ଫେବୃଆରୀ ୧୯ରୁ ଚମ୍ପିଆନ୍ସ ଟ୍ରଫି, ବିସିସିଆଇ ପକ୍ଷରୁ ୧୫ ଜଣିଆ ଟିମ୍‌ ଘୋଷଣା

ଚଳିତ ବର୍ଷ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମୁମ୍ବାଇରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ୧୫ ଜଣିଆ ଦଳ ଘୋଷଣା କରିଛନ୍ତି।

Champions Trophy

ଦଳରେ ରୋହିତ ଶର୍ମା ଅଧିନାୟକ ଓ ଶୁଭମନ ଗିଲ୍‌ ଉପ-ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଅନ୍ୟ ଖେଳାଳୀମାନଙ୍କ ମଧ୍ୟରେ ଦଳରେ ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି। ଆଜି ମଧ୍ୟ ତିନି ମ୍ୟାଚ ବିଶିଷ୍ଟ ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି।

ଆସନ୍ତା ଫେବ୍ରୁଆରୀ ୧୯ରୁ ହାଇବ୍ରିଡ୍‌ ମଡେଲରେ ଉଭୟ ପାକିସ୍ତାନ ଓ ଦୁବାଇରେ ଚମ୍ପିଆନ୍ସ ଟ୍ରଫି ଖେଳାଯିବ। ପ୍ରଥମ ମ୍ୟାଚ୍‌ କରାଚୀରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଫେବ୍ରୁଆରୀ ୨୦ରେ ଦୁବାଇରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ତା'ର ପ୍ରଥମ ମ୍ୟାଚ୍‌ ଖେଳିବ।

ସୂଚନା ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳ ମଧ୍ୟରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଦଳଗୁଡ଼ିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଥିବା ବେଳେ ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗ୍ରୁପ 'ଏ'ରେ ରହିଛନ୍ତି। ଗ୍ରୁପ 'ବି'ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ ଅଛନ୍ତି। ୮ଟି ଦଳ ନିଜ ଗ୍ରୁପରେ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବେ। ପ୍ରଥମ ସେମିଫାଇନାଲ ଦୁବାଇରେ ଓ ଦ୍ୱିତୀୟ ସେମିଫାଇନାଲ ଲାହୋରରେ ଖେଳାଯିବ। ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ତାର ସମସ୍ତ ମ୍ୟାଚ କେବଳ ଦୁବାଇରେ ଖେଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+