Champions Trophy 2025: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନରୁ ବଞ୍ଚିତ ହେବ ପାକିସ୍ତାନ !
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନରୁ ବଞ୍ଚିତ ହେବ ପାକିସ୍ତାନ । ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ପାକିସ୍ତାନ ବାହାରେ ଆୟୋଜନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏଯାଏ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବାକୁ ଗୋଡ଼ ଟେକି ବସିଥିଲା। ହେଲେ ପାକିସ୍ତାନକୁ ଝଟକା ଦେବା ମୁଡରେ ରହିଛି ଆଇସିସି ।
ବର୍ତ୍ତମାନ ପାକିସ୍ତାନରେ ଭୟଙ୍କର ରାଜନୀତିକ ହିଂସା ଦେଖିବାକୁ ମିଳିଛି। ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ହୋଇଛି। ସ୍ଥିତିକୁ ଦୃଷ୍ଟିରେ ପାକିସ୍ତାନରେ ଦିନିକିଆ ସିରିଜ ଖେଳୁଥିବା ଶ୍ରୀଲଙ୍କା ଏ ଟିମ ଅଧାରୁ ସ୍ୱଦେଶ ଫେରି ଆସିଛି।
୨୦୨୫ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ସୂଚୀ ପ୍ରସ୍ତୁତ କରିବା ପାଇଁ ଆଇସିସି ଖୁବଶୀଘ୍ର ବୈଠକ କରିବ। କିନ୍ତୁ ଏହାପୂର୍ବରୁ ପାକିସ୍ତାନରେ ଦେଖାଯାଇଥିବା ହିଂସା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ହିଂସାକୁ ଦୃଷ୍ଟିରେ ରଖି ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେବାକୁ ଥିବା କିଛି ଦଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିଯୋଗୁ ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ପିସିବି ଚାପରେ ରହିଛି। ଏବେ ପିସିବି ଚାମ୍ପିୟନ୍ସ ଟ୍ରଫି ପାଇଁ ହାଇବ୍ରିଡ ମଡେଲ ଆପଣାଇବାକୁ ବାଧ୍ୟ ହେବ। ନଚେତ ପୂରା ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ବାହାରେ ହେବ ବୋଲି ଜଣାପଡ଼ିଛି।

୧୯୯୬ ପରଠାରୁ ପାକିସ୍ତାନ ଆଇସିସିର କୌଣସି ଇଭେଣ୍ଟ ଆୟୋଜନ କରିନାହିଁ। କିନ୍ତୁ ୨୦୨୫ରେ ଦେଶକୁ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ହକ ମିଳିଥିଲା। ହେଲେ ଏବେ ଏହି ସୁଯୋଗ ମଧ୍ୟ ପାକିସ୍ତାନ ହାତରୁ ଖସି ଯିବାକୁ ବସିଛି। ପାକିସ୍ତାନର ରାଜଧାନୀ ଏବେ ହିଂସା ଯୋଗୁ ଲକଡାଉନ ହୋଇ ରହିଛି।
ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନ ଓ ପୁଲିସ୍ ମଧ୍ୟରେ ପ୍ରବଳ ସଂଘର୍ଷ ଘଟିଛି। ସ୍ଥିତି ଏପରି ହୋଇଛି ଯେ ବିକ୍ଷୋଭକାରୀଙ୍କ ଦମନ ପାଇଁ ଶୁଟ ଆଟ ସାଇଟ ଅର୍ଡର ମିଳିଛି। ଏଥିପାଇଁ ଶ୍ରୀଲଙ୍କା ଏ ଟିମ ବାକି ଥିବା ଦୁଇଟି ଦିକିଆ ନ ଖେଳି ସ୍ୱଦେଶ ଫେରି ଆସିଛି।












Click it and Unblock the Notifications