ବାରବାଟୀରେ ଆଜି ସେଲିବ୍ରିଟି କ୍ରିକେଟ ଲିଗ (CCL) : ଦର୍ଶକଙ୍କ ମଧ୍ୟରେ ଉତ୍ସାହ
ବାରବାଟୀରେ ଆଜି ସେଲିବ୍ରିଟି କ୍ରିକେଟ ଲିଗର ଦୁଇଟି ମ୍ୟାଚ୍ ଖେଳାଯିବାର ଅଛି। ପ୍ରଥମ ମ୍ୟାଚ୍ ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ । ସେହିପରି ଅନ୍ୟ ମ୍ୟାଚ୍ ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ । ଅଭିନେତା ସୋନୁ ସୁଦ ପଞ୍ଜାବ ସେଲିବ୍ରିଟି ଟିମର ଅଧିନାୟକ ଅଛନ୍ତି ।

ଅଭିନେତା ଓ ବିଜେପି ସାଂସଦ ମନୋଜ ତିୱାରୀ ଭୋଜପୁରୀ ଦବଙ୍ଗସର ଅଧିନାୟକ ଅଛନ୍ତି । ସେହିପରି ରିତେଶ ଦେଶମୁଖ ମୁମ୍ବାଇ ହିରୋଜ ଟିମର ଅଧିନାୟକ ଦାୟିତ୍ବ ସମ୍ଭାଳୁଥିବା ବେଳେ ଯିଶୁ ସେନଗୁପ୍ତ ବେଙ୍ଗଲ ଟାଇଗସ୍ ଟିମର ଅଧିନାୟକ ଭାର ସମ୍ଭାଳୁଛନ୍ତି ।
ପ୍ରତି ଦଳରେ ସେଲିବ୍ରିଟିମାନେ ହିଁ ଅଛନ୍ତି। ଏହାପୂର୍ବରୁ ସେମାନେ ଗତକାଲି ବାରବାଟୀରେ ଫ୍ଲଡ୍ ଲାଇଟ୍ରେ ଅଭ୍ୟାସ କରିଥିଲେ। ବାର ବାଟୀରେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିବାରୁ ଖୁସି ଥିବା କହିଛନ୍ତି ପଞ୍ଜାବ ସିନେ କଳାକାର ଦକ୍ଷ ଅଜିତ ସିଂ। ସେହିପରି ବାରବାଟୀକୁ ସେଲିବ୍ରିଟି କ୍ରିକେଟ ଲିଗ୍ ଭେନ୍ୟୁ ଭାବେ ବଛାଯିବା ଖୁସିର ଖବର ବୋଲି କହିଛନ୍ତି ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି।












Click it and Unblock the Notifications