Get Updates
Get notified of breaking news, exclusive insights, and must-see stories!

Champions Trophy: ଚାମ୍ପିଅନ୍ସ ଟ୍ରଫିରେ ଆଜି ମହାମୁକାବିଲା, ଭାରତ ବନାମ ପାକିସ୍ତାନ, କିଏ ମାରିବ ବାଜି ?

ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଜି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା। ଦୁଇ ଦେଶ ପୁରା ପ୍ରସ୍ତୁତ । ଆବୁଧାବି ଭାରତୀୟ ସମୟ ଦିବା ୨:୩୦ ରେ ମ୍ୟାଚ୍ ଖେଳାଯିବ ।

କରାଚୀରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରି ଦୁବାଇ ଆସିଥିବା ପାକିସ୍ତାନ ପ୍ରବଳ ଚାପରେ । ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତଠାରୁ ହାରିଗଲେ ମହମ୍ମଦ ରିଜୱାନଙ୍କ ଦଳ ସେମିଫାଇନାଲ୍‌ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ଆଉ ୩ ଦଶନ୍ଧି ପରେ ପାକିସ୍ତାନକୁ ମିଳିଥିବା ଆୟୋଜନର ଉତ୍ସାହ ପ୍ରଥମରୁ ଫିକା ପଡ଼ିଯିବ।

ରୋହିତ ଶର୍ମାଙ୍କ ଦଳ ବି ପାକିସ୍ତାନ ବିପକ୍ଷ ଧାରାକୁ ଆଗକୁ ନେଇ ସେମିଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି। ପ୍ରଶଂସକ ମଧ୍ୟ ଏକ ଲୋମଟାଙ୍କୁରା ତଥା ଦମ୍‌ଦାର ମୁକାବିଲା ଦେଖିବା ଆଶାରେ ଅଛନ୍ତି।

India vs Pakistan

ଚାମ୍ପିଅନ୍ସ ଟ୍ରଫିର ୨୦୧୭ ସଂସ୍କରଣ ଫାଇନାଲ୍‌ରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା। ସେହିଭଳି ୨୦୨୧ ଟ୍ବେଣ୍ଟି-୨୧ ବିଶ୍ବକପ୍‌ରେ ମଧ୍ୟ ହରାଇବାରେ ସକ୍ଷମ ହେବାରୁ ପରାଜୟର ଲମ୍ବା ଧାରାକୁ ଭାଙ୍ଗିଥିଲା। ଏବେ କିନ୍ତୁ ପାକିସ୍ତାନର ସୀମିତ ଓଭର ଦଳ ସେଭଳି ପ୍ରଭାବୀ ଖେଳ ଖେଳୁନାହିଁ।

ପାକିସ୍ତାନ ବିପକ୍ଷ ବିଗତ ୧୧ ଦିନିକିଆ ମ୍ୟାଚ୍‌ରୁ ଭାରତ ୯ଟି ଜିତିଛି। ଏସବୁ ମ୍ୟାଚ୍‌ ବିଶ୍ବକପ୍‌, ଚାମ୍ପିଅନ୍ସ ଟ୍ରଫି ଓ ଏସିଆ କପ୍‌ରେ ଦେଖିବାକୁ ମିଳିଛି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ କିନ୍ତୁ ପାକିସ୍ତାନ ୩-୨ରେ ଆଗୁଆ ।

ମୋଟ ଉପରେ ପାକିସ୍ତାନ ବିପକ୍ଷରେ କୋହଲି ୧୬ ଦିନିକିଆରୁ ୫୨.୧୫ ହାରରେ ୬୭୮ ରନ୍ ସଂଗ୍ରହ କରିଛନ୍ତି। ଷ୍ଟ୍ରାଇକ୍‌ ରେଟ୍‌ ବି ଉଚ୍ଚ (୧୦୦.୨୯)ରେ ରହିଛି। ଏହା ଭିତରେ ୩ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଅଛି।

ଭାରତୀୟ ଦଳ ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଆଶାରେ ରହିଛି। ବଡ଼ ଖେଳାଳି ବଡ଼ ମୁକାବିଲାରେ ଭଲ କରିବାର ପରମ୍ପରା ଥିବାରୁ ଉଭୟ ଦୁବାଇରେ ଚମତ୍କାର ବ୍ୟାଟିଂ କରନ୍ତୁ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି।

ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜା‌‌ଡ଼େଜା, ଅକ୍ଷର ପଟେଲ୍‌, ହର୍ଷିତ ରାଣା, ମହମ୍ମଦ ସାମି, କୁଲଦୀପ ୟାଦବ।

ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ଇମାମ ଉଲ୍ ହକ୍‌, ବାବର ଆଜମ, ସୌଦ ସକିଲ୍‌, ମହମ୍ମଦ ରିଜୱାନ (ଅଧିନାୟକ, ୱିକେଟରକ୍ଷକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ସାହା, ସାହିନ ସାହା ଆଫ୍ରିଦୀ, ନସିମ୍ ସାହା, ହାରିସ ‌ରୌଫ, ଆବ୍ରାର ଅହମ୍ମଦ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+