Get Updates
Get notified of breaking news, exclusive insights, and must-see stories!

Champions Trophy: ଚାମ୍ପିୟନ୍ସ ଟ୍ରଫିରେ କିଏ ଜିତିଛି ଅଧିକ ମ୍ୟାଚ୍‌?

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍‌ ଆଜି ଖେଳାଯିବ। କ୍ରିକେଟ ଫ୍ୟାନ୍ସ ଯେତିକି ଉତ୍ସାହିତ ଦୁଇ ଦେଶର ଖେଳାଳି ମଧ୍ୟ ସେତିକି ନର୍ଭସ । ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇ ଆଜି ଦିନ ୨.୩୦ରୁ ଆରମ୍ଭ ହୋଇଯିବ ।

ପାକିସ୍ତାନ ପ୍ରଥମ ମ୍ୟାଚ୍‌ କରାଚିରେ ଖେଳିଥିଲେ ହେଁ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଥିଲା। ଏବେ ଭାରତ ବିପକ୍ଷ ଲଢ଼େଇ ଦଳ ପାଇଁ କର ବା ମର ପରିସ୍ଥିତି । ଯଦି ଭାରତ ଠାରୁ ପାକିସ୍ତାନ ହାରି ଯାଉଛି, ତା'ହେଲେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବିଦାୟ ନେବାର ଆଶଙ୍କା ।

ଅନ୍ୟପକ୍ଷରେ ଭାରତ ତା'ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ବେଶ ସହଜରରେ ୬ ୱିକେଟରେ ହରାଇ ଦେଇଛି। ଦଳ ପାଇଁ ବ୍ୟାଟିଂରେ ଶୁବମନ ଗିଲ ଶତକ ମାରିଥିବା ବେଳେ ବୋଲିଂରେ ମହମ୍ମଦ ଶାମି ୫ ୱିକେଟ ଦଖଲ କରିଥିଲେ। ଭାରତର ଅନ୍ୟ ଖେଳାଳି ମଧ୍ୟ ଠିକ ଠାକ ଫର୍ମରେ ରହିଛନ୍ତି।

Champions Trophy 2025

ଚାମ୍ପିୟନ୍ସ ଟ୍ରଫିରେ କିଏ ଜିତିଛି ଅଧିକ ମ୍ୟାଚ୍‌?

୧- ଚାମ୍ପିୟନ୍ସ ଟ୍ରଫି(୨୦୦୪)-ଇଂଲଣ୍ଡ: ପ୍ରଥମଥର ପାଇଁ ଚାମ୍ପିୟନ୍ସ ଟ୍ରଫି ୨୦୦୪ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ବେଳେ ପାକିସ୍ତାନ ବିଜୟୀ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୩୪ ଓଭର ସୁଦ୍ଧା ୬ ୱିକେଟ ହରାଇ ୧୦୬ ରନ କରିଥିଲା। ରାହୁଲ ଡ୍ରାଭିଡଙ୍କ ୬୭ ଓ ଅଜିତ ଅଗରକରଙ୍କ ୪୭ ରନ ଯୋଗୁ ଭାରତ ୨୦୦ ରନ କରିପାରିଥିଲା। ପାକିସ୍ତାନ ଏହି ଟାର୍ଗେଟକୁ ପିଛା କରୁଥିବା ବେଳେ ଇରଫାନ ପଠାନଙ୍କ ଘାତକ ବୋଲିଂ ଯୋଗୁ ସଙ୍କଟରେ ପଡ଼ିଥିଲା। ପଠାନ ୩ଟି ୱିକେଟ ନେଇଥିଲେ। ହେଲେ ଇଞ୍ଜିମାମ ଉଲ ହକ ୪୧ ଓ ମହମ୍ମଦ ୟୁସୁଫଙ୍କ ଅପରାଜିତ ୮୧ ରନ ବଳରେ ପାକିସ୍ତାନ ୪୯.୨ ଓଭରରେ ୭ ୱିକେଟ ହରାଇ ୨୦୧ ରନ କରି ନେଇଥିଲା।

୨- ଚାମ୍ପିୟନ୍ସ ଟ୍ରଫି(୨୦୦୯)- ଦକ୍ଷିଣ ଆଫ୍ରିକା: ୨୦୦୯ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ସେଞ୍ଚୁରିଅନରେ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ସୋଏବ ମଲିକ ଦମଦାର ଶତକ ହାସଲ କରିଥିଲେ । ସେ ୧୨୮ ରନ କରିଥିବା ବେଳେ ମହମ୍ମଦ ୟୁସୁଫ ୮୭ ରନର ଇନିଂସ ଖେଳିଥିଲେ। ଫଳରେ ପାକିସ୍ତାନ ବିଶାଳ ୩୦୨ ରନ କରି ନେଇଥିଲା। ୩୦୩ ରନର ପିଛା କରୁଥିବା ଭାରତ ପାଇଁ ରାହୁଲ ଡ୍ରାଭିଡ ଓ ଗୌତମ ଗମ୍ଭୀର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଭାରତ ୫୪ ରନରେ ମ୍ୟାଚ୍‌କୁ ହାରିଥିଲା।

