ୱିମ୍ବଲଡନ୍ ପାଇଲା ନୂଆ ବିଜେତା, ଜୋକୋଭିକଙ୍କୁ ହରାଇଲେ ଆଲକାରାଜ୍
Wimbledon 2023: ୧୦ ବର୍ଷର ଇତିହାସକୁ ବଦଳାଇ ଦେଲେ ୨୦ ବର୍ଷୀୟ ଯୁବ ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ । ୱିମ୍ବଲଡନ୍ ଟେନିସ୍ ୨୦୨୩ ଟାଇଟଲ ହାସଲ କରିଛନ୍ତି ସ୍ପେନର ଖେଳାଳି କାର୍ଲୋସ ଆଲକାରାଜ । ଫାଇନାଲରେ ସର୍ବିୟାର ଖେଳାଳି ନୋଭାକ ଜୋକୋଭିକଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ପ୍ରଥମଥର ୱିମ୍ବଲଡନ୍ ଫାଇନାଲ୍ ଖେଳିଥିବା ଆଲକାରାଜ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଛନ୍ତି ।

ଗତକାଲି (ରବିବାର) ଲଣ୍ଡନରେ ଖେଳାଯାଇଥିବା ୱିମ୍ବଲଡନ୍ ଟେନିସ ଚାମ୍ପିଅନସିପ ୨୦୨୩ର ଫାଇନାଲରେ ସ୍ପେନର ଆଲକାରାଜ ସର୍ବିଆର ଜୋକୋଭିକଙ୍କୁ ୧-୬, ୭-୬, ୬-୧, ୩-୬ ଓ ୬-୪ରେ ପରାସ୍ତ କରିଛନ୍ତି । ଫାଇନାଲରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ପ୍ରଥମ ସେଟରେ ୩୬ ବର୍ଷୀୟ ଜୋକୋଭିକ୍ ୬-୧ରେ ଜିତିଥିଲେ । ଏହା ପରେ ଆଲକାରାଜ ଦ୍ୱିତୀୟ ସେଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ପର୍ଯ୍ୟାୟରେ ସେଟ୍ ୬-୬ରେ ଟାଇ ହୋଇ ଯାଇଥିଲା । ଏହା ପରେ ଏକ ଟାଇ-ବ୍ରେକର ଖେଳାଯାଇଥିଲା, ଯାହାକୁ ଆଲ୍କ୍ରାଜ ୭-୬ରେ ଜିତି ନେଇଥିଲେ ।
2008: @RafaelNadal wins first Wimbledon title in five-set thriller
2023: @carlosalcaraz wins first Wimbledon title in five-set thriller#Wimbledon pic.twitter.com/Pp5qVzxQwJ
— Wimbledon (@Wimbledon) July 16, 2023
ତୃତୀୟ ସେଟରେ ମଧ୍ୟ ୨୦ ବର୍ଷୀୟ ସ୍ପେନୀୟ ଖେଳାଳି ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ଏବଂ ବହୁ ଅଭିଜ୍ଞ ଜୋକୋଭିକଙ୍କୁ ୬-୧ରେ ପରାସ୍ତ କରିଥିଲେ। ଚତୁର୍ଥ ସେଟରେ ଜୋକୋଭିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୬-୩ରେ ଜିତିଥିଲେ । ପଞ୍ଚମ ତଥା ଶେଷ ସେଟରେ ଆଲକାରାଜଙ୍କ କମାଲ୍ ଦେଖିବାକୁ ମିଳିଥିଲା । ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ୬-୪ରେ ସେ ଏହି ଟାଇଟଲକୁ ନିଜ ନାମରେ ଲେଖି ଦେଇଛନ୍ତି ।
୨୦୨୨ରେ ଆଲକାରାଜ ୟୁଏସ୍ ଓପନ୍ ଟ୍ରଫି ସହ ଗ୍ରାଣ୍ଡ୍ ସ୍ଲାମ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଆଲକାରାଜଙ୍କ ଏହା ପ୍ରଥମ ଓ୍ଵିମ୍ବଲଡନ ଟାଇଟଲ । ଆଲକାରାଜ ଫେଡରର, ନାଡାଲ ଜୋକୋଭିକ ଏବଂ ମରେଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ସୂଚନାଯୋଗ୍ୟ, ୨୦୧୩ ୱିମ୍ବଲଡନ୍ ଫାଇନାଲରେ ଆଣ୍ଡି ମରେଙ୍କଠାରୁ ହାରିବା ପରଠାରୁ ସେଣ୍ଟର୍ କୋର୍ଟରେ ଜୋକୋଭିକ୍ ଅପରାଜିତ ରହିଥିଲେ । ସେବେଠାରୁ ୱିମ୍ବଲଡନରେ କ୍ରମାଗତ ୩୪ ବିଜୟ ପାଇ ସାରିଥିଲେ ।
-
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ






Click it and Unblock the Notifications