Get Updates
Get notified of breaking news, exclusive insights, and must-see stories!

IND vs NZ: ରବିବାର ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍, କିଏ ଆଗରେ ?

ଚମ୍ପିଆନ୍ସ ଟ୍ରଫି ନବମ ସଂସ୍କରଣର ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଦ୍ବିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତୃତୀୟ ଥର ଫାଇନାଲରେ ପହଞ୍ଚିଛି।

ରବିବାର ଦୁବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲରେ ମୁହାଁମୁହିଁ ହେବେ। ଚଳିତ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ଭାରତ ୪୪ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଚମ୍ପିଆନ୍ସ ଟ୍ରଫିରେ ଭାରତ ପଞ୍ଚମ ଓ ନ୍ୟୁଜିଲାଣ୍ଡ ତୃତୀୟ ଥର ପାଇଁ ଫାଇନାଲ ଖେଳିବେ।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ରଚିନ ରବୀନ୍ଦ୍ର ଓ କେନ୍‌ ୱିଲିୟମସନଙ୍କ ଶତକ ବଳରେ ୬ ୱିକେଟ ହରାଇ ବିଶାଳ ୩୬୨ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଡେଭିଡ ମିଲରଙ୍କ ଅପରାଜିତ ୧୦୦ ରନ୍‌ ସତ୍ତ୍ବେ ୯ ୱିକେଟ ହରାଇ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା। ପୂର୍ବରୁ ଭାରତ ପ୍ରଥମ ସେମିଫାଇନାଲରେ ୪ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତକରି ଫାଇନାଲରେ ପହଞ୍ଚିଥିଲା।

IND vs NZ

ଅନ୍ୟପକ୍ଷରେ ଦୁଇ ଦଳ ୨୫ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ମୁହାଁମୁହିଁ ହେବେ। ୨୦୦୦ରେ କେନିୟାରେ ଆୟୋଜିତ ଚମ୍ପିଆନ୍ସ ଟ୍ରଫି ଦ୍ବିତୀୟ ସଂସ୍କରଣ ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ପହଞ୍ଚିଥିଲେ। ଫାଇନାଲରେ ନ୍ୟୁଜିଲାଣ୍ଡ ୪ ୱିକେଟ​‌େ​‌ର ଭାରତକୁ ପରାସ୍ତକରି ପ୍ରଥମ ଥର ଚମ୍ପିଆନ ହୋଇଥିଲା।

ନ୍ୟୁଜିଲାଣ୍ଡ ୧୬ ବର୍ଷ ପରେ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଛି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲାଣ୍ଡ ପହଞ୍ଚିଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ୬ ୱିକେଟରେ ଏହା ପରାଜିତ ହୋଇଥିଲା। ପୂର୍ବରୁ ଭାରତ ୪ ଥର ଫାଇନାଲ ଖେଳି ଦୁଇଥର ଚମ୍ପିଆନ ଓ ଦୁଇଥର ରନର୍ସଅପ ଏବଂ ନ୍ୟୁଜିଲାଣ୍ଡ ଦୁଇ ଥର ଫାଇନାଲ ଖେଳି ଥରେ ଚମ୍ପିଆନ ଓ ଥରେ ରନର୍ସଅପ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+