ଭାରତ-ନ୍ୟୁଜିଲାଣ୍ଡ୍ ମୁକାବିଲା ଆଜି: କିଏ ହେବ ଟେବୁଲ ଟପ୍ପର ?
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ରବିବାର ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍କୁ ଭେଟିବ । ଏହି ମୁକାବିଲା ଗ୍ରୁପ୍ 'ଏ'ର ବିଜେତା ହେବା ପାଇଁ ଏକ ଲଢ଼େଇ ହେବ ମାତ୍ର । କାରଣ ଉଭୟ ଦଳ ସେମିଫାଇନାଲ୍କୁ ଉନ୍ନୀତ ହୋଇ ସାରିଛନ୍ତି ।
ପ୍ରତିଯୋଗିତା ଦୃଷ୍ଟିରୁ ଏହା ଗୁରୁତ୍ବ ରଖୁନଥିଲେ ମଧ୍ୟ ଭାରତୀୟ ଦଳ ସେମିଫାଇନାଲ୍ ପୂର୍ବରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବା ଏବଂ ସ୍ପିନ୍ ବିପକ୍ଷରେ ନିଜ ଖେଳାଳିଙ୍କୁ ଅଧିକ ଶାଣିତ କରିବାକୁ ଏହି ମ୍ୟାଚ୍ ଉପରେ ନଜର ରଖିଛି ।
ଭାରତ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାରୁ ଏହି ଦୁଇ ଦଳର ଅଭିଜ୍ଞ ସ୍ପିନର୍ଙ୍କୁ ମୁକାବିଲା କରିବା ପୂର୍ବରୁ ମଧ୍ୟ ଭାରତୀୟ ଖେଳାଳି ଏଠାରେ ପ୍ରସ୍ତୁତ ହେବାକୁ ସୁଯୋଗ ପାଇବେ । ମାଇକେଲ୍ ସାଣ୍ଟନର୍ ଓ ମାଇକେଲ୍ ବ୍ରେସୱେଲ୍ଙ୍କ ଭଳି ଅଭିଜ୍ଞଙ୍କ ଆହ୍ବାନର ସମ୍ମୁଖୀନ ହେବ। ସାମୟିକ ସ୍ପିନର୍ ଗ୍ଲେନ୍ ଫିଲିପ୍ସ ବି ଅସୁବିଧା ସୃଷ୍ଟି କରିପାରିବେ ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍ (ୱିକେଟ୍ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍: ୱିଲ୍ ୟଙ୍ଗ୍, ଡେଭନ୍ କନୱେ, କେନ୍ ୱିଲିୟମସନ୍, ରାଚିନ ରବୀନ୍ଦ୍ର, ଟମ୍ ଲଥାମ (ୱିକେଟ୍ରକ୍ଷକ), ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସ୍ୱେଲ୍, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ମ୍ୟାଟ୍ ହେନରି, କାଏଲ ଜାମିସନ୍, ୱିଲିୟମ୍ ଓ'ରୁର୍କି ।
ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇ ଦକ୍ଷିଣ ଆଫ୍ରିକା ଗ୍ରୁପ୍-ବି' ବିଜେତା ଭାବେ ଚଳିତ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍ରେ ପ୍ରବେଶ କରିଛି । ଦକ୍ଷିଣ ଆଫ୍ରିକାର ଏହି ଏକତରଫା ବିଜୟ ପରେ ଅଷ୍ଟ୍ରେଲିଆ ମଧ୍ୟ ଏହି ଗ୍ରୁପ୍ର ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍ ଟିକେଟ ହାସଲ କରିଛି । ଇଂଲଣ୍ଡର ବଡ଼ ପରାଜୟ ପରେ କିନ୍ତୁ ବିପର୍ଯ୍ୟୟ ସୃଷ୍ଟିକାରୀ ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଭିଯାନ ଶେଷ ହୋଇଯାଇଛି ।












Click it and Unblock the Notifications