାଟ କୋହଲି ୨୪ ରନ କରିଥିଲେ । ସେହିପରି କେଏଲ ରାହୁଲ ୩୧ ରନ ଓ ଅକ୍ଷର ପଟେଲ ୩୩ ରନ କରିଥିଲେ । ଶିବମ ଦୁବେ ୨୫ ରନ କରିଥିଲେ ।

india srilanka

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ସ୍କୋର ମାତ୍ର ୭ ରନ ହୋଇଥିବାବେଳେ ଦଳ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଅଭିଷ୍କା ଫର୍ନାଣ୍ଡୋ ମାତ୍ର ୧ ରନ କରି ଆଉଟ ହୋଇଥିଲେ । ତେବେ ପ୍ରଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ ସତର୍କତାର ସହ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ ।

ନିଶଙ୍କା ୫୬ରନ କରିଥିଲେ ଓ ମେଣ୍ଟିସ ୧୪ ରନ କରିଥିଲେ । ଦଳର ମଧ୍ୟକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ ବି ନିମ୍ନମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ସ୍ଥିତିକୁ ସୁଧାରିଥିଲେ । ଦୁନିଥ ଓ୍ବାଲାଲାଗେ ୬୭ ରନ କରିଥିବାବେଳେ ହସରଙ୍ଗା ୨୪ ରନ ଓ ଜନିଥ ଲିଆନାଗେ ୨୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୩୦ ରନ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+