Get Updates
Get notified of breaking news, exclusive insights, and must-see stories!

ବକ୍ସିଂ ଡେ ଟେଷ୍ଟ: ଆଜିଙ୍କ୍ୟ ରାହାଣେ ଶତକ ବଳରେ ଡ୍ରାଇଭର ସିଟରେ ଭାରତ

ଆଜି ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ 5 ୱିକେଟ ହରାଇ 277ରନ କରିଛି । ଫଳରେ ଘରୋଇ ଅଷ୍ଟ୍ରେଲିଆ ସ୍କୋର ଆଧାରରେ 82 ରନରେ ଅଗ୍ରଣୀ ରହିଛି ଭ୍ରମଣକାରୀ ଭାରତୀୟ ଦଳ ।

ମେଲବର୍ଣ୍ଣ: ରବିବାର ଆଇକନିକ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (ଏମସିଜି) ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ନିୟନ୍ତ୍ରଣରେ ରହିଛି ମ୍ୟାଚ । ଯେଉଁଠି ଅଧିନାୟକ ଅଜିଙ୍କ୍ୟ ରାହାଣେ ଶକତୀୟ ପାଳି ଖେଳିଛନ୍ତି । ତେବେ ଆଜି ଦିନର ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତ 5 ୱିକେଟ ହରାଇ 277ରନ କରିଛି । ଫଳରେ ଘରୋଇ ଅଷ୍ଟ୍ରେଲିଆ ସ୍କୋର ଆଧାରରେ 82 ରନରେ ଅଗ୍ରଣୀ ରହିଛି ଭ୍ରମଣକାରୀ ଭାରତୀୟ ଦଳ ।

ଆଜି ଦିନର ମୁଖ୍ୟ ଆକର୍ଷଣ ଥିଲା ଅଜିଙ୍କ୍ୟ ରାହାଣେ ଏବଂ ତାଙ୍କର ଅତି ଦକ୍ଷ ଭାଗିଦାରୀ ରବୀନ୍ଦ୍ର ଜାଡେଜାଙ୍କ ସହଭାଗିତା । ଋଷଭ ପନ୍ତଙ୍କ ଆଉଟ ହେବା ପରେ ଦୁହେଁ ଏକାଠି ଆରମ୍ଭ କରିଥିଲେ ଭାଗୀଦାରୀ ଶତକୀୟ ପାଳି । ଗତକାଲିର ସ୍କୋରରୁ 36/1 ରୁ ଭାରତ ତାର ପ୍ରଥମ ପାଳି ଆରମ୍ଭ କରିଥିଲା ।

Boxing Day Test

ଶୁବମାନ ଗିଲ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ମାତ୍ର 45 ରନ୍ ସ୍କୋର କରିବା ପରେ ବିଦାୟ ନେଇଥିଲେ। ଚେତେଶ୍ୱର ପୂଜାରା (17) ଙ୍କୁ ପ୍ୟାଟ୍ କମିନ୍ସ ତାଙ୍କ ପରବର୍ତ୍ତୀ ଓଭରରେ ପୁଣି ଥରେ ଚକମା ଦେଇଥିଲେ । ସ୍କୋରକାର୍ଡ ସେହି ସମୟରେ 64/3 ଥିଲା ।

କିନ୍ତୁ ହନୁମା ବିହାର (21) ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସହ ହାତ ମିଳାଇଥିଲେ । ତେବେ ଭାରତୀୟ ସ୍କୋର 52ରନ ସମୟରେ ନାଥନ ଲାୟନଙ୍କ ବଲରେ ସୁଇପ ସର୍ଟ ଖେଳି ଆଉଟ ହୋଇଥିଲେ ବିହାରୀ । ପରେ ବ୍ୟାଟିଂ ଆସିଥିଲେ ଋଷଭ ପନ୍ତ । ମାତ୍ର ମିଚେଲ ଷ୍ଟାର୍କଙ୍କ ଓଭରେ ପନ୍ତ (40 ବଲରୁ 29ରନ) କରି ଆଉଟ ହୋଇଥିଲେ ।

ଅଷ୍ଟ୍ରେଲିଆର 195 ରେ ଭାରତ 22 ରନ୍ ପଛରେ ଥିଲା ଯେତେବେଳେ ରବିନ୍ଦ୍ର ଜାଡେଜା କ୍ରିଜକୁ ଆସିଥିଲେ । ତେବେ ଦୁହିଁଙ୍କ ଶତକୀୟ ଭାଗାଦାରୀ ବଳରେ ଭାରତ ଏହି ଦୃଢ ସ୍କୋରରେ ପହଁଚି ପାରିଛି । ଅଜିଙ୍କ୍ୟ ରାହାଣେ 104 ରନ୍‌ର ବ୍ୟକ୍ତିଗତ ସ୍କୋରରେ ଅପରାଜିତ ଓ ଜାଡେଜା 40ରେ ଅପରାଜିତ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+