୩- ଚାମ୍ପିୟନ୍ସ ଟ୍ରଫି (୨୦୧୩)- ଇଂଲଣ୍ଡ: ପୁଣିଥରେ ଚାମ୍ପିୟନ୍ସ ଟ୍ରଫିର ଆଉ ଏକ ସଂସ୍କରଣରେ ଭାରତ ଓ ପାକିସ୍ତାନ ବର୍ମିଂହାମରେ ମୁହାଁମୁହିଁ ହୋଇଥିଲେ। ଭାରତ ୨୦୦୪ ଓ ୨୦୦୯ ପରାଜୟର ପ୍ରତିଶୋଧ ନେଇଥିଲା। ଭାରତ ପ୍ରଥମେ ପାକିସ୍ତାନକୁ ୩୯.୨ ଓଭରରେ ୧୬୫ ରନରେ ଅଲଆଉଟ କରି ଦେଇଥିଲେ। କିନ୍ତୁ ବର୍ଷା ଭାରତର ବିଜୟ ରାସ୍ତାରେ କଣ୍ଟା ହୋଇଥିଲା। ବର୍ଷା ଛାଡ଼ିବା ପରେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୨୨ ଓଭରରେ ୧୦୨ ରନର ଟାର୍ଗେଟ ମିଳିଥିଲା। ଶିଖର ଧୱନଙ୍କ ୪୮ ଓ ବିରାଟ କୋହଲିଙ୍କ ୨୨ ରନ ବଳରେ ଭାରତ ମ୍ୟାଚ୍‌କୁ ଜିତି ନେଇଥିଲା। ୨୦୧୩ରେ ଭାରତ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଇଂଲଣ୍ଡକୁ ହରାଇ ହାସଲ କରିଥିଲା।

୪- ଚାମ୍ପିୟନ୍ସ ଟ୍ରଫି(୨୦୧୭)- ଇଂଲଣ୍ଡ: ୨୦୧୭ ସଂସ୍କରଣର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତ ବେଶ ସହଜରେ ପାକିସ୍ତାନକୁ ହରାଇ ଦେଇଥିଲା। ରୋହିତ ଶର୍ମାଙ୍କ ୯୧ ଓ ଶିଖର ଧୱନଙ୍କ ୬୮ ରନ ବଳରେ ଭାରତ ପ୍ରଥମ ୱିକେଟ ପାଇଁ ୧୩୬ ରନ ଯୋଡ଼ିଥିଲେ। ଏହାପରେ ବିରାଟ କୋହଲି ୮୧ ଓ ଯୁବରାଜ ସିଂହ ୫୩ ରନର ଇନିଂସ ଖେଳିବାରୁ ଭାରତ ୫୦ ଓଭରରେ ୩ ୱିକେଟ ହରାଇ ବିଶାଳ ୩୧୯ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୩୩.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୬୪ ରନ କରିପାରିଥିଲା।

୫- ଚାମ୍ପିୟନ୍ସ ଟ୍ରଫି(୨୦୧୭) ଫାଇନାଲ: ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିବା ପାକିସ୍ତାନ ପରବର୍ତ୍ତୀ ଅବସ୍ଥାରେ ଫାଇନାଲକୁ ଯାଇଥିଲା। ଫାଇନାଲରେ ଦଳର ମୁକାବିଲା ଭାରତ ସହ ହୋଇଥିଲା। ଭାରତର ପ୍ରଦର୍ଶନକୁ ଦେଖିଲେ ଲାଗୁଥିଲା ଦଳ ପୁଣି ଚାମ୍ପିୟନ ହେବ। କିନ୍ତୁ ଫଖର ଜମାନ ପୂରା ସ୍ଥିତିକୁ ବଦଳାଇ ଦେଇଥିଲେ। ସେ ୧୧୪ ରନ ଇନିଂସ ଖେଳିଥିବା ବେଳେ ଆଝାର ଅଲୀ ୫୯ ରନ କରିଥିଲେ। ଫଳରେ ପାକିସ୍ତାନ ୫୦ ଓଭରରେ ୪ ୱିକେଟ ହରାଇ ୩୩୮ ରନ କରିଥିଲା।

୩୩୯ ରନର ପିଛା କରୁଥିବା ଭାରତର ଟପ ଅର୍ଡକୁ ମହମ୍ମଦ ଆମୀର ଧ୍ୱଂସ୍ତବିଧ୍ୱସ୍ତ କରି ଦେଇଥିଲେ। ରୋହିତ ଶର୍ମା ଖାତା ଖୋଲି ପାରି ନଥିବା ବେଳେ ଜୀବନ ଦାନ ପାଇବା ସତ୍ତ୍ୱେ ବିରାଟ ୫ ରନ କରି ପାରିଥିଲେ। ସେହିପରି ଶିଖର ଧୱନ ୨୧, ମହେନ୍ଦ୍ର ସିଂହ ଧୋନି ୪ ଓ ମଧ୍ୟକ୍ରମର ବିଫଳତା ଯୋଗୁ ଭାରତ ୭୨ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ହାର୍ଦ୍ଦିକ ପାଣ୍ଡ୍ୟା କାଉଣ୍ଟର ଆଟାକ କରି ୪୩ ବଲରେ ୭୬ ରନ କରିଥିଲେ। ଭାରତର ବିଜୟ ଆଶା ମଧ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ୨୭ତମ ଓଭରରେ ସେ ରବୀନ୍ଦ୍ର ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ ଆଉଟ ହୋଇଯାଇଥିଲେ। ଏହାପରେ ଭାରତ ୩୧ ଓଭରରେ ୧୫୮ ରନ କରି ଅଲଆଉଟ ହୋଇଯାଇଥିଲା। ପାକିସ୍ତାନ ୧୮୦ରେ ମ୍ୟାଚ୍‌ ଜିତିବା ସହ ୧୯୯୨ ବିଶ୍ୱକପ ପରେ ଦିନିକିଆ ଫର୍ମାଟରେ ଖେଳା ଯାଉଥିବା କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟକୁ ପ୍ରଥମଥର ଜିତିବାର ଗୌରବ ମୁଣ୍ଡାଇ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+