Get Updates
Get notified of breaking news, exclusive insights, and must-see stories!

ଆଜିଠୁ ବକ୍ସିଂ ଡେ' ଟେଷ୍ଟ: ଜାଣନ୍ତୁ କଣ ରହିଛି ଏହା ପଛର ଇତିହାସ ?, କେତେଥର ଭାରତ ଖେଳିଛି ଏହି ଟେଷ୍ଟ ମ୍ୟାଚ ?

କଣ ଏହି ବକ୍ସିଂ ଡେ ଟେଷ୍ଟ ? କଣ ରହିଛି ଏହା ପଛର ଇତିହାସ ? କେଉଁ କେଉଁ ଦେଶ ଏହି ଟେଷ୍ଟ ମ୍ୟାଚ ଖେଳିଥାନ୍ତି ? ଭାରତ କେତେଥର ଏହି ବକ୍ସିଂ ