Get Updates
Get notified of breaking news, exclusive insights, and must-see stories!

Champions Trophy 2025: ଭାରତକୁ ୨୬୫ ରନ୍ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଭାରତକୁ ୨୬୫ ରନ୍ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୪ରେ ଅଲଆଉଟ୍। ସାମ୍ମିଙ୍କୁ ୩, ବରୁଣ ଓ ଜାଡେଜାଙ୍କୁ ୨ଟି ଲେଖାଏଁ ୱିକେଟ୍।

ଟସ ଜିତି ପ୍ରଥମେ ବ୍ଯାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ମହାନ ବ୍ଯାଟର ଷ୍ଟିଭ ସ୍ମିଥ ୭୩ ରନର ପାଳି ଖେଳିଥିଲେ । ସେହିଭଳି ଦୁର୍ଦ୍ଦଶ ଟ୍ରାଭିସ୍ ହେଡ ୩୯ ରନର ପାଳି ଖେଳି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ 'ଚକ୍ରବ୍ଯୁହ'ରେ ଫସି ନିଜ ୱିକେଟ ହରାଇଥିଲେ । ତାଙ୍କଠୁ କଙ୍ଗାରୁ ଦଳ ବଡ ସ୍କୋରର ଆଶା ରଖିଥିଲା । ମାତ୍ର ତାହା ସଫଳ ହୋଇ ନାହିଁ । ସେପଟେ ଅଷ୍ଟ୍ରେଲୀୟ ବ୍ଯାଟର ଜୋଶ ଇଂଲିସ ଓ ଆଲେକ୍ସ କ୍ଯାରି ଯଥାକ୍ରମେ ୧୧ ଓ ୬୧ ରନର ପାରି ଖେଳିଥିଲେ । ବ୍ଯାଟର ଆଲେକ୍ସ କ୍ଯାରିଙ୍କୁ ଶ୍ରେୟସ ଆୟର ନିଜର ଦମଦାର ଥ୍ରୋରେ ରନ୍ ଆଉଟ କରି ପ୍ଯାଭିଲିୟନକୁ ଫେରିଯିବାକୁ ବାଧ୍ଯ କରି ଦେଇଥିଲେ । ଏହାବାଦ ଦୁର୍ଦ୍ଦଶ ମାର୍ନସ ଲାବୁସାନେ ୨୯ ରନ କରି ପ୍ଯାଭିଲିୟନ ଫେରିଥିଲେ । ଏହାବାଦ ବେନ ଡୁଅରସୁଇସ, ଆଡମ ଜାମ୍ପା, ନାଥନ ଇଲିସ ଓ ତନଭିର ସାଂଘା ଯଥାକ୍ରମେ ୧୯,୭ ଓ ୧ ରନ କରି ଆଉଟ ହୋଇଥିଲେ ।

ଗ୍ଲେନ ମ୍ଯାକ୍ସୱେଲଙ୍କଠୁ ମଧ୍ଯ ବଡ ପାଳି ଆଶା କରାଯାଉଥିଲେ ମଧ୍ଯ ସେ ମାତ୍ର ୭ ରନ କରି ନିରାଶ କରିଥିଲେ । ଭାରତ ପକ୍ଷରୁ ଷ୍ଟାର ବୋଲର ମହମ୍ମଦ ସାମି ୩ ୱିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତୀ ଓ ରବିନ୍ଦ୍ର ଜାଡେଜାଙ୍କୁ ୨ ଟି ଲେଖାଏଁ ୱିକେଟ ମିଳିଥିଲା । ଏହାସହ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ଯା ଗୋଟିଏ ଲେଖାଏଁ ୱିକେଟ ନେଇ ଚମକିଥିଲେ । ଭାରତ ଆଜିର ମ୍ଯାଚ ଜିତି ଫାଇନାଲରେ ନିଜ ସ୍ଥାନ ପକ୍କା କରିବା ପାଇଁ ପଡିଆକୁ ଓହ୍ଲାଇବ । ଯଦି ଭାରତ ଏହି ମ୍ଯାଚ ଜିତେ, ତେବେ ଆସନ୍ତା ମାର୍ଚ୍ଚ ୯ ତାରିଖରେ ଫାଇନାଲ ଖେଳି ଚାମ୍ପିୟନ୍ସ ଟ୍ରଫି ହାତେଇବା ଲକ୍ଷ୍ଯରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+