ଆନ୍ତଃ ଜିଲ୍ଲା କ୍ୟାରମ ଟୁର୍ଣ୍ଣାମେଣ୍ଟ: ଟିମ୍ ଜିଏସ କଟକ ଚାମ୍ପିଅନ
କଟକ: ବାରବାଟୀ ଷ୍ଟାଡିୟମରେ ବାରବାଟୀ କ୍ୟାରମ ଏକାଡେମୀ ପକ୍ଷରୁ ଆନ୍ତଃ ଜିଲ୍ଲା କ୍ୟାରମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିମ୍ ଜି.ଏସ ଚାମ୍ପିଅନ ହୋଇଥିବା ବେଳେ ଟିମ୍ ବିସିଏ ରନର ଅପ୍ ହୋଇଛି। ଟିମ୍ ଜି.ଏସ ପକ୍ଷରୁ ସାହନୱାଜ ଓରଫ ଦାଦୁ ଏବଂ ସାଜନଙ୍କ ଯୋଡ଼ି ଟିମ୍ ବିସିଏର ଯୋଡ଼ି ଦିପୁ ଓ ସିଲୁକୁ ଫାଇନାଲରେ ୧୮-୧୩, ୨୫-୦, ୨୫-୫ ରେ ପରାସ୍ତ କରି ଏହି ଆନ୍ତଃ ଜିଲ୍ଲା ଟୁର୍ଣ୍ଣାମେଣ୍ଟ ଟାଇଟଲ ନିଜ ନାଁରେ କରିଛନ୍ତି। ଜାତୀୟ ସ୍ତରର କ୍ୟାରମ ବୋର୍ଡରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଚଳିତ ମାସ ୧୩ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ୧୬ ତାରିଖରେ ଶେଷ ହୋଇଥିଲା।

ଡବଲ ଗେମ୍ସରେ ଏହି ପ୍ରତିଯୋଗିତା କରାଯାଇଥିଲା। ତେବେ ଏହି ପ୍ରତିଯୋଗିତାରେ କଟକ ଜିଲ୍ଲାର ସମୁଦାୟ ୬୪ ଟି ଟିମ୍ ଭାଗ ନେଇଥିଲେ। ସମୁଦାୟ ୧୨୮ ଜଣ ଖେଳାଳୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଟି ଟିମକୁ ୪ ଟି ଗ୍ରୁପରେ ବଣ୍ଟନ କରାଯାଇଥିଲା। ତେବେ ଚାମ୍ପିଅନ ହୋଇଥିବା ଦଳକୁ ଟ୍ରଫି ସହ ନଗଦ ୩ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ରନର ଅପ୍ ଦଳକୁ ଟ୍ରଫି ସହ ନଗଦ ୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ବାରବାଟୀ କ୍ୟାରମ ଏକାଡେମୀ ଏହି ପ୍ରତିଯୋଗରର ଆୟୋଜନ କରିଥିଲା।
ବିସିଏର ବଛା ବଛା ରେଫ୍ରି ଏହି ମ୍ୟାଚ୍ ପରିଚାଳନା କରିଥିଲେ। ତେବେ କ୍ୟାରମର ପ୍ରଚାର ପ୍ରସାର କରିବା ସହ ଖେଳାଳୀଙ୍କୁ ଉତ୍ସାହିତ କରିବା ଥିଲା ଏହି ପ୍ରତିଯୋଗିତାର ଲକ୍ଷ୍ୟ। ।












Click it and Unblock the Notifications