Get Updates
Get notified of breaking news, exclusive insights, and must-see stories!

Champions Trophy: ଚାମ୍ପିୟନ୍ ଟିମକୁ ମିଳିଥାଏ କେତେ ଟଙ୍କା ? ଆଉ କେତେ ଟଙ୍କା ପାଇଥାଏ ରନର୍ସ ଅପ୍ ଟିମ୍?

ସୁପର ସଣ୍ଡେରେ ସୁପର ଫାଇଟ୍ । ରବିବାର ଭାରତ ଆଉ ନ୍ୟୁଜିଲାଣ୍ଡ ଭିତରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ । ତେବେ ସାରା ବିଶ୍ୱର ଅଗଣିତ କ୍ରିକେଟ୍ ପ୍ରେମୀ, ଏହି ମ୍ୟାଚକୁ ଚାତକ ଭଳି ଚାହିଁ ରହିଛନ୍ତି, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ ।

Champions Trophy
ଚାମ୍ପିୟନ୍ସ ଟ୍ରଫି ଜିତିଲେ, ଚାମ୍ପିୟନ୍ ଟିମକୁ ମିଳିଥାଏ କେତେ ଟଙ୍କା ? ଆଉ କେତେ ଟଙ୍କା ପାଇଥାଏ ରନର୍ସ ଅପ୍ ଟିମ୍? ଚାମ୍ପିୟନ୍ସ ଟ୍ରଫି ଜିତିଲେ, ମାଲାମାଲ ହେବ ଚାମ୍ପିୟନ୍ ଟିମ । ଆଇସିସି, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାଇସ୍ ମନି ପୂର୍ବରୁ ହିଁ ଡିକ୍ଲାର କରିସାରିଛି । ଚାମ୍ପିୟନ୍ସ ଟ୍ରଫି ଜିତିଲେ, ଭାରତୀୟ ଟିମକୁ ମିଳିବ ପ୍ରାୟ ୨.୨୪ ମିଲିୟନ୍ ଡଲାର । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ହେଉଛି ୧୯ କୋଟି ୪୮ ଲକ୍ଷ ଟଙ୍କା । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ରନର୍ସ ଅପ୍ ହେଇଥିବା ଟିମକୁ ମିଳିଥିବ ୯ କୋଟି ୭୪ ଲକ୍ଷ ଟଙ୍କା ।

ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ୍ସ ଆଉ ରନର୍ସଅପ୍ ସହିତ ସେମିଫାଇନାଲ ହାରିଥିବା ଟିମକୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା । ସେମିଫାଇନାଲ ହାରିଥିବା ଦୁଇ ଟିମକୁ ୪ କୋଟି ୮୭ ଲକ୍ଷ ଟଙ୍କା ମିଳିବ । ଅର୍ଥାତ ଅଷ୍ଟ୍ରେଲିଆ ସହିତ ସାଉଥ୍ ଆଫ୍ରିକା ଟିମ୍ ସେମିଫାଇନାଲ ହାରିଥିଲେ ବି, ଆଇସିସି ପାଖରୁ କୋଟି କୋଟି ଟଙ୍କା ପାଇବେ । ଏହାସହିତ ଟୁର୍ଣ୍ଣାମେଣ୍ଟରେ ୫ମ ଓ ୬ଷ୍ଠ ସ୍ଥାନରେ ଥିବା ଟିମକୁ ୩ କୋଟି ୪ ଲକ୍ଷ ଟଙ୍କା, ଏବଂ ୭ମ ଏବଂ ୮ମ ସ୍ଥାନରେ ଥିବା ଟିମକୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିବ ବୋଲି ଆଇସିସି ଧାର୍ଯ୍ଯ କରିଛି ।

ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରତିଟି ମ୍ୟାଚ୍ ପ୍ରତିଟି ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଗ୍ରୁପ୍ ଷ୍ଟେଜରେ ମ୍ୟାଚ୍ ଜିତୁଥିବା ପ୍ରତିଟି ଟିମକୁ ୨୯ ଲକ୍ଷ ୬୧ ହଜାର ଟଙ୍କା ମିଳିଥାଏ । ଏହା ସହ ୮ଟି ଯାକ ଟିମକୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ୧ କୋଟି ୮ ଲକ୍ଷ ଟଙ୍କା ମିଳିଥାଏ । ଏହି ସବୁ ପ୍ରାଇସ୍ ମନି ପାଇଁ ଆଇସିସି ପାଖାପାଖି ୬୦ କୋଟି ଟଙ୍କା ଖର୍ଚ୍ଚ କରିବ, ଯାହାକି ୨୦୧୭ ତୁଳନାରେ ପାଖାପାଖି ୫୩ ପ୍ରତିଶତ ଅଧିକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+