ବକ୍ସିଂ ଡେ ଟେଷ୍ଟ: ଟସ୍ ଜିତିଲେ କୋହଲି, ରାହାଣେଙ୍କୁ ପୁଣି ସୁଯୋଗ; ଦେଖନ୍ତୁ, କିପରି ରହିଛି ଚୁଡାନ୍ତ ଏକାଦଶ
ଭାରତ ବନାମ ଦକ୍ଷିଣ ଆଫ୍ରିକା: ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେଞ୍ଚୁରିୟନର ସୁପର ସ୍ପୋର୍ଟସ ପାର୍କରେ ମ୍ୟାଚ ଆରମ୍ଭ ହୋଇଛି ।
ସେଞ୍ଚୁରିୟନ୍ (ଭାରତ ବନାମ ଦକ୍ଷିଣ ଆଫ୍ରିକା): ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେଞ୍ଚୁରିୟନର ସୁପର ସ୍ପୋର୍ଟସ ପାର୍କରେ ମ୍ୟାଚ ଆରମ୍ଭ ହୋଇଛି । ତେବେ ଭାରତୀୟ ଚୁଡାନ୍ତ ଏକାଦଶରେ ଅଜିଙ୍କ୍ୟ ରାହାଣେଙ୍କୁ ପୁଣିଥରେ ସ୍ଥାନ ଦିଆଯାଇଛି । ଏଥିସହିତ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏକମାତ୍ର ସ୍ପିନର ଭାବେ ସ୍ଥାନ ମିଳିଛି । କାରଣ ଫାଷ୍ଟ ବୋଲରଙ୍କ ସହ ଭାରତ ବୋଲିଂ ଆକ୍ରମଣକୁ ସଜାଇଛି ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନ୍ରିକ୍ ନର୍ଥଜେ ଏକାଦଶରୁ ଆଉଟ୍ ହୋଇଛନ୍ତି। ଇତିହାସକୁ ଦେଖିଲେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଅବସ୍ଥା ସର୍ବଦା ଅନୁକୂଳ ରହିଆସିଛି । ଯେତେବେଳେ କି ଭାରତୀୟ ଦଳ ଏଠାରେ ଖେଳାଯାଇଥିବା ସମସ୍ତ ଟେଷ୍ଟ ମ୍ୟାଚ୍ ହାରିଛି ।
ଗତ 26 ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ସୁପରସ୍ପୋର୍ଟ ପାର୍କରେ 26 ଟି ଟେଷ୍ଟ ଖେଳିଛି ଏବଂ ସେଥିମଧ୍ୟରୁ 21 ଟି ଜିତିଛି । ଅବଶିଷ୍ଟ ଦୁଇଟି ମ୍ୟାଚ୍ ଡ୍ର ହୋଇଥିବାବେଳେ କେବଳ ଦୁଇଟି ମ୍ୟାଚ୍ ହାରିଯାଇଛି। ବିଦେଶୀ ଦଳ ମଧ୍ୟରୁ କେବଳ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଏହି ଷ୍ଟାଡିୟମରେ ଟେଷ୍ଟ ମ୍ୟାଚ୍ ଜିତିଛନ୍ତି। 2000 ରେ ଇଂଲଣ୍ଡ 2 ୱିକେଟ୍ ନେଇ ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ ସମାନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 281 ରନରେ ପରାସ୍ତ କରିଥିଲା ।
ସୁପର ସ୍ପୋର୍ଟସ ପାର୍କରେ ଭାରତୀୟ ଦଳର ଇତିହାସକୁ ଦେଖିଲେ ଏହା ନିରାଶାଜନକ ଅଟେ । ଭାରତ ଦୁଇଟି ଟେଷ୍ଟ ଖେଳି ଉଭୟ ହରିଥିଲା । 2010 ରେ, ଭାରତ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ଭାରତୀୟ ଦଳ ଏହି ମ୍ୟାଚକୁ ଏକ ଇନିଂସ ଏବଂ 25 ରନରେ ହରାଇଥିଲା। ଏହା ପରେ 2018 ରେ 135 ରନ୍ ହରାଇଥିଲା ।
ଉଭୟ ଦଳର ଏକାଦଶ-
- ଭାରତ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।
- ଦକ୍ଷିଣ ଆଫ୍ରିକା: ଡିନ୍ ଏଲଗାର (ଅଧନାୟକ), ଆଡେନ ମାର୍କ୍ରାମ, କିଗାନ ପିଟରସେନ, ରସି ଭାନ ଡେରସେନ, ତେମ୍ବା ବାଭୁମା, କ୍ୱିଣ୍ଟନ ଡି କକ (ୱିକେଟକିପର), ଭିଆନ ମୁଲ୍ଡର, ମାର୍କୋ ଜେନସେନ୍, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ନିଗିଡି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications