ବୁମରାଙ୍କ ରିଟର୍ଣ୍ଣ, ଜାଣନ୍ତୁ ଆରସିବି ବିପକ୍ଷରେ ଖେଳିବେ କି ନାହିଁ ?
ମୁମ୍ବାଇ ଇଣ୍ଡିଆନ୍ ପ୍ରଶଂସକଙ୍କ ପାଇଁ ବଡ଼ ଖୁସି ଖବର । ନିଜ ଦଳର ଖରାପ ପ୍ରଦର୍ଶନକୁ ନେଇ ଟେନସନରେ ଥିବା ଫ୍ୟାନ୍ସ ଏବେ ପୁଣି ଚିୟର କରିବେ । ମୁମ୍ବାଇ ଇଣ୍ଡିଆନ୍ସରେ ଟିମରେ ଯୋଗ ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଜସପ୍ରୀତ୍ ବୁମରା । ମୁମ୍ବାଇ ଫ୍ରାଞ୍ଚାଇଜ୍ ସୋସିଆଲ ମିଡିଆ ମାଧ୍ୟମରେ ଏହି ବଡ ଖବରକୁ ସେୟାର କରିଛି । ଏବେ ଦଳ ଏବଂ ପ୍ରଶଂସକଙ୍କ ମନୋବଳ ବୃଦ୍ଧି ହୋଇଛି ବୁମରାଙ୍କ ରିଟର୍ଣ୍ଣସ୍ ପରେ ।
ମୁମ୍ବାଇ ଇଣ୍ଡିଆନ୍ସର ଡାହାଣହାତୀ ତାରକା ଫାଷ୍ଟ ବୋଲର ଜସପ୍ରିତ ବୁମରା ଏପ୍ରିଲ 7 ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚୀର-ପ୍ରତିଦ୍ୱନ୍ଦ୍ୱୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗ ଦେଇଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ୍ ଏକ୍ସ ଆକାଉଣ୍ଟରୁ ବୁମରାଙ୍କ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରି ବୁମରାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛି । ଭିଡିଓଟି କ୍ୟାପସନ ସହିତ ପୋଷ୍ଟ କରାଯାଇଥିଲା | ଯେଉଁଥିରେ ବୁମରାଙ୍କୁ ସିଂହ ରୂପେ ଚିତ୍ରିତ କରାଯାଇଛି ଏବଂ କୁହାଯାଇଛି ଯେ ସିଂହ ଜଙ୍ଗଲରେ ଗର୍ଜନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଏପ୍ରିଲ 7 ରେ ନିଜ ଘରୋଇ ପଡିଆରେ RCB ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିପାରନ୍ତି । ବୁମରା ଉପଲବ୍ଧ ନ ଥିବାରୁ ଦଳ ଏପର୍ଯ୍ୟନ୍ତ 4 ଟି ମଧ୍ୟରୁ 3 ଟି ହାରିଛି । ଏଭଳି ପରିସ୍ଥିତିରେ ଆସନ୍ତାକାଲି ମୁମ୍ବାଇ ହୋମ ଗ୍ରାଉଣ୍ଡ ଓ୍ବାଙ୍ଖଡେରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବୁମରାଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ସମୟରେ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ ।
2013 ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିବା ବୁମରା 133 ମ୍ୟାଚ୍ ରେ 165 ୱିକେଟ୍ ନେଇଛନ୍ତି। 2023 ମସିହାରେ ପିଠିରେ ଆଘାତ ପାଇଁ ଆଇପିଏଲରେ ଖିଳିପାରିନଥିଲେ ।












Click it and Unblock the Notifications