Champions Trophy 2025: ପାକିସ୍ତାନ ହାଇବ୍ରିଡ ମଡେଲକୁ ମନା କଲେ ଦକ୍ଷିଣ ଆଫ୍ରିକାରେ ଚାମ୍ପିଅନ୍ସ ଟ୍ରଫି !
ପାକିସ୍ତାନକୁ ବଡ ଝଟକା । ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ପାକିସ୍ତାନକୁ ନ ମିଳିପାରେ ଅନୁମତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ କୁ ନେଇ ଏହି ବଡ ରିପୋର୍ଟ ଆ। ଯଦି ଭାରତ ଖେଳିବା ପାଇଁ ପାକିସ୍ତାନ ନ ଯାଏ, , ଆଉ ତାହା ସହ ଯଦି ହାଇବ୍ରିଡ ମଡେଲରେ ଆୟୋଜନ କରିବାକୁ ମନା କରାଯାଏ ତେବେ ଟୁର୍ନାମେଣ୍ଟ ସମ୍ପୂର୍ଣ୍ଣ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହୋଇପାରେ ବୋଲି ବିଭିନ୍ନ ରିପୋର୍ଟରୁ ଜଣା ପଡିଛି ।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୁ ପ୍ରସ୍ତାବ ଦେଇଛି ଯେ ଭାରତୀୟ ଦଳ ସହ ଜଡିତ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଅନୁଷ୍ଠିତ ହେବ।
ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ନ ଯିବା ନିଷ୍ପତ୍ତି ନେଇ ବିସିସିଆଇ ଗତ ସପ୍ତାହରେ ଆଇସିସିକୁ ସୂଚନା ଦେଇଛି ବୋଲି ଗଣମାଧ୍ୟମରେ ବ୍ୟାପକ ଖବର ପ୍ରକାଶ ପାଇଛି ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବ ନାହିଁ ବୋଲି ପିସିବି ଆଇସିସି ତରଫରୁ ଏକ ଇମେଲ ଗ୍ରହଣ କରିଛି ବୋଲି କହିଛି । ଦାବି ଅନୁଯାୟୀ କ୍ରିକବଜ୍ ଉତ୍ସକୁ ଉଦ୍ଧୃତ କରିଛି ।
PCB ମୁଖ୍ୟ ମୋହସିନ୍ ନାକଭି ଯଦିଓ ହାଇବ୍ରିଡ୍ ମଡେଲ୍ ବିଷୟରେ ଆଲୋଚନା ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ନକଭି ଏହା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ହାଇବ୍ରିଡ୍ ମଡେଲ୍ ସମ୍ବନ୍ଧରେ କୌଣସି ଆଲୋଚନା ହୋଇନାହିଁ ଏବଂ ଆମେ ଏଭଳି ମଡେଲ୍ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହଁ ।
ନ୍ୟୁଜ୍ ଏଜେନ୍ସି PTI ଅନୁଯାୟୀ, ଯଦି PCB ହାଇବ୍ରିଡ୍ ମଡେଲରେ ରାଜି ନୁହେଁ, ତେବେ ଦକ୍ଷିଣ ଆଫ୍ରିକା ଏହି ଟୁର୍ନାମେଣ୍ଟ ଆୟୋଜନ କରିପାରେ ।
ଚାମ୍ପିଅନ୍ସ ଟ୍ରଫିରୁ ପ୍ରତ୍ୟାହାର ?
ଡନ୍ ଅନୁଯାୟୀ ପାକିସ୍ତାନ ସରକାର ପୁରୁଷ କ୍ରିକେଟ୍ ଦଳକୁ ଚାମ୍ପିଅନ୍ସ ଟ୍ରଫିରୁ ପ୍ରତ୍ୟାହାର କରିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ହେତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ଏକ ଦଶନ୍ଧିରୁ ଅଧିକ ସମୟ ପାଇଁ ସ୍ଥଗିତ ରହିଛି।
ଡନ୍ ଏକ ସୂତ୍ରରୁ ପ୍ରକାଶ ଯେ, ଏଭଳି ମାମଲାରେ ସରକାର ବିଚାର କରୁଥିବା ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପିସିବିକୁ ପଚାରିବା ଯେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରିବନି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆଇସିସି PCB କୁ ନିଶ୍ଚିତ କରିଛି ଯେ ଏହା "ପୂର୍ଣ୍ଣ ହୋଷ୍ଟିଂ ଫି" ପାଇବ ଏବଂ ଯଦି ହାଇବ୍ରିଡ୍ ମଡେଲରେ ରାଜି ହୁଏ ତେବେ "ଅଧିକାଂଶ ମ୍ୟାଚ୍" ଆୟୋଜନ କରିବ ।












Click it and Unblock the Notifications