Champions Trophy 2025: କାହିଁକି ରୋଜା ରଖିଲେନି ସାମି ?
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସାମି ଏନର୍ଜି ଡ୍ରିଙ୍କସ ପିଉଥିବା ଘଟଣାରେ ବିବାଦ ଦେଖିବାକୁ ମିଳୁଛି । ଫଟୋ, ଭିଡିଓ ଭାଇରାଲ ହେବା ପରେ ବିବାଦରେ ଥିବା ସାମିଙ୍କୁ ମିଳିବାରେ ଲାଗିଛି ସମର୍ଥନ ।
ବରେଲୀର ମୌଲାନା ସାହାବୁଦ୍ଦିନ ରାଜିଭଙ୍କ ବୟାନ ପରେ ସାମିଙ୍କ ସପକ୍ଷରେ ବାହାରିଛନ୍ତି ୟୁପିର ବିଭିନ୍ନ ମୁଲସିମ ସଙ୍ଗଠନ ଏବଂ ବିଜେପି ନେତା । ବିଜେପି ନେତା ମୋହାସିନ୍ ରଜା କହିଛନ୍ତି, ଏ ମାମଲା ସାମି ଓ ଆଲ୍ଲାଙ୍କ ଭିତରେ ।
ଆଲ୍ଲା ଜାଣିଛନ୍ତି ସାମି କଣ ଏବେ କରୁଛନ୍ତି, କେଉଁ ଧର୍ମ ପାଳନ କରୁଛନ୍ତି । ଗସ୍ତ କିମ୍ବା କୌଣସି ଯାତ୍ରା ସମୟରେ ରୋଜା ନରଖିବାର ବିକଳ୍ପ ଅଛି ତେଣୁ ବରେଲୀ ମୌଲାନ ଅଜ୍ଞାନୀ ଅଟନ୍ତି । ସାମି ନୁହେଁ ବରଂ ସିଏ ଦେଶକୁ କ୍ଷମା ମାଗନ୍ତୁ ।

ସେହିପରି ଦେଶର ବିଭିନ୍ନ ପ୍ରାନ୍ତର ମୌଲାନା ସାମିଙ୍କ ରାଷ୍ଟ୍ରଧର୍ମ ପାଳନକୁ ଗୁରୁତ୍ବ ଦେଇ ତାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ଏବଂ ସେ ଚାହିଁରେ ପରେ ରୋଜା ରଖିପାରିବେ ବୋଲି କହିଛନ୍ତି । ତେବେ ସାମିଙ୍କ ଭାଇ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଖେଳ ସମୟରେ ନିଜକୁ ଫିଟ୍ ରଖିବା ଜଣେ ଖେଳାଳି ପାଇଁ ବଡ କଥା ।ଖେଳ ବେଳେ ବହୁତ ପରିଶ୍ରମ କରିବାକୁ ପଡେ ତେଣୁ ସେହି ସମୟରେ ରୋଜା ରଖିବା ସମ୍ଭବପର ନୁହେଁ ମାତ୍ର ସେ ପରେ ରଖିପାରିବେ । ପାକିସ୍ତାନୀ କ୍ରିକେଟରମାନେ ମଧ୍ୟ ଖେଳ ସମୟରେ ରୋଜା ରଖନ୍ତିନି । ଅଯଥାରେ ଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିବା ନିନ୍ଦନୀୟ ବୋଲି ସାମିଙ୍କ ଭାଇ ମୁମତାଜ କହିଛନ୍ତି ।
ଆସନ୍ତା ରବିବାର ଦିନ ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଟାଇଟଲ ଲଢ଼େଇରେ ଭାରତ ଓ ନ୍ୟୁଜିଲାଣ୍ଡ ସାମ୍ନା ସାମ୍ନି ହେବେ । ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଭାରତ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ ହରାଇ ନାହିଁ । ୨୦୦୦ରେ ଅନୁଷ୍ଠିତ ଆଇସିସି ନକ୍ଆଉଟ୍ ଫାଇନାଲ୍ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ଉଭୟ ପରସ୍ପରକୁ ଭେଟିଥିଲେ ଓ ଉଭୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଆଇସିସି ପକ୍ଷରୁ ଫାଇନାଲ୍ ମ୍ୟାଚ୍ ପାଇଁ ଅଫିସିଆଲ ଘୋଷଣା କରାଯାଇଛି । ପଲ୍ ରାଇଫେଲ ଓ ରିଚାର୍ଡ ଇଲିଂୱର୍ଥ ପଡ଼ିଆ ଅମ୍ପାୟାର ନିଯୁକ୍ତ ହୋଇଛନ୍ତି । ସେହିପରି ଜୋଏଲ ୱିଲସନ୍ ତୃତୀୟ ଅମ୍ପାୟାର, କୁମାର ଧର୍ମସେନା ଚତୁର୍ଥ ଅମ୍ପାୟାର ଓ ରଞ୍ଜନ ମଦୁଗଲେଙ୍କୁ ମ୍ୟାଚ୍ ରେଫରୀ ନିଯୁକ୍ତ କରାଯାଇଛି ।












Click it and Unblock the Notifications