Get Updates
Get notified of breaking news, exclusive insights, and must-see stories!

Champions Trophy 2025 : ଟସ୍‌ ଜିତିଲେ ମ୍ୟାଚ୍‌ ହାରିବ ଟିମ୍‌ ଇଣ୍ଡିଆ!

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଫାଇଟ । ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆର ଚମତ୍କାର ବିଜୟ ପରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ମୁକାବିଲା ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ମାତ୍‌ ଦେଇ ଫାଇନାଲ ପ୍ରବେଶ କରିଛି । ଯାହା ଭାରତ ପାଇଁ କାଳ ସାଜିପାରେ । ତେବେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ଲଢେଇରେ ଟସ କେତେ ମହତ୍ତ୍ୱପୂର୍ଣ୍ଣ ହୋଇପାରେ ଜାଣିବା ସେ ବାବଦରେ... ସେମିଫାଇନାଲ ବିଜୟ ପରେ କିୱି ଅଧିନାୟକ ମିଚେଲ ସେଣ୍ଟନରଙ୍କୁ ଟସ ଜିତିବାକୁ ନେଇ ପ୍ରଶ୍ନ କରାଯାଇଥିଲା । ଅଧିନାୟକ ସେଣ୍ଟନର ପ୍ରକାଶ କରିଥିଲେ ଯେ, ଫାଇନାଲରେ ସେମାନେ ଟସ ଜିତିବା ଉପରେ ଗୁରୁତ୍ତ୍ୱ ଦେବେ ଓ ପରିସ୍ଥିତି ଅନୁଯାୟୀ ସେମାନେ ବ୍ୟାଟିଂ କିମ୍ବା ବୋଲିଂ ନିଷ୍ପତ୍ତି ନେବେ । ଫଳରେ ଭାରତ ଉପରେ ଚାପ ସୃଷ୍ଟି କରାଯାଇ ଜିତି ହେବ ।

Champions Trophy 2025

Champions Trophy 2025 News: ସେପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ଥର ବି ଟସ ଜିତି ନାହାନ୍ତି । ଲଗାତାର ଭାବରେ ସେ ୧୪ ତମ ଟସ ହାରିଛନ୍ତି । ଫଳରେ ସମସ୍ତଙ୍କ ନଜର ରୋହିତଙ୍କ ଉପରେ ।

ସେହିପରି ଟସ ନ ଜିତିବା ମଧ୍ୟ ରୋହିତଙ୍କ ପାଇଁ କେହି କେହି ଆର୍ଶିବାଦ କହୁଛନ୍ତି । କାରଣ ରୋହିତ ପ୍ରତିପକ୍ଷ ଅଧିନାୟକଙ୍କ ନିଷ୍ପତ୍ତି ଅନୁସାରେ ହିଁ ନିଜକୁ ଖାପ ଖୁଆଇ ଚାଲିଛନ୍ତି। ଫଳରେ ଏଭଳି ଚାନ୍ସ ଓ ସମୀକ୍ଷକଙ୍କ ପାଇଁ ଏହା ଶୁଭ ସଂକେତ ।

Champions Trophy 2025: ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପାଇଁ ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+