Champions Trophy 2025: ଆଜି ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ
ଆଜି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମହାମୁକାବିଲା । ଅଷ୍ଟ୍ରେଲିଆକୁ ଭେଟିବେ ରୋହିତ ବାହିନୀ । ପଡ଼ିଆ ଭିନ୍ନ ହେଲେ ଦୁଷ୍ମନ ସମାନ। ୨୦୨୩ ବିଶ୍ବକପର ବଦଲା ନେବାକୁ ପ୍ରସ୍ତୁତ ରହିଛି ମେନ୍ ଇନ ବ୍ଲୁ । ଯାହାକୁ ନେଇ ପ୍ରତିଟି ଇଣ୍ଡିଆନ୍ସଙ୍କ ହାର୍ଟବିଟ୍ ଏବେଠୁ ଧକ୍ ଧକ୍ କରିବା ଆରମ୍ଭ କରିସାରିଛି। ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ରୋମାଞ୍ଚକୁ କଳ୍ପନା କରି ଫ୍ଲାନ୍ସଙ୍କ ହାର୍ଟବିଟ୍ ବଢ଼ିଗଲାଣି। ତେବେ କଣ ହେବ ସେମିଫାନାଲରେ । କିଏ ମାରିବ ବାଜି ? ମ୍ୟାଚରେ କାହାର ପଲା ଭାରି ରହିବ ? ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଙ୍ଗାରୁ ଦଳ ପାଇଁ ହନୁମାନ ସାଜିଥିବା ଅଷ୍ଟ୍ରେଲିଆ ଓପନର୍ ମାଥ୍ୟୁ ସର୍ଟ ଏହି ସେମି ଫାଇନାଲ ଖେଳୁ ନାହାନ୍ତି। ପୂର୍ବ ମ୍ୟାଚରେ ଲାଗିଥିବା ଆଘାତ ଯୋଗୁ ଏହି ମ୍ୟାଚରୁ ବିଦା ହୋଇଛନ୍ତି ସର୍ଟ। ତାଙ୍କ ବଦଳରେ ଅଲରାଉଣ୍ଡର୍ କନୋର କନୋଲିଙ୍କୁ ଟିମରେ ସ୍ଥାନ ଦେଇଛି ଦଳ।

ଓପନିଂରେ ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆକୁ ଫାଇଦା ଦେଇପାରେ। ସେପଟେ ଦୁବାଇର ପିଚରେ ଭାରତୀୟ ସ୍ପିନରଙ୍କ ଭଲ ପ୍ରଦର୍ଶନ ଟିମ ପାଇଁ ଆଡଭାଣ୍ଟେଜ ହୋଇପାରେ।ଏହି ପିଚରେ ତିନୋଟି ମ୍ୟାଚ ଖେଳି ଅପରାଜିତ ରହିଛି ଟିମ୍ ଇଣ୍ଡିଆ। ତେବେ ବିଜୟର ଏହି ଧାରାକୁ ବଜାୟ ରଖିବାକୁ ପ୍ରୟାସ କରିବେ ମେନ୍ ଇନ ବ୍ଲୁ। ରୋହିତ ଓ କୋହଲିଙ୍କ ଯୋଡିର ପରଫର୍ମାନ୍ସ ଉପରେ ରହିଛି ପୁରା ବିଶ୍ବର ନଜର୍। ଏହି ଯୋଡିର ଜଲୱା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ କ୍ରିକେଟ ଫ୍ଲାନ୍ସ। ଆଉ ଏହି ଯୋଡି ଚାଲିଲେ ଦୁବାଇର ପିଚରେ ଟିମ୍ ଇଣ୍ଡିଆ କଙ୍ଗାରୁ ଶିକାର କରିବା ଥୟ। ଏହି ବିଜୟ ଧାରା ବଜାୟ ରହିଲେ ଚାମ୍ପିୟନ ଟ୍ରଫି ୨୦୨୫ରେ କୌଣସି ମ୍ୟାଚ ନହାରି ସିଧା ଫାଇନାଲରେ ପହଞ୍ଚିଥିବା ପ୍ରଥମ ଟିମ୍ ବନିଯିବ ଭାରତ।












Click it and Unblock the Notifications