Get Updates
Get notified of breaking news, exclusive insights, and must-see stories!

Boxing Day Test: ଭାରତୀୟ ବୋଲରଙ୍କ ଚକ୍ରବ୍ୟୁହ, ଫସିଲେ କଙ୍ଗାରୁ

ସମ୍ମାନଜନକ ବକ୍ସିଂ ଡେ ଟେଷ୍ଟର 3ୟ ଦିନ ଖେଳ ଶେଷ ସୁଦ୍ଧା 2ୟ ପାଳିରେ 133ରନ କରି 6 ୱିକେଟ ହରାଇ ସାରିଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଭାରତୀୟ ଦଳର ପ୍ରଥମ ପାଳି 326ରନ ଆଧାରରେ ମାତ୍ର ଦୁଇ ରନ ଆଗରେ ରହିଛି ଘରୋଇ ଦଳ ।

ମେଲବର୍ଣ୍ଣ: ପୁଣି ଚାଲିଲା ଭାରତୀୟ ବୋଲରଙ୍କ କମାଲ । ଫସିଲେ ଘରୋଇ କଙ୍ଗାରୁ ବ୍ୟାଟ୍ସମ୍ୟାନ । ମେଲବର୍ଣ୍ଣ ଟେଷ୍ଟରେ ବିଜୟ ଦ୍ୱାରରେ ଟିମ୍ ଇଣ୍ଡିଆ। ସମ୍ମାନଜନକ ବକ୍ସିଂ ଡେ ଟେଷ୍ଟର 3ୟ ଦିନ ଖେଳ ଶେଷ ସୁଦ୍ଧା 2ୟ ପାଳିରେ 133ରନ କରି 6 ୱିକେଟ ହରାଇ ସାରିଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଭାରତୀୟ ଦଳର ପ୍ରଥମ ପାଳି 326ରନ ଆଧାରରେ ମାତ୍ର ଦୁଇ ରନ ଆଗରେ ରହିଛି ଘରୋଇ ଦଳ । ଫଳରେ ମ୍ୟାଚ ଏବେ ସମ୍ପୂର୍ଣ୍ଣ ଟିମ ଇଣ୍ଡିଆ ହାତ ମୁଠାରେ ରହିଛି ।

Boxing Day Test

ଷ୍ଟମ୍ପ ଅପସାରଣ ବେଳକୁ କ୍ୟାମରେନ୍ ଗ୍ରୀନ୍ ୧୭ ଓ ପ୍ୟାଟ୍ କମିନ୍ସ ୧୫ ରନରେ ବ୍ୟାଟିଂ କରୁଥିଲେ। ୧୩୧ ରନରେ ପଛୁଆ ଥିବା ଅଷ୍ଟ୍ରେଲିଆ ୨ୟ ଇନିଂସରେ ଖରାପ ଆରମ୍ଭ କରିଥିଲା। ଓପନିଂ ବ୍ୟାଟ୍ସମ୍ୟାନ୍ ଜୋ ବର୍ନସ୍ ପୁଣିଥରେ ନିରାଶ କରିଥିଲେ। ସେ ମାତ୍ର ୪ ରନ୍ କରି ଉମେଶ ଯାଦବଙ୍କ ବଲରେ ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଧରା ପଡ଼ିଥିଲେ। ଅନ୍ୟତମ ଓପ୍ନର ମାଥ୍ୟୁ ୱେଡଙ୍କୁ ସାଥ୍ ଦେବାକୁ ଆସିଥିବା ମାର୍ନସ୍ ଲାବୁଶେନ୍ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ଲାବୁଶେନ୍ ବ୍ୟକ୍ତିଗତ ୨୮ ରନ୍ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସ୍ପିନ୍ ଜାଲରେ ଫସି ଯାଇଥିଲେ।

ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥ ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ବ୍ୟାଟିଂ କରିପାରିନଥିଲେ। ଟିମର ସ୍କୋର ୭୧ ଥିବା ବେଳେ ସ୍ମିଥ୍ (୮)ଙ୍କୁ ଜଶପ୍ରୀତ ବୁମରା କ୍ଲିନ୍ ବୋଲ୍ଡ କରିଥିଲେ। ସ୍ମିଥଙ୍କ ଆଉଟ୍ ହେବା ପରେ ୱେଡ୍ ଓ ଟ୍ରାଭିଡ୍ ହେଡଙ୍କ ଉପରକୁ ସବୁ ଦାୟିତ୍ୱ ଚାଲିଯାଇଥିଲା।

ସେଟ୍ ହୋଇସାରିଥିବା ୱେଡ୍ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ୱେଡ୍ ୧୩୭ ବଲର ସାମ୍ନା କରି ୩ ଚୌକା ସହ ୪୦ ରନ୍ କରିଥିଲେ। ହେଡ୍ ପୁଣିଥରେ ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ ଏବଂ ମାତ୍ର ୧୭ ରନ୍ କରି ଡେବ୍ୟୁଟାଣ୍ଟ ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ।

୯୯ ରନ୍ ଭିତରେ ୬ ୱିକେଟ୍ ହରାଇବା ପରେ ଅଷ୍ଟ୍ରେଲିଆ ଉପରେ ଇନିଂସର ପରାଜୟର ବିପଦ ଦେଖା ଦେଖାଇଥିଲା। କିନ୍ତୁ ଗ୍ରୀନ୍ ଓ କମିନ୍ସ ଧୈର୍ଯ୍ୟ ଦେଖାଇଥିଲେ। ଦୁହେଁ ଭାରତୀୟ ବୋଲରଙ୍କୁ ଦୃଢ଼ତାର ସହ ମୁକାବିଲା କରିଥିଲେ ଏବଂ ସପ୍ତମ ୱିକେଟ୍ ପାଇଁ ଅପରାଜିତ ୩୪ ରନର ପାର୍ଟନରଶିପ୍ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+