Get Updates
Get notified of breaking news, exclusive insights, and must-see stories!

ind vs aus 4th test: ବ୍ରିସବେନ ବାଜିରେ ବର୍ଷା ବାଧକ, ଭାରତ ଆଗରେ 328ରନ ବିଜୟ ଲକ୍ଷ୍ୟ

ଭାରତ ଆଗାରେ 328ରନର ବିଶାଳ ବିଜୟ ଲକ୍ଷ୍ୟ । ସେପଟେ 1-1ରେ ବାରବର ଥିବା ସିରିଜକୁ ଜିତିବା ଲାଗି ଭାରତ ଅଲଆଉଟକୁ ଟାର୍ଗେଟ କରିଛନ୍ତି କଙ୍ଗାରୁ ବୋଲର ।

ବ୍ରିସବେନ: ବ୍ରିସବେନ ବାଜିରେ ବର୍ଷା ବାଧକ । ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ଭାରତ ପିଛା କରିବାକୁ ବାହାରିଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । କିଛି ସମୟର ଅପେକ୍ଷା ପରେ ଷ୍ଟମ୍ପ ଅପସାରଣ କରିଥିଲେ ଅମ୍ପେୟାର । ତେବେ 4ର୍ଥ ଦିନ ଖେଳ ଶେଷ ହୋଇଯାଇଥିବା ବେଳେ ହାତରେ ଅଛି ଆଉ ଗୋଟଏ ଦିନ । ଆଉ ଭାରତ ଆଗାରେ 328ରନର ବିଶାଳ ବିଜୟ ଲକ୍ଷ୍ୟ । ସେପଟେ 1-1ରେ ବାରବର ଥିବା ସିରିଜକୁ ଜିତିବା ଲାଗି ଭାରତ ଅଲଆଉଟକୁ ଟାର୍ଗେଟ କରିଛନ୍ତି କଙ୍ଗାରୁ ବୋଲର ।

ତେବେ ଷ୍ଟମ୍ପ ଅପସାରଣ ବେଳକୁ ଭାରତ 328ରନ ବିଶାଳ ଲକ୍ଷ୍ୟକୁ ପିଛା କରି ମାତ୍ର 4 ରନ କରିଛି । ଭାରତୀୟ ଦଳ କୌଣସି ୱିକେଟ ବ୍ୟୟ କରିନଥିବା ବେଳେ ଓପନର ରୋହିତ ଶର୍ମା (4) ଓ ଶୁଭମନ ଗିଲ (0) ରେ ଅପରାଜିତ ଅଛନ୍ତି । ଏହାପୂର୍ବରୁ ଭାରତ ପେସର୍ ମହମ୍ମଦ ସିରାଜ ନିଜର ପ୍ରଥମ ପାଞ୍ଚ ୱିକେଟ୍ ନେଇଥିବା ବେଳେ ଅଷ୍ଟ୍ରେଲିଆ 294 ରନ୍ କରି ଆଉଟ୍ ହୋଇଥିଲା ।

 ind vs aus

ଅଷ୍ଟ୍ରେଲିଆ ବନାମ ଭାରତ, ଚତୁର୍ଥ ଟେଷ୍ଟ ଚତୁର୍ଥ ଦିନ, ହାଇଲାଇଟ୍ସ:

ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଚା ପାନ ବିରତି ସମୟରେ 243-7ରନ କରିପାରିଥିଲା । ପରେ ତିନୋଟି ୱିକେଟ୍ ପାଇଁ ଅଷ୍ଟ୍ରେଲିଆ ଆହୁରି 51 ରନ୍ ଯୋଡିଥିଲା । ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ମାର୍କସ୍ ହାରିସ୍ ସତର୍କତାର ସହ ଖେଳିଥିଲେ। ଆଉଟ୍ ଅଫ୍ ଫର୍ମ ଥିବା ୱାର୍ଣ୍ଣର୍ ଓ ହାରିସ୍ ପ୍ରଥମ ୱିକେଟ୍ ପାଇଁ ୮୯ ରନ୍ ଯୋଡ଼ିଥିଲେ। ଏହି ସେଟ୍ ଯୋଡ଼ିକୁ ଶାର୍ଦ୍ଦୁଳ ଠାକୁର ଭାଙ୍ଗିବାରେ ସଫଳ ହୋଇଥିଲେ। ହାରିସ୍ ବ୍ୟକ୍ତିଗତ ୩୮ (୮ ଚୌକା) ରନ୍ କରିଥିବା ବେଳେ ଶାର୍ଦ୍ଦୁଳଙ୍କ ବଲରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଧରା ପଡ଼ିଥିଲେ।

ପରେ ଡେବ୍ୟୁାଣ୍ଟ ୱାଶିଂଟନ୍ ସୁନ୍ଦର ଏହା ପରେ ଡେଭିଡ ୱାର୍ଣ୍ଣରଙ୍କୁ 48ରେ ଆଉଟ କରିଥିଲେ । ସିରାଜ ମାର୍ନସ ଲାବୁସାଗ୍ନେଙ୍କୁ ସ୍ଲିପ୍‌ରେ କ୍ୟାଚ କରାଇଥିଲେ । ତିନି ବଲ ପରେ ସିରାଜ ମାଥ୍ୟୁ ୱେଡଙ୍କୁ ଆଉଟ କରିଥିଲେ। ସ୍ମିଥ୍ ପରେ କ୍ୟାମେରନ୍ ଗ୍ରୀନ୍ ସହିତ ମିଶି ଦଳୀୟ ସ୍କୋରକୁ 196ରନକୁ ଉଠାଇଲେ ।

ସ୍ମିଥ୍ (55) ମହମ୍ମଦ ସିରାଜଙ୍କ ବଲରେ ଆଉଟ ହୋଇଥିଲେ । ଅଧିନାୟକ ଟିମ୍ ପେନ (27)ଙ୍କୁ ଆଉଟ କରି ଠାକୁର ଇନିଂସର ତୃତୀୟ ୱିକେଟ୍ ନେଇଥିଲେ। ଏହି ସିରିଜ୍ 1-1 ରେ ବରାବର ଥିବାବେଳେ ଅଷ୍ଟ୍ରେଲିଆକୁ ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ହେଲେ 4ର୍ଥ ମ୍ୟାଚ ଉପରେ ବିଜୟ ଆବଶ୍ୟକ ହୋଇଛି । ସେହିପରି ସିରିଜରେ ରହିବାକୁ ହେଲେ ଭାରତକୁ କେବଳ ଗୋଟିଏ ଡ୍ର ଦରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+