Champions Trophy: ଇଂଲଣ୍ଡକୁ ହରାଇ ବିଶ୍ଵକପରୁ ବିଦାକଲା ଆଫଗାନିସ୍ତାନ
ଆଫଗାନିସ୍ତାନ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଛି। ଏହା ସହ ଇଂଲଣ୍ଡ ଦଳ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରୁ ବାଦ ପଡିଥିବାବେଳେ ଆଫଗାନିସ୍ତାନ ସେମିଫାଇନାଲର ଆଶାକୁ ବଞ୍ଚାଇ ରଖିଛି।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ୩୨୫ ରନ୍ ସଂଗ୍ରହ କରିଥିଲା। ଇବ୍ରାହିମ ଜାଦ୍ରାନ ଆଫଗାନିସ୍ତାନ ପାଇଁ ୧୭୭ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହାର ଜବାବରେ ଜୋ ରୁଟ୍ ଇଂଲଣ୍ଡ ପାଇଁ ଚମତ୍କାର ଶତକ ହାସଲ କରିଥିଲେ, କିନ୍ତୁ ତାଙ୍କ ଦଳକୁ ବିଜୟରେ ପହଞ୍ଚାଇବାରେ ବିଫଳ ହୋଇଥିଲେ।

ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇବ୍ରାହିମ ଜାଦ୍ରାନ ୧୭୭ ରନର ଇନିଂସ ଖେଳିଥିଲେ, ଯାହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। କିନ୍ତୁ ଇଂଲଣ୍ଡ ଦଳ ସେତେଟା ଶକ୍ତି ପ୍ରଦର୍ଶନ କରିନଥିଲା କାରଣ ଶେଷ ୩ ଓଭରରେ ଆଫଗାନିସ୍ତାନର ଘାତକ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ।












Click it and Unblock the Notifications