Champions Trophy 2025: କେଉଁ ଟିମ୍ର ଜର୍ସି ସବୁଠୁ ମହଙ୍ଗା ?
Champions Trophy 2025: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ । ଏହା ପୂର୍ବରୁ, ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ସମସ୍ତ ଦଳ ଟୁର୍ନାମେଣ୍ଟ ପାଇଁ ନିଜସ୍ବ ଜର୍ସି ମଧ୍ୟ ଲଞ୍ଚ କରୁଛନ୍ତି। ଆସନ୍ତୁ ଜାଣିବା ଚାମ୍ପିଅନ୍ସ ଟ୍ରଫିରେ ପ୍ରତ୍ୟେକ ଦଳର ଜର୍ସିର ମୂଲ୍ୟ କେତେ ଏବଂ କେଉଁ ଦଳର ଜର୍ସି ସବୁଠାରୁ ମହଙ୍ଗା ଏବଂ ଶସ୍ତା।
ଭାରତ
ବିସିସିଆଇ ପକ୍ଷରୁ ନୂତନ ଦିନିକିଆ ଜର୍ସି ଘୋଷଣା କରାଯାଇଛି, କିନ୍ତୁ ଚାମ୍ପିଅନ୍ସ ଟ୍ରଫିର ଅଫିସିଆଲ ଜର୍ସି ଏପର୍ଯ୍ୟନ୍ତ ଲଞ୍ଚ ହୋଇନାହିଁ। ଆଇସିସିର ୱେବସାଇଟରେ ଟିମ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ଜର୍ସିର ମୂଲ୍ୟ ୪୫୦୦ ଟଙ୍କା ରହିଛି । ଟିମ ଇଣ୍ଡିଆର ନୂତନ ଦିନିକିଆ ଜର୍ସିର ମୂଲ୍ୟ ୫୯୯୯ ଟଙ୍କା ।
ପାକିସ୍ତାନ
ଆୟୋଜକ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଜର୍ସି ପ୍ରକାଶ କରାଯାଇଛି। ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଜର୍ସିର ମୂଲ୍ୟ ୪୦ ଆମେରିକୀୟ ଡଲାର, ପ୍ରାୟ ୩୫୦୦ ଟଙ୍କା ରଖିଛି।

ଆଫଗାନିସ୍ତାନ
ଆଫଗାନିସ୍ତାନ ପକ୍ଷରୁ ଚାମ୍ପିଅନ୍ସ ଟ୍ରଫି ଜର୍ସି ମଧ୍ୟ ପ୍ରକାଶ କରାଯାଇଛି। ଆଇସିସି ୱେବସାଇଟରେ ଆଫଗାନିସ୍ତାନ ଜର୍ସିର ମୂଲ୍ୟ ପ୍ରାୟ ୪୫୦୦ ଭାରତୀୟ ଟଙ୍କା ରଖାଯାଇଛି।
ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା
ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଥିବା ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଦଳଗୁଡ଼ିକ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଚାମ୍ପିଅନ୍ସ ଟ୍ରଫିର ଜର୍ସି ପ୍ରକାଶ କରିନାହାଁନ୍ତି। ତଥାପି, ଏହି ଦଳଗୁଡ଼ିକର ଚାମ୍ପିଅନ୍ସ ଟ୍ରଫି ଜର୍ସି ଆଇସିସିର ବିଶ୍ୱସ୍ତରୀୟ ୱେବସାଇଟରେ ଉପଲବ୍ଧ। ପ୍ରତ୍ୟେକ ଜର୍ସିର ମୂଲ୍ୟ ପ୍ରାୟ ୪୫୦୦ ଭାରତୀୟ ଟଙ୍କା। ଏବେ ଦେଖିବା ଆକର୍ଷଣୀୟ ହେବ ଯେ, ସମସ୍ତ ଦଳ କେବେ ଆନୁଷ୍ଠାନିକ ଭାବରେ ସେମାନଙ୍କର ଜର୍ସି ପ୍ରକାଶ କରିବେ।।












Click it and Unblock the Notifications