CCL: ରବିବାର ଦିନ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍

ଭାରତ-ଇଂଲଣ୍ଡ ମ୍ୟାଚ ପରେ ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ଖେଳାଯିବ। ସେଥିପାଇଁ ଓଡିଶା କ୍ରିକେଟପ୍ରେମୀମାନେ ବହୁତ ଉତ୍ସାହିତ ଅଛନ୍ତି । ଆସନ୍ତା ରବିବାର ଦିନ ବାରବାଟୀରେ ସିସିଏଲର ୨ଟି ମ୍ୟାଚ ଅନୁଷ୍ଠିତ ହେବ।

ରବିବାର ଦିନ ଅପରାହ୍ଣ ୨ ଟାରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ 'ପଞ୍ଜାବ ଦେ ଶେର' ଓ 'ଭୋଜପୁରୀ ଦବଙ୍ଗ' ଦଳ ମୁହାଁମୁହିଁ ହେବେ। ଏହାପରେ ସନ୍ଧ୍ୟା ୬ଟା ୩୦ ରେ ଦ୍ଵିତୀୟ ମୁକାବିଲା ମୁମ୍ବାଇ ହିରୋସ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବାରବାଟୀର ଏହି ସିସିଏଲ୍ ମ୍ୟାଚର ଉଦଘାଟନ ହେବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Celebrity Cricket League CCL 2025

ଚଳିତ ସଂସ୍କରଣରେ ୭ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ସଂସ୍କରଣରେ ଓଡ଼ିଶାର ସିନେ ତାରକାଙ୍କ ଏକ ଦଳ ସାମିଲ କରାଯିବା ନେଇ ଏବେ ଯୋଜନା କରାଯାଉଛି। ଏଥିପାଇଁ ଫେବ୍ରୁଆରି ୧୬ ତାରିଖ ସକାଳେ ଏକ ପ୍ରଦର୍ଶନୀ ମ୍ୟାଚରେ ଓଡ଼ିଆ ସେଲିବ୍ରିଟି ଦଳ ଭାଗ ନେବେ। ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ଵରେ ଗଠନ କରାଯାଇଛି। ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ।

ଏହି ଟିମ୍ ସିସିଏଲ୍ ଓଡ଼ିଶା କୋର୍ କମିଟିର ସହ ଭାଗିଦାରୀରେ ରହିଛି । ଅଜୟ ଅଗ୍ରୱାଲ ଏହାର ମୁଖ୍ୟ ସଂଯୋଜକ ରହିଛନ୍ତି। ଡକ୍ଟର ସତ୍ୟବ୍ରତ ମିନକେତନ କମିଟିର ମୁଖ୍ୟ ଆବାହକ, ଗୋଲକ ମହାପାତ୍ର ପରାମର୍ଶଦାତା ଓ ବାସୁଦେବ ଭଟ୍ଟ ଆବାହକ ରହିଛନ୍ତି ।

ସିସିଏଲ୍ ୨୦୨୫ର ଟିକେଟ୍‌ ଅନଲାଇନ୍ ଉପଲବ୍ଧ କରାଯାଉଛି। www.ticketginie.com ରେ ଲୋକେ ବାରବାଟୀ ମ୍ୟାଚର ଟିକେଟ ହାସଲ କରିପାରିବେ।

ଫେବ୍ରୁଆରି ୧୧ରୁ ବାରବାଟି ଷ୍ଟାଡିୟମରେ ଅଫଲାଇନ ଟିକେଟ କାଉଣ୍ଟର ଖୋଲା ରହିଛି । ଏହାଛଡ଼ା ବିମାନବନ୍ଦର, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ ପ୍ରମୁଖ ହୋଟେଲରେ ଅତିରିକ୍ତ ଟିକେଟ୍ ଆଉଟଲେଟ୍ ମଧ୍ୟ ଖୋଲା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+