ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ସୂଚୀରେ ପରିବର୍ତ୍ତନ

ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ୨୦୮୩୫/୨୦୮୩୬ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ।

Puri-Rourkela Vande Bharat Express schedule

ଏହି ଟ୍ରେନ ପାଇଁ ଜୁନ୍ ୩ ଠାରୁ ସାପ୍ତାହିକ ଛୁଟି ଦିନ ଅର୍ଥାତ୍ ମଙ୍ଗଳବାର ଚଳାଚଳ ବନ୍ଦ ରହିବ । ଜୁନ୍ ୭ ଠାରୁ ଶନିବାର ଦିନରେ ଚଳାଚଳ ସ୍ୱାଭାବିକ ରହିବ । ୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ୫ ଘଟିକାରେ ଛାଡି ଅପରାହ୍ନ ୧୨ଟା.୪୫ମି.ରେ ରାଉରକେଲାରେ ପହଞ୍ଚୁଛି । ୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ଅପରାହ୍ନ ୨ଟା .୧୦ମି.ରେ ଛାଡି ପୁରୀରେ ରାତ୍ରି ୯ଟା ୪୦ମି.ରେ ପହଞ୍ଚୁଛି । ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡ଼ିକରେ ଟ୍ରେନର ସମୟ ଏବଂ ରହଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+