IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ୍; ୨୫.୨୦ କୋଟିରେ କିଣିଲା KKR
ଆଗାମୀ ଆଇପିଏଲ-୧୯ ପାଇଁ ଆରମ୍ଭ ହୋଇଛି ନିଲାମ କାର୍ଯ୍ୟକ୍ରମ । ଭାରତୀୟ ସମୟ ଅପରାହ୍ଣ ୨.୩୦ ମିନିଟରେ ଆବୁଧାବିର ଅଥିହାଡ୍ ଏରେନାରେ ନିଲାମ କାର୍ଯ୍ୟ ଆରମ୍ଭ ହୋଇଛି । ଇତି ମଧ୍ୟରେ ସମସ୍ତ ଫ୍ରାଞ୍ଚାଇଜ ସଦସ୍ୟମାନେ ଆବୁଧାବିରେ ନିଜ ପସନ୍ଦ ଖେଳାଳି ତାଲିକା ଧରି ନିଲାମ ଉପସ୍ଥିତ ଅଛନ୍ତି।

ତେବେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ୍ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ଗ୍ରୀନ୍କୁ ₹୨୫.୨୦ କୋଟି (୨୫୨ ନିୟୁତ ଟଙ୍କା)ରେ କିଣିଛି। ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଖେଳାଳିଙ୍କ ପାଇଁ ଆଇପିଏଲ୍ ଇତିହାସରେ ସର୍ବୋଚ୍ଚ ନିଲାମ ଦେଇଛି। ତଥାପି, ନୂତନ ନିୟମ ଅନୁଯାୟୀ, ଗ୍ରୀନ୍ କେବଳ ₹୧୮ କୋଟି (୧୫୦ ନିୟୁତ ଟଙ୍କା) ପାଇବେ। ବାକି ରାଶି ଖେଳାଳି କଲ୍ୟାଣ ପାଣ୍ଠିକୁ ଯିବ।
୧୦ଟି ଯାକ ଫ୍ରାଞ୍ଚାଇଜ ଖାଲି ପଡ଼ିଥିବା ମୋଟ୍ ୭୭ଟି ସ୍ଥାନ ପାଇଁ ମୋଟ୍ ୩୫୦ ଜଣ ଖେଳାଳିଙ୍କୁ ନେଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୨୪୪ ଜଣ ଭାରତୀୟ ଓ ୧୧୫ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି ।୩୫୯ଜଣ ଖେଳାଳିଙ୍କୁ ନେଇ ୪୨ଟି ସେଟ୍ ପ୍ରସ୍ତୁତ କରାଯାଇଛି । ସମସ୍ତ ଫ୍ରାଞ୍ଚାଇଜଙ୍କ ନିକଟରେ ୭୭ଟି ସ୍ଥାନ ଖାଲି ରହିଛି ।












Click it and Unblock the Notifications