Get Updates
Get notified of breaking news, exclusive insights, and must-see stories!

Champions Trophy 2025: ପିଓକେରେ ଚାମ୍ପିଆନ୍ସ ଟ୍ରଫି ବୁଲାଇବ ପାକିସ୍ତାନ

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଆଳୁ ଦୋଷ । ଜାଣିଶୁଣି ଭାରତ ସହ ବିବାଦ ସୃଷ୍ଟି କରିବାକୁ ଯାଉଛି । ନିକଟରେ ପିସିବି ପକ୍ଷରୁ ଚାମ୍ପିଆନ୍ସ ଟ୍ରଫି ଟୁରର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିବାବେଳେ ସେଥିରେ ପିଓକେ ଟୁର ନେଇ ଉଲ୍ଲେଖ ରହିଛି । ଯାହାକୁ ନେଇ ବିବାଦ ସୃଷ୍ଟିହୋଇଛି ।

୨୦୨୫ରେ ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିଆନ୍ସି ଟ୍ରଫି ଖେଳିବାକୁ ଭାରତ ଯିବ ନାହିଁ । ଯେଉଁଥିପାଇଁ ଭେନ୍ୟୁ ପରିବର୍ତ୍ତନ ପାଇଁ ଆଇସିସି ଚିନ୍ତା କରୁଛି । ଅପରପକ୍ଷରେ ନଭେମ୍ବର ୧୬ରୁ ଇସଲମାବାଦରେ ପିସିବି ପକ୍ଷରୁ ଚାମ୍ପିଆନ୍ସ ଟୁର ଆରମ୍ଭ ହେବ । ଯେଉଁଥିରେ ସ୍କାର୍ଦ୍ଦୁ, ମୁରି, ହୁଞ୍ଜା ଓ ମୁଜାଫାରବାଦ ମଧ୍ୟ ପିସିସି ଟୁର୍‌ କରିବ । ଏହି ଅଞ୍ଚଳଗୁଡ଼ିକ ପାକ୍‌ ଅଧିକୃତ କାଶ୍ମୀରରେ ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ସ୍ୱାଭାବିକ । ଭାରତକୁ ରଗେଇବା ପାଇଁ ପିସିବି ଏଭଳି ରଣନୀତି କରିଥିବା କୁହାଯାଉଛି ।

ଭାରତ ହେଉଛି ବିଶ୍ୱ କ୍ରିକେଟର ପାୱାରହାଉସ୍‌ । ପାକିସ୍ତାନରେ ଭାରତ ଖେଳିବାକୁ ଚାହୁଁନଥିବାରୁ ଆଇସିସି ସ୍ଥାନ ପରିବର୍ତ୍ତନ କରିବାକୁ ବି ଯୋଜନା କରିଛି । ଭାରତ ତାହାର ମ୍ୟାଚଗୁଡ଼ିକ ୟୁଏଇରେ ଖେଳିବାକୁ ଯୋଜନା ହୋଇଛି । ଏମିତିକି ପାକିସ୍ତାନ ଏଥିରେ ରାଜି ନହେଲେ ଚାମ୍ପିଆନ୍ସ ଟ୍ରଫିର ସମସ୍ତ ଭେନ୍ୟୁ ବଦଳିବା ସହ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖାଯିବାର ବି ଆଶଙ୍କା ରହିଛି । ପାକିସ୍ତାନ ସବୁବେଳେ ପିଓକେକୁ ନେଇ ଭାରତ ସହ ବିବାଦ କରୁଛି । ଏହି ବିବାଦୀୟ ସ୍ଥାନକୁ ପାକିସ୍ତାନ ବିଦେଶୀ ପ୍ରତିନିଧିମଣ୍ଡଳୀଙ୍କୁ ଆମନ୍ତ୍ରଣ ମଧ୍ୟ କରୁଛି ।

Champions Trophy 2025

ଆଇସିସି ଚାମ୍ପିଆନ୍ସ ଟ୍ରଫି ବିବାଦ
୨୦୨୫ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ପାକିସ୍ତାନର ଲାହୋର, ରାୱଲପିଣ୍ଡି ଓ କରାଚୀରେ ଚାମ୍ପିଆନ୍ସ ଟ୍ରଫି ଆୟୋଜିତ ହେବ । ଏଥିରେ ୮ଟି ଟିମ୍‌ ଅଂଶଗ୍ରହଣ କରିବେ । ତେବେ ପାକିସ୍ତାନରେ ଭାରତ ଖେଳିବ ନାହିଁ ବୋଲି ସ୍ପଷ୍ଟ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+