Champions Trophy 2025: "ପୂର୍ବରୁ ନିର୍ଦ୍ଧାରିତ ଥିଲା ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲ"

୨୦୨୫ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ୧୦୦ରୁ କମ୍‌ ଦିନ ବାକି ଥିବା ବେଳେ ଏଯାଏ କାର୍ଯ୍ୟସୂଚୀ ଜାରି କରାଯାଇନାହିଁ। ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହାର ଆୟୋଜନକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ବିସିସିଆଇ ଭାରତୀୟ ଟିମ୍‌କୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ। ମ୍ୟାଚ୍‌ ଅନ୍ୟ ସ୍ଥାନରେ ହେଉ ବୋଲି ଚାହୁଁଛି। ସେହିଭଳି ପିସିବି ଏହାର ବିରୋଧ କରୁଛି।

ଗତ ସପ୍ତାହରେ ଖବର ଆସିଥିଲା ଯେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲକୁ ନେଇ ହଁ ଭରିଛି। ଏମିତିରେ ଭାରତର ମ୍ୟାଚ୍‌ ଦୁବାଇରେ ଖେଳାଯିବ। ଏହାକୁ ନେଇ ପାକିସ୍ତାନର ଭେଟେରାନ ଦ୍ରୁତ ବୋଲର ଶୋଏବ ଅଖତର ବଡ଼ ଦାବି କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ୪୪୪ ଉଇକେଟ ନେଇଥିବା ଏହି ବୋଲର ପାକିସ୍ତାନର ଏକ ଟେଲିଭିଜନ ଚ୍ୟାନେଲରେ କହିଛନ୍ତି ଯେ, ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲ ପୂର୍ବରୁ ନିର୍ଦ୍ଧାରିତ ଥିଲା।

Champions Trophy 2025

ସେ କହିଛନ୍ତି, ଆପଣଙ୍କୁ ଆୟୋଜକ ଅଧିକାର ଏବଂ ରାଜସ୍ବକୁ ଟଙ୍କା ଦେବାକୁ ହେବ ଏବଂ ଏହା ଠିକ୍‌। ଆମେ ଏହାକୁ ବୁଝୁଛୁ। ପାକିସ୍ତାନର ଉଦ୍ଦେଶ୍ୟ ମଧ୍ୟ ଉଚିତ। ତାଙ୍କୁ ଏକ ମଜଭୂତ ଦାବି କରିବା ଉଚିତ ଥିଲା। କାରଣ ଯେତେବେଳେ ଆମ ଦେଶରେ ଟୁର୍ନାମେଣ୍ଟର ଆୟୋଜନ କରିବାରେ ଆମେ ସକ୍ଷମ ହୋଇଯାଉ ଏବଂ ସେମାନେ ଆସିବାକୁ ଇଚ୍ଛୁକ ନ ଥାନ୍ତି, ତେବେ ସେମାନେ ଆମକୁ ଅଧିକ ଦାମ୍‌ ଦେବା ଉଚିତ। ଏହା ଏକ ଭଲ ନିଷ୍ପତ୍ତି।

ସେହିଭଳି ଭବିଷ୍ୟତରେ ଭାରତରେ ଖେଳିବା ମାମଲାରେ ଆମକୁ ବନ୍ଧୁତାର ହାତ ବଢ଼ାଇବା ଉଚିତ। ସେଠାକୁ ଯିବା ଉଚିତ। ମୁଁ ସବୁବେଳେ ଭାବେ ଯେ ଭାରତରେ ଖେଳ ଏବଂ ସେଠାରେ ତାଙ୍କୁ ହରାଇ କରି ଆସ। କହିବାକୁ ଗଲେ ପୂର୍ବରୁ ହାଇବ୍ରିଡ୍‌ ମଡେଲ ନିଶ୍ଚିତ ହୋଇଥିଲା ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+