ପ୍ରକାଶ ପାଇଲା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ; ଫେବ୍ରୁଆରୀ ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଆସିଲା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରପି । ଉଦଘାଟନୀ ମ୍ୟାଚ୍‌ ଖେଳିବେ ପାକିସ୍ତାନ-ନ୍ୟୁଜିଲାଣ୍ତ । ଫେବ୍ରୁଆରୀ ୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଲିଗ୍ ମ୍ୟାଚ୍ ।

Champions Trophy Cricket Schedule

ଦୁବାଇରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଫେବ୍ରୁଆରୀ ୨୦ରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ମ୍ୟାଚ୍ । ମାର୍ଚ୍ଚ ୯ରେ ଲାହୋରରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ତ ସହ ଖେଳିବ ଭାରତ ।

ତେବେ ହାଇବ୍ରିଡ ମଡେଲରେ ହେବ ଏହି ଟୁର୍ଣ୍ଣାମେଣ୍ଟ । ଆଇସିସି ଆଗରେ ସର୍ତ୍ତ ରଖିଥିଲା ବିସିସିଆଇ । ସିକ୍ୟୁରିଟିକୁ ନେଇ ପାକିସ୍ତାନରେ ନ ଖେଳିବାକୁ ସର୍ତ୍ତ ରଖିଥିଲା ବିସିସିଆଇ । ସର୍ତ୍ତରେ ରାଜି ହୋଇଥିଲା ପାକିସ୍ତାନ । ପାକିସ୍ତାନ ମଧ୍ୟ କିଛି ସର୍ତ୍ତ ରକିଥିଲା । ୨୦୨୭ ଯାଏ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ ଖେଳିବାକୁ ପାକିସ୍ତାନ ମଧ୍ୟ ସର୍ତ୍ତ ରଖିଥିଲା ।

ବର୍ତ୍ତମାନ ପ୍ରକାଶ ପାଇଥିବା ଖେଳସୂଚୀରେ ଦର୍ଶାଯାଇଛି ଯେ, ଯଦି ଭାରତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚେ, ତେବେ ଫାଇନାଲଟି ଦୁବାଇରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+