Champions Trophy 2025: ଇତିହାସ ରଚିବେ କୋହିଲ, ଗାଙ୍ଗୁଲି ଏବଂ ଧାୱନଙ୍କ ରେକର୍ଡ ଭାଙ୍ଗିବେ
ଚାମ୍ପିଅନ୍ସ ଟ୍ରଫିରେ ଫର୍ମକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଶତକ ହାସଲ କରି ଫ୍ୟାନ୍ସ ଓ ପୁରା ଟିମ୍କୁ ଖୁସ କରିଦେଇଥିଲେ । ସହ ଦିନିକିଆରେ 14ହଜାର ରନ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହେବାରେ ରେକର୍ଡ କରିଥିଲେ ।
ସେହିପରି ଆସନ୍ତାକାଲି ଭାରତ ଓ ନ୍ଯୁଜିଲାଣ୍ଡ ମଧ୍ୟରେ ମୁକାବିଲା ରହିଛି । ଏହି ମ୍ୟାଚରେ ଆଉ ଏକ ନୂଆ ରେକର୍ଡ ବିରାଟ କୋହଲିଙ୍କୁ ଅପେକ୍ଷା କରିଛି ।
ଚାମ୍ପିଅନ୍ସ ଟ୍ରଫିରେ ଆଉ ଏକ ରେକର୍ଡ ଅପେକ୍ଷାରେ କୋହଲି:
ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଭାରତୀୟ ଖେଳାଳି ଭାବେ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ ହାସଲ କରିବାର ସୁଯୋଗ ରହିଛି। ସୌରଭ ଗାଙ୍ଗୁଲି ଏବଂ ଶିଖର ଧାୱନଙ୍କୁ ପଛରେ ପକାଇ, ବିରାଟ ଭାରତ ପାଇଁ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ରନ କରିବାରେ ବ୍ୟାଟ୍ସମ୍ୟାନ୍ ହୋଇପାରିବେ।

ଗାଙ୍ଗୁଲି ଏବଂ ଧାୱନଙ୍କୁ ପଛରେ ପକାଇବେ କୋହିଲ:
ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଶିଖର ଧାୱନ ସର୍ବାଧିକ ରନ କରିବାର ରେକର୍ଡ ରହିଛି । ଧାୱନ ୧୦ଟି ମ୍ୟାଚ୍ରେ ୩ ଶତକ ଏବଂ ୩ ଅର୍ଦ୍ଧଶତକ ସହାୟତାରେ ୭୦୧ ରନ୍ କରିଛନ୍ତି । ତାଙ୍କର ସର୍ବାଧିକ ରନ୍ ୧୨୫ ରହିଛି। ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ଧାୱନଙ୍କ ପରେ ସୌରଭ ଗାଙ୍ଗୁଲି ରହିଛନ୍ତି । ଗାଙ୍ଗୁଲି ୧୩ଟି ମ୍ୟାଚ୍ ଖେଳି ୩ ଶତକ ଏବଂ ୩ ଅର୍ଦ୍ଧଶତକ ସହିତ ୬୬୫ ରନ୍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୧୪୧ ରନ୍। ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି କୋହଲି । ସେ ୧୫ଟି ମ୍ୟାଚ୍ ଖେଳି ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକବଳରେ ମୋଟ ୬୫୧ ରନ୍ କରିଛନ୍ତି। ବର୍ତ୍ତମାନ କୋହଲି ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ନମ୍ବର ୱାନ୍ ରନ୍ ହାସଲକାରୀ ହେବା ପାଇଁ ଗାଙ୍ଗୁଲି ଏବଂ ଧାୱନଙ୍କୁ ପଛରେ ପକାଇବାକୁ ଚାହିଁବେ।
51 ରନର ଆବଶ୍ୟକତା ରହିଛି:
ଗାଙ୍ଗୁଲିଙ୍କୁ ପଛରେ ପକାଇବା ପାଇଁ କୋହଲିଙ୍କୁ 15 ର ଆବଶ୍ୟକ ରହିଥିବା ବେଳେ ଧାଓ୍ବାନଙ୍କୁ ପଠରେ ପକାଇବା ପ୍ରଥମ ସ୍ଥାନରେ ରହିବା ପାଇଁ 51 ରନ ଆବଶ୍ୟକ ରହିଛି । ଯଦି କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ 51 ରନ୍ କରନ୍ତି, ତେବେ ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ୍ ହାସଲକାରୀ ତାଲିକାରେ ନମ୍ବର 1 ହୋଇଯିବେ।












Click it and Unblock the Notifications