Champions Trophy 2025: ଚାମ୍ପିୟନ୍ସ ଟ୍ରଫିରୁ ଓହରିବ ପାକିସ୍ତାନ, ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏମିତି ଚେତାବନୀ ଦେଲା ପିସିବି
ଚାମ୍ପିୟନ୍ସ ଟ୍ରଫିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ । ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିବା ପରେ ବିବାଦ ଆହୁରି ବଢ଼ିଛି ।
ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବାରୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ହାଇବ୍ରିଡ ମଡେଲ ଆପଣାଇବା ମୁଡରେ ରହି ଛି। ଏସବୁ ଭିତରେ ପାକିସ୍ତାନ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି।
ଯଦି ଆଇସିସି ପାକିସ୍ତାନ ଠାରୁ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଅଧିକାର ଛଡ଼ାଇ ନେବେ, ତା'ହେଲେ ପାକିସ୍ତାନ ଟିମ ପୂରା ଟୁର୍ଣ୍ଣାମେଣ୍ଟରୁ ଓହରି ଯିବ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସରକାରୀ ସୂତ୍ରକୁ ଆଧାର କରି ଡନ୍ ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତର ନା ସମ୍ପର୍କରେ ଆଇସିସି ପାକିସ୍ତାନକୁ ଅବଗତ କରାଇଥିଲା। ଏହାପରେ ପିସିବି ନିଜ ଦେଶର ସରକାରଙ୍କୁ ଏପ୍ରସଙ୍ଗରେ ସହାୟତା ମାଗିଥିଲା। ଏଥିସହ ଆଇନଗତ ଦୃଷ୍ଟି କୋଣରୁ ମାମଲାକୁ ବିଚାର କରାଯାଇଥିଲା।
ସବୁ କିଛି ବିଚାର କରିବା ପରେ ପାକିସ୍ତାନ ସରକାର ପିସିବିକୁ ବଡ଼ ପରାମର୍ଶ ଦେଇଛନ୍ତି। ଯଦି ଆଇସିସି ପାକିସ୍ତାନ ପାଖରୁ ହୋଷ୍ଟିଂ ଅଧିକାର ଛଡ଼ାନେବ, ତା'ହେଲେ ଦଳ ଚାମ୍ପିୟନ୍ସ ଟ୍ରଫିରୁ ଓହରି ଯାଉ। ଏଥିସହ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ନ ହେବା ଯାଏ ପାକିସ୍ତାନ ଆଇସିସି କିମ୍ବା ଏସିଆନ କ୍ରିକେଟ କାଉନସିଲର କୌଣସି ମ୍ୟାଚ୍ରେ ଭାରତ ସରକାର ନ ଖେଳୁ ବୋଲି ନିଷ୍ପତ୍ତି ନେବାକୁ ପାକିସ୍ତାନ ସରକାର ପିସିବିକୁ କହିଛନ୍ତି।
ଅନ୍ୟପକ୍ଷରେ ପିଟିଆଇରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଆଇସିସି ଠାରୁ ସ୍ପଷ୍ଟୀକରଣ ମାଗିବ। କାରଣ ପିସିବିକୁ ଆଇସିସି କେବଳ ଭାରତୀୟ ଟିମ ପାକିସ୍ତାନ ଯିବ ନାହିଁ ବୋଲି କହିଛି।
କିନ୍ତୁ ହାଇବ୍ରିଡ ମଡେଲ ସମ୍ପର୍କରେ ପିସିବି ସହ ଆଇସିସି କିଛି ବି କଥା ହୋଇନାହିଁ। ଯଦି ହାଇବ୍ରିଡ ମଡେଲ ଲାଗୁ ହେବ, ତା'ହେଲେ ଭାରତ ତା'ର ମ୍ୟାଚ୍ ଗୁଡ଼ିକ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳିପାରେ।












Click it and Unblock the Notifications