ଜୋକୋଭିଚଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ୱିମ୍ବଲଡନ୍ ଟାଇଟଲ ଜିତିଲେ ଆଲକାରାଜ; ରଚିଲେ ଇତିହାସ
ସ୍ପେନର କାର୍ଲୋସ ଆଲକାରାଜ ୱିମ୍ବଲଡନ ୨୦୨୪ ଫାଇନାଲରେ ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ ଜିତିଛନ୍ତି ୱିମ୍ବଲଡନ୍ । ୨୪ ଥର ଗ୍ରାଣ୍ଡସ୍ଲାମ୍ ବିଜେତା ଜୋକୋଭିକ୍ ମଧ୍ୟ ଗତବର୍ଷ ୱିମ୍ବଲଡନ୍ ଫାଇନାଲ୍ ରେ ଆଲକାରାଜଠାରୁ ପରାସ୍ତ ହୋଇଥିଲେ।
ଅଲକାରାଜ ଜୋକୋଭିଚଙ୍କୁ ୬-୨, ୬-୨, ୭-୬ ସେଟ୍ ରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିଛନ୍ତି। କାର୍ଲୋସ୍ ଆଲକାରାଜ ୨୦୨୪ ଫାଇନାଲରେ ଜୋକୋଭିକ୍ ବିପକ୍ଷରେ ପ୍ରଥମ ଦୁଇଟି ସେଟ୍ ସହଜରେ ଜିତି ନେଇଥିଲେ।
୨୦୨୪ ଫାଇନାଲରେ ଜୋକୋବିଚ ବିପକ୍ଷରେ କାର୍ଲୋସ୍ ଅଲକାରାଜ୍ ସହଜରେ ପ୍ରଥମ ଦୁଇଟି ସେଟ୍ ଜିତିଥିଲେ । ସେ ପ୍ରଥମ ଦୁଇଟି ସେଟ୍ ୬-୨, ୬-୨ ଜିତିଥିଲେ, କିନ୍ତୁ ତୃତୀୟ ସେଟ୍ ପାଇଁ ବହୁତ ସଂଘର୍ଷ କରିବାକୁ ପଡିଲା । ତୃତୀୟ ସେଟ୍ ଟାଇ ବ୍ରେକର୍ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ୨୧ ବର୍ଷୀୟ କାର୍ଲୋସ୍ ତାଙ୍କ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିଥିଲେ । ଆପଣଙ୍କୁ କହିରଖୁଛୁ ଯେ ୱେଲ୍ସର ରାଜକୁମାରୀ କେଟ୍ ମଧ୍ୟ ଏହି ଲଢ଼େଇ ଦେଖିବାକୁ ଆସିଥିଲେ, ଯିଏକି ନିକଟରେ କର୍କଟ ରୋଗରେ ପୀଡିତ ଥିବା ଖବର ସାମ୍ନାକୁ ଆସିଥିଲା ।
କାର୍ଲୋସ୍ ଅଲକାରାଜ ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତି ଟେନିସ୍ କିମ୍ବଦନ୍ତୀ ରୋଜର ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ଫେଡେରରଙ୍କ ପରେ କାର୍ଲୋସ୍ ଆଲକାରାଜ ପ୍ରଥମ ଟେନିସ୍ ଖେଳାଳି ଭାବେ କ୍ୟାରିୟରର ପ୍ରଥମ ୪ଟି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଜିତିଛନ୍ତି। କାର୍ଲୋସ ଏପର୍ଯ୍ୟନ୍ତ ଦୁଇଥର, ଥରେ ଫ୍ରେଞ୍ଚ ଓପନ ଏବଂ ଥରେ ୟୁଏସ ଓପନରେ ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ଚାରିଟି ଯାକ ଥର ଜିତିଛନ୍ତି ।
ଟାଉନ୍ସେଣ୍ଡ-ସିନିଆକୋଭାଙ୍କୁ ମହିଳା ଯୁଗଳ ଟ୍ରଫି
ଆମେରିକାର ଟେଲର ଟାଉନସେଣ୍ଡ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ସେ ଓ ତାଙ୍କ ଚେକ୍ଗଣରାଜ୍ୟ ସାଥୀ କାଟେରିନା ସିନିଆକୋଭା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଫାଇନାଲ୍ରେ ଏହି ଯୋଡ଼ି ୭-୬, ୭-୬ ସେଟ୍ରେ କାନାଡ଼ାର ଗାବ୍ରିଏଲା ଡାବ୍ରୋସ୍କି ଓ ନ୍ୟୁଜିଲାଣ୍ଡର ଏରିନ୍ ରୁଟ୍ଲିଫ୍ଙ୍କୁ ପରାସ୍ତ କରିଥିଲେ। ଟାଉନସେଣ୍ଡ ୨୦୨୨ ୟୁଏସ୍ ଓପନ୍ ଏବଂ ଗତ ବର୍ଷ ଫ୍ରେଞ୍ଚ ଓପନ୍ ଯୁଗଳ ଫାଇନାଲ୍ରେ ହାରିଯାଇଥିଲେ। କିନ୍ତୁ ନିଜର ତୃତୀୟ ଫାଇନାଲ୍ ତାଙ୍କ ପାଇଁ ଭାଗ୍ୟଶାଳୀ ହୋଇଛି। ୯ ଯୁଗଳ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ସିନିଆକୋଭାଙ୍କୁ ସାଥୀ କରି ଟ୍ରଫି ଜିତିବାରେ ସକ୍ଷମ ହୋଇଛନ୍ତି।

ଟାଉନ୍ସେଣ୍ଡ-ସିନିଆକୋଭାଙ୍କୁ ମହିଳା ଯୁଗଳ ଟ୍ରଫି
ଅଣମାନ୍ୟତାପ୍ରାପ୍ତ ଯୋଡ଼ି ବ୍ରିଟେନ୍ର ହେନରି ପାଟେନ ଓ ଫିନ୍ଲାଣ୍ଡର ହାରି ହେଲିଓଭାରା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଏହି ବ୍ରିଟେନ୍-ଫିନ୍ଲାଣ୍ଡ ଯୋଡ଼ି ୬-୭, ୭-୬, ୭-୬ ସେଟ୍ରେ ଅଷ୍ଟ୍ରେଲିଆର ମ୍ୟାକ୍ସ ପୁର୍ସେଲ ଓ ଜୋର୍ଡାନ ଥମ୍ପସନ୍ଙ୍କୁ ହରାଇଥିଲେ। ପାଟେନ ଓ ହେଲିଓଭାରା ମାତ୍ର ୩ ମାସ ହେବ ଏକାଠି ଖେଳୁଛନ୍ତି। ହେଲେ ସେମିଫାଇନାଲ୍ରେ ଏହି ଯୋଡ଼ି ସିଡେଡ୍ ଖେଳାଳିଙ୍କୁ ପରାସ୍ତ କରି ଫାଇନାଲ୍ରେ ଅଷ୍ଟ୍ରେଲୀୟ ଯୋଡ଼ିଙ୍କୁ ଭେଟିଥିଲେ। ଅଷ୍ଟ୍ରେଲୀୟ ଯୋଡ଼ି ସେମିଫାଇନାଲ୍ରେ ଶୀର୍ଷ ମାନ୍ୟତା ଯୋଡ଼ି ମାର୍ସିଲ ଗ୍ରାନୋଲରର୍ସ ଓ ହୋରାସିଓ ଜେବାଲୋସଙ୍କୁ ମାତ୍ ଦେଇଥିଲେ।












Click it and Unblock the Notifications