Champions Trophy 2025::ହାଇବ୍ରିଡ ମଡେଲ ଏକମାତ୍ର ବିକଳ୍ପ

ଅଧାରେ ରହିଲା ଆଇସିସି ବୈଠକ। ବିସିସିଆଇ ଏବଂ ପିସିବି ସମେତ ସମସ୍ତ ବୋର୍ଡ ସଦସ୍ୟଙ୍କୁ ନେଇ ଶୁକ୍ରବାର ବସିଥିବା ଆଇସିସି ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନି। ରିପୋର୍ଟ ଅନୁଯାୟୀ ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ହାଇବ୍ରିଡ୍ ମଡେଲ ହିଁ ଏକମାତ୍ର ବିକଳ୍ପ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡକୁ ସିଧା ସିଧା ଶୁଣାଇଛି ଆଇସିସି। ହେଲେ ଏନେଇ ପାକିସ୍ତାନ ସରକାରଙ୍କ ସହ ଆଲୋଚନା କରିବାକୁ ଗୋଟିଏ ଦିନ ସମୟ ମାଗିଛି ପିସିବି।

ICC

ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫି-୨୦୨୫ ଆୟୋଜନ କରିବ। ହେଲେ ଟିମ୍ ଇଣ୍ଡିଆକୁ ପଡ଼ୋଶୀ ଦେଶକୁ ପଠାଇବା ପାଇଁ ଭାରତ ସରକାର ରାଜି ନହେବା ପରେ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତିରେ ଅଚଳାବସ୍ଥା ଜାରି ରହିଛି। ଆଜି (ଶୁକ୍ରବାର) ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସମେତ ସମସ୍ତ ବୋର୍ଡ ସଦସ୍ୟଙ୍କୁ ନେଇ ଆଇସିସିର ଏକ ଭର୍ଚ୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହାଇବ୍ରିଡ୍ ମଡେଲ୍ ହିଁ ବର୍ତ୍ତମାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଏକମାତ୍ର ସମାଧାନ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଆଇସିସି ପକ୍ଷରୁ ସୂଚନା ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ହେଲେ ପିସିବି ହାଇବ୍ରିଡ୍ ମଡେଲକୁ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରି ପାକିସ୍ତାନରେ ସମସ୍ତ ମ୍ୟାଚ୍ ଆୟୋଜିତ କରିବାକୁ ଦାବି ରଖିଛି।

ଯାହା ଫଳରେ ଆଜିର ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ପିସିବି ପାକିସ୍ତାନ ସରକାରଙ୍କ ସହ ଆଭ୍ୟନ୍ତରୀଣ ପରାମର୍ଶ ପାଇଁ ଆଇସିସିକୁ ଗୋଟିଏ ଦିନ ସମୟ ମାଗିଛି। ତେଣୁ ନଭେମ୍ବର ୩୦ (ଶନିବାର) ଦିନ ପୁଣିଥରେ ଆଇସିସି ବୋର୍ଡ ବୈଠକ ହେବ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ଆଶା କରାଯାଉଛି। ତେବେ ସୂତ୍ରରୁ ଜଣାପଡିଛି ଯେ ପିସିବି ପାକିସ୍ତାନ ସରକାରଙ୍କ ସହ ଆଲୋଚନା ପରେ ହାଇବ୍ରିଡ୍ ମଡେଲରେ ସହମତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ନିଷ୍ପତ୍ତି ପାକିସ୍ତାନର ଚାମ୍ପିୟନ୍ସ ଟ୍ରଫି ୨୦୨୫ ହୋଷ୍ଟିଂ ଅଧିକାର ବଜାୟ ରଖିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+