Champions Trophy 2025: ସେମିରେ ଜିଓ ହଟ୍ଷ୍ଟାର ଲାଇଭ୍ ଷ୍ଟ୍ରମିଙ୍ଗ ଦର୍ଶକଙ୍କ ସଂଖ୍ୟା ୬୬.୯ କୋଟି ଟପିଲା
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଛି। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆକୁ ଅଧିକ ରନ କରିବାକୁ ଦେଇନଥିଲେ। ୪୮.୧ ଓଭରରେ ଅଷ୍ଟ୍ରେଲିଆକୁ ଚାରି ୱିକେଟରେ ହରାଇ ଦେଇଥିଲେ।
ଏହି ମ୍ୟାଚଟି ଗତକାଲି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିଲା। ଅଷ୍ଟ୍ରେଲିଆର କ୍ୟାପ୍ଟେନ ଷ୍ଟିଭ୍ ସ୍ମିଥ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏଥିରେ ଭାରତ ୨୬୭ ରନରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ଟିମକୁ ୨୬୫ ରନର ଟାର୍ଗେଟ ଦେଇଥିଲା।
ଲାଇଭ ଷ୍ଟ୍ରିମିଂରେ ଦର୍ଶକ: India vs Australia ମ୍ୟାଚଟି ଜିଓ ହଟଷ୍ଟାର ଓଟିଟି ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଙ୍ଗ ହେଉଥିଲା। ତେବେ ଏହି ମ୍ୟାଚକୁ ୬୬.୯ କୋଟିରୁ ଅଧିକ ଲୋକେ ଜିଓ ହଟଷ୍ଟାରରେ ଲାଇଭ ଦେଖୁଥିଲେ।

ଅନେକ ମିଡିଆ ରିପୋର୍ଟସ ମୁତାବକ, ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଭାରତ ଏବଂ ଅଷ୍ଟ୍ରେଲିଆର ଶେଷ ମ୍ୟାଚକୁ ୧୯.୨୫ କୋଟି ଦର୍ଶକ ଦେଖିଥିଲେ। ଏହା ପୁରୁଣା ରେକର୍ଡ ଥିଲା।
କିନ୍ତୁ ବର୍ତ୍ତମାନ ବିଜନେସ ଷ୍ଟାଣ୍ଡାର୍ଡର ରିପୋର୍ଟ ମୁତାବକ, ଏହି ବୃଦ୍ଧି ପୂର୍ବ ରେକର୍ଡ ତୁଳନାରେ ୭୬ ପ୍ରତିଶତ ଅଧିକ ଏବଂ ଅଭିବୃଦ୍ଧିରେ ୧୬୦ ପ୍ରତିଶତ ଅଧିକ ରହିଛି।
ଗତ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡରେ ଦର୍ଶକଙ୍କ ସଂଖ୍ୟା ୪୦ କୋଟି ଅତିକ୍ରମ କରିଥିଲା।
କାରଣ ଏହି ମ୍ୟାଚ ୨ ମାର୍ଚ୍ଚ ରବିବାର ଦିନ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ୪୪ ରନରେ ହରାଇଥିଲା।
ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯେଉଁ ମ୍ୟାଚ ହୋଇଥିଲା, ସେଥିରେ ଦର୍ଶକଙ୍କ ସଂଖ୍ୟା ୬୦.୨ କୋଟି ଥିଲା।
ଜିଓ ହଟ୍ଷ୍ଟାର: ଜିଓ ହଟଷ୍ଟାରର ସବସ୍କ୍ରିପସନ ତିନି ମାସ ପାଇଁ ୧୪୯ ଏବଂ ବର୍ଷେ ପାଇଁ ୪୯୯ ଟଙ୍କାରୁ ଆରମ୍ଭ ହେଉଛି। ପ୍ରିମିୟମ ପ୍ଲାନ ମାସେ ପାଇଁ ୨୯୯ରୁ ଆରମ୍ଭ ହେଉଛି। ଏହି ପ୍ଲାନ ତିନି ମାସ ପାଇଁ ୪୯୯ ଏବଂ ବାର୍ଷିକ ଯୋଜନା ପାଇଁ ୧ ହଜାର ୪୯୯ ଟଙ୍କାରୁ ଆରମ୍ଭ ହେଉଛି।












Click it and Unblock the Notifications