Champions Trophy 2025: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଓ ଭାରତ ଗସ୍ତ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ଆସନ୍ତା ବର୍ଷ ପ୍ରାରମ୍ଭରୁ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ନିଜର ଟିମ୍ ଘୋଷଣା କରିଛି । ଏହା ସହ ଭାରତ ଗସ୍ତ ପାଇଁ ମଧ୍ୟ ଦିନିକିଆ ଓ ଟି-୨୦ ଟିମ୍ ଘୋଷଣା କରାଯାଇଛି । ଭରତ ବିପକ୍ଷ ସିରିଜ ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ଜୋସ ବଟଲର ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ।
ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ମଧ୍ୟ ଦିନିକିଆରେ ସୁଯୋଗ ମିଳିଛି । ଏଥିସହିତ ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଜୋ ରୁଟ, ଫିଲ ସାଲ୍ଟ ଓ ମାର୍କ ଉଡଙ୍କ ପରି ଷ୍ଟାର ଖେଳାଳିମାନଙ୍କୁ ଟିମରେ ସ୍ଥାନ ମିଳିଛି । ଜାନୁଆରୀ ୨୨ରୁ ପ୍ରଥମ ଟି-୨୦ ଓ ଫେବୃଆରୀ ୬ରୁ ପ୍ରଥମ ଦିନିକିଆ ମୁକାବିଲା ଆରମ୍ଭ ହେବ ।
ଚାମ୍ପିୟନ୍ସ ଟ୍ରଫି ଓ ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଇଂଲଣ୍ଡ ଟିମ୍:
ଜୋସ ବଟଲର (ଅଧିନାୟକ), ଜୋଫ୍ରା ଆର୍ଚର, ଗସମ ଏଟକିଂସନ, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାୟଡନ କାର୍ସ, ବେନ ଡକେଟ, ଜେମୀ ଓଭର୍ଟନ, ଜେମୀ ସ୍ମିଥ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ଜୋ ରୁଟ, ସାକିବ ମହମୁଦ, ଫିଲ ସାଲ୍ଟ, ମାର୍କ ଉଡ ।

ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଇଂଲଣ୍ଡ ଟିମ୍:
ଜୋସ ବଟଲର (ଅଧିନାୟକ), ରେହାନ ଅହମଦ, ଜୋଫ୍ରା ଆର୍ଚର, ଗସ ଏଟକିଂସନ, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାୟଡନ କାର୍ସ, ବେନ ଡକେଟ, ଜେମୀ ଓଭର୍ଟନ, ଜେମୀ ସ୍ମିଥ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରଶିଦ, ସାକିବ ମହମୁଦ, ଫିଲ ସାଲ୍ଟ, ମାର୍କ ଉଡ ।












Click it and Unblock the Notifications