ଭାରତ-ନ୍ୟୁଜିଲାଣ୍ତ ମଧ୍ୟରେ ଫାଇନାଲ୍ ଟକ୍କର
IND vs NZ: ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ତ । ଭାରତୀୟ ଦଳ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଥିବା ବେଳେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ରବିବାର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପଞ୍ଚମ ଥର ପାଇଁ ଚାମ୍ପିଅନସ୍ ଟ୍ରଫି ଫାଇଲାନ ଖେଳିବ ଭାରତ ।
ଏପର୍ଯ୍ୟନ୍ତ ଭାରତ ଏବଂ ନ୍ୟୁଜିଲାଣ୍ଡ ODI ଫର୍ମାଟରେ ୧୧୯ ଥର ପରସ୍ପରର ସାମ୍ନା କରିଛନ୍ତି। ଯେଉଁଥିରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬୧ ଥର ପରାସ୍ତ କରିଛି ଏବଂ ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆକୁ ୫୦ ଥର ପରାସ୍ତ କରିଛି। ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ୭ଟି ମ୍ୟାଚ୍ କୌଣସି ଫଳାଫଳ ବିନା ଶେଷ ହୋଇଛି।

ନିକଟରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୪୪ ରନ୍ରେ ପରାସ୍ତ କରିଥିଲା। ଭାରତ ଏବଂ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫିରେ ଦୁଇଥର ପରସ୍ପରର ସାମ୍ନା କରିଛନ୍ତି। ୨୦୦୦ ମସିହାର ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ଜବରଦସ୍ତ ଟକ୍କର ହୋଇଥିଲା ।












Click it and Unblock the Notifications