ବିରାଟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍; ୫୧ ତମ ଶତକ ମାରିଲେ ବିରାଟ କୋହଲି

ଜିତିଲା ଭାରତ । ଚୌକା ମାରି ଜିତାଇଲେ ଭାରତ । ବିରାଟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍। ୫୧ ତମ ଶତକ ମାରିଲେ ବିରାଟ କୋହଲି ।

champions trophy 2025

କୋହଲିଙ୍କ 51ତମ ODI ସେଞ୍ଚୁରୀ:

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଫର୍ମକୁ ଫେରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି କୋହଲି । ତାଙ୍କର ଶତକୀୟ ପାଳି ଯୋଗୁଁ ଆଜି ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଛି । କୋହଲିଙ୍କ ଶତକରେ କମ୍ପି ଉଠିଥିଲା ଷ୍ଟାଡିୟମ । 2023 ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଦିନିକିଆ ଶତକ ହାସଲ କରିଥିଲେ । ଏହା ପରେ ଆଜି ଚାମ୍ପିଅନ୍ସ ଟ୍ରଫିରେ ଶତକ ମାରିଛନ୍ତି । ବିରାଟ କୋହଲି ତାଙ୍କ ODI କ୍ୟାରିୟରର 51ତମ ସେଞ୍ଚୁରୀ । ଏଥିସହ କ୍ରିକେଟର ସବୁ ଫର୍ମାଟର 82ତମ ଶତକ । ସେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ODI କ୍ରିକେଟରେ ସର୍ବାଧିକ ଶତକ ମାରିଛନ୍ତି । ମ୍ୟାଚର ଶେଷ ବଲରେ ଚୌକା ମାରି ବ୍ୟାକ୍ତିଗତ 100 (111) ରନ ପୂରଣ କରିଥିଲେ ସେ । ଏଥିରେ ଗୋଟିଏ ବି ଛକା ନଥିବା ବେଳେ 7ଟି ଚୌକା ରହିଛି ।

ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ।

ଭାରତୀୟ ବୋଲରଙ୍କୁ ମୁକାବିଲା କରି ନ ପାରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ କିର୍ତ୍ତୀମାନ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରି ନେଇଥିଲା। ଏଥିସହ ପୂର୍ବ ସଂସ୍କରଣ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍‌ ଇଣ୍ଡିଆ।

ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତର ଦମ୍‌ଦାର ବୋଲିଂ ଯୋଗୁ ପାକିସ୍ତାନ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୨୪୨ ରନ୍‌ର ବିଜୟ ଟାର୍ଗେଟ ରଖିଥିଲା ପାକିସ୍ତାନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+