Get Updates
Get notified of breaking news, exclusive insights, and must-see stories!

CHAMPIONS TROPHY: ଚାମ୍ପିଅନ୍ସ ଟ୍ରଫିରେ ଏହି ଦଳକୁ ଥରେବି ହରାଇପାରିନି ଭାରତ

ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ ପର୍ଯ୍ୟାୟରେ 2ଟି ମ୍ୟାଚ ଜିତି ସେମିଫାଇନାଲରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ଆଜି ମେନ ଇନ ବ୍ଲୁର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ରହିଛି ।

ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବ ମୁକାବିଲା । ସବୁଠାରୁ ବଡ କଥା ହେଉଛି ଚାମ୍ପିଅନ୍ସ ଟ୍ରଫିରେ ସାମିଲ ହୋଇଥିବା ଦଳ ବିପକ୍ଷରେ ଭାରତ ସମସ୍ତ ମ୍ୟାଚ ଜିତିଛି । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ବି ମ୍ୟାଚ ଜିତିବାରେ ସମର୍ଥ ହୋଇନାହିଁ ।

୨୫ ବର୍ଷ ପରେ ନ୍ୟୁଜିଲାଣ୍ଡ ଓ ଭାରତ ମୁକାବିଲା:

2000 ମସିହାରେ ଆୟୋଜିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳ ପରସ୍ପରର ମୁହାଁମୁହିଁ ହୋଇଥିଲେ । ସେତେବେଳେ ଚାମ୍ପିଅନ୍ସ ଟ୍ରଫିକୁ ନକଆଉଟ୍ ଟ୍ରଫି କୁହାଯାଉଥିଲା। କିୱି ଦଳ ଠାରୁ ଭାରତକୁ ପରାସ୍ତ ହେବାକୁ ପଡିଥିଲା । ଏହାପର ଠାରୁ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ମଧ୍ୟ ମ୍ୟାଚ ହୋଇନାହିଁ । ଆଜି 25 ବର୍ଷ ପରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଭାରତ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।

CHAMPIONS TROPHY

ନ୍ୟୁଜିଲାଣ୍ଡ ଓ ଭାରତ ମୁକାବିଲା:

ଚଳିତ ସିଜିନରେ ନ୍ୟୁଜିଲାଣ୍ଡ ଓ ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି । ଏ ଗ୍ରୁପରେ ଥିବା ବାକି ଦୁଇ ଦଳକୁ ପରାସ୍ତ କରି ସେମିରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ଭାରତ ଖେଳିଥିବା ଦୁଇଟିଯାକ ମ୍ୟାଚରେ ବିଜୟୀ ହୋଇ ଆସନ୍ତାକାଲି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ଖେଳିବ । ଦୁଇ ଦଳ ମଧ୍ୟରେ ଏକ ଦମଦାର ମୁକାବିଲା ଦେଖିବାକୁ ଆଶା ରଖିଛନ୍ତି ଦର୍ଶକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+