Champions Trophy: ବୁମ୍‌ରାଙ୍କ ଅନୁପସ୍ଥିତିରେ ସାମି ହିଁ ଭରସା

Champions Trophy: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ମହମ୍ମଦ ସାମିଙ୍କ ଉପରେ ଭରସା । ସାମି ଯଦି ତାଙ୍କ ବୋଲିଂରେ ଚମତ୍କାରିତା ଦେଖାନ୍ତି ତେବେ ଭାରତ ୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିପାରିବ ବୋଲି ଆଶା କରାଯାଉଛି।

Champions Trophy

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଥିବା ଯଶପ୍ରୀତ ବୁମ୍‌ରା ଆଘାତପ୍ରାପ୍ତ ହୋଇଥିବାରୁ ସେ ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛନ୍ତି । ତେଣୁ ସମର୍ଥକମାନେ ଶାମିଙ୍କଠାରୁ କିଛିଟା ଚମତ୍କାରିତା ଆଶା କରୁଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ଭାରତ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

। ୩୪ ବର୍ଷୀୟ ପେସ୍‌ ବୋଲର ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗତବର୍ଷ ବିଭିନ୍ନସ୍ତରରେ ବିଭିନ୍ନ ଫର୍ମାଟ୍‌ରେ କେତୋଟି ମ୍ୟାଚ ଖେଳିଛନ୍ତି। ଏକ ଚାପପ୍ରବଣ ଟୁର୍ନାମେଣ୍ଟରେ ତାଙ୍କର ପ୍ରଦର୍ଶନ କିପରି ରହୁଛି ତାହା ଲକ୍ଷ୍ୟ କରିବାର କଥା।

ଚାମ୍ପିୟନ୍ସ ଟ୍ରଫିରେ ଶାମିଙ୍କ ପାର୍ଟନର ରହିବେ ଅର୍ଶଦୀପ ସିଂ। ଯଦିଓ ସେ ଜଣେ ବିଚକ୍ଷଣ ବୋଲର ଏପର୍ଯ୍ୟନ୍ତ ବୁମ୍‌ରାଙ୍କସ୍ତରର ହୋଇ ପାରି ନାହାନ୍ତି। ଭାରତର ପୂର୍ବତନ ପେସ୍‌ ବୋଲର ଲକ୍ଷ୍ମୀପତି ରାଜୁ କହିଛନ୍ତି, ବୁମ୍‌ରା ନିଶ୍ଚିତ ଭାବେ ସମସ୍ତ ଫର୍ମାଟରେ ଜଣେ ଚାମ୍ପିୟନ ବୋଲର। କିନ୍ତୁ ଶାମି ବେଶ୍‌ ଅଭିଜ୍ଞ। ତେବେ ଭାରତକୁ ଜିତିବାକୁ ହେଲେ ସାମୀଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+