Get Updates
Get notified of breaking news, exclusive insights, and must-see stories!

Paris Olympics 2024 : ଭିନେଶ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ବ୍ରିଜ ଭୂଷଣଙ୍କ ପୁଅ ଦେଲେ ପ୍ରତିକ୍ରିୟା, କହିଲେ.....

ଅଲିମ୍ପିକ୍ସରେ ଭାରତ ହାତ ଛଡା କରିଛି ଆଉ ଏକ ନିଶ୍ଚିତ ପଦକ । କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ ଝଟକା । ଧାର୍ଯ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ । ମିଳିଥିବା ସୂଚନା ମୁତାବକ, ବିନେଶ ଫୋଗାଟ୍ ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ହେଇଥିଲେ, ଏହି କାରଣରୁ ତାଙ୍କୁ ଡିସକ୍ୱାଲିଫାଏ କରାଯାଇଛି । ଧାର୍ଯ୍ୟ ଓଜନଠାରୁ ତାଙ୍କର ଓଜନ ୧୦୦ ଗ୍ରାମ ବଢିଥିବାରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ।

ବିନେଶ ଫୋଗାଟ ଅଯୋଗ୍ୟ ଘୋଷଣା କରିବା ପରେ ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରବୋଧନା ଦେଇଛନ୍ତି । ସେ କହିଛନ୍ତି, ଭିନେଶ, ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ । ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା । ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର, ଆମେ ସମସ୍ତେ ତୁମ ସହ ଅଛୁ ।

Vinesh Phogat

କିନ୍ତୁ ଏପଟେ ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ ତଥା କେସିଆରଗଞ୍ଜର ଏମପି କରଣ ଭୂଷଣ ସିଂ ରେସଲର ଭିନେଶ ଫୋଗଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ନେଇ ବଡ଼ ବୟାନ ଦେଇିଛନ୍ତି । ସେ କହିଛନ୍ତି, ଦେଶ ପାଇଁ ଏହା ବଡ଼ କ୍ଷତି । ଫେଡେରେଶନ ଏହା ଉପରେ ଦୃଷ୍ଟି ରଖିବେ । ଏବଂ କଣ କରାଯାଇପାରିବ ସେ ନିଷ୍ପତ୍ତି ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+