Champions Trophy 2025: ଚାମ୍ପିଅନ୍ସ ଟ୍ରଫି ବିବାଦରେ ଏମିତି ପ୍ରତିକ୍ରିୟା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଆଗାମୀ ୨୦୨୫ରେ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ତେବେ ଏହି ଘୋଷଣା ପରେ ଏହାକୁ ନେଇ ବଡ ବିବାଦ ଆରମ୍ଭ ହୋଇଛି । ଏପରିକି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଆଉ ଅଳ୍ପ ଦିନ ଥିବା ବେଳେ ସ୍ଥାନ ଫାଇନାଲ ହୋଇପାରୁନି। ହାଇବ୍ରିଡ ମଡେଲ ନା ଆଉ କେଉଁ ଉପାୟ ତାହା ଏବେ ଜଣା ପଡିନି ।

ଦୁଇ ଦେଶର କ୍ରିକେଟ ବୋର୍ଡ ଏବଂ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟରେ ବୁଝାମଣା ଜାରି ରହିଛି । ହେଲେ ଏହି ବିବାଦରେ ଏଣ୍ଟ୍ରି କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମୁଖ୍ୟ ମୋହସିନ ନକଭୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସମସ୍ତ ତଥ୍ୟ ଦେଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ଶରିଫ କହିଛନ୍ତି, ପାକିସ୍ତାନକୁ ନିଜ ଆତ୍ମସମ୍ମାନ ସହିତ ବୁଝାମଣା କରିବା ଅନୁଚିତ ।

Champions Trophy 2025

ତେବେ ଶରିଫ କହିଛନ୍ତି, କେବଳ ଟଙ୍କା ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ଜନତାଙ୍କ ଭାବନାକୁ ବି ଧ୍ୟାନରେ ରଖିବା ଆବଶ୍ୟକ। ପାକିସ୍ତାନରେ ପ୍ରଧାନମନ୍ତ୍ରୀ ହିଁ ଜାତୀୟ କ୍ରିକେଟ ବୋର୍ଡର ସଂରକ୍ଷକ। ତେଣୁ ଦୁଇଦେଶ ମଧ୍ୟରେ ବିବାଦ ସମ୍ପର୍କରେ ପିସିପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଶରିଫ ଦେଶର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପିସିବିକୁ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+