Get Updates
Get notified of breaking news, exclusive insights, and must-see stories!

Champions Trophy 2025: ୧୦ ବର୍ଷର ବଦଲା ନେବ ଭାରତ ! ସେମିରେ କରିବ କମାଲ୍

୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପାଇଁ ଲାଇନ ଅପ୍ ରେଡି । ସେମିଫାଇନାଲ ମ୍ୟାଚ୍ ୪ ଏବଂ ୫ ମାର୍ଚ୍ଚରେ ଖେଳାଯିବ । ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ ଏବଂ ଅନ୍ୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ।

Champions Trophy 2025

ଆପଣ ଜାଣିଛନ୍ତି କି ପୁଣିଥରେ ୧୦ବର୍ଷର ପୁରୁଣା ସ୍ମୃତି ତାଜା ହେବାକୁ ଯାଉଛି । ୧୦ବର୍ଷ ପୂର୍ବେ ଯାହା ଘଟିଥିଲା ତାହା ପୁନରାବୃତ୍ତି ହେଉଥିବା ପରି ମନେ ହେଉଛି । ଆଜ୍ଞା ହଁ ୨୦୧୫ ବିଶ୍ୱକପ୍ ସେମିଫାଇନାଲର କାହାଣୀ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପୁନରାବୃତ୍ତି ହେଉଥିବା ପରି ମନେ ହେଉଛି । ସେତେବେଳେ ମଧ୍ୟ ଏହି ସମାନ ଦଳଗୁଡ଼ିକ ସେମିଫାଇନାଲରେ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ ଏବଂ ଏବେ ମଧ୍ୟ ସେମାନେ ଫାଇନାଲରେ ପ୍ରବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

ICC ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷ ପୂର୍ବ ପରି ସେମିଫାଇନାଲ
ଏବେ ICC ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ୧୦ ବର୍ଷର ପୁରୁଣା କାହାଣୀ ପୁନରାବୃତ୍ତି ହୋଇଛି । ଟିମ ଇଣ୍ଡିଆ ପାଇଁ ବଦଲା ନେବାର ଏକ ଭଲ ସୁଯୋଗ । ତେବେ ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୫ ବିଶ୍ୱକପର ସେମିଫାଇନାଲରେ କ'ଣ ଘଟିଥିଲା । ସେଠାରେ ମଧ୍ୟ ସେମିଫାଇନାଲ ଲାଇନ-ଅପ୍ 2025 ଚାମ୍ପିଅନ୍ସ ଟ୍ରଫି ସହିତ ସମାନ ଥିଲା। ଭାରତ ଅଷ୍ଟ୍ରେଲିଆ ସହିତ ପ୍ରତିଯୋଗିତା କରୁଥିଲା ଏବଂ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା।

ଭାରତ ବନାମ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲ୍ୟାଣ୍ଡ
୨୦୧୫ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୯୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା କିନ୍ତୁ ସେହି ମ୍ୟାଚଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଥିଲା । ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଥିଲା । ତେବେ ଚଳିତ ଚାମ୍ପିଅନ୍ସ ଟ୍ରଫି 2025ରେ ଏକମାତ୍ର ପରିବର୍ତ୍ତନ ହେଉଛି ଯେ ପ୍ରଥମ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଏବଂ ଅନ୍ୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ ।

ଚାମ୍ପିଅନ୍ସ ଟ୍ରଫିରେ 48 ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଏହା ସ୍ପଷ୍ଟ ଯେ ଚାମ୍ପିଅନ୍ସ ଟ୍ରଫିରେ ଆଗାମୀ ୪୮ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ୪୮ ଘଣ୍ଟାବିପଦ ମାନେ ୪ ଓ ୫ ତାରିଖ । ଚଳିତ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଯେଉଁଭଳି ଭାବେ ଖେଳ ପ୍ରଦର୍ଶନ କରିଛନ୍ତି ତାହା କହିବା ଅସମ୍ଭବ ଯେ, ଆଗକୁ କଣ ଘଟିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+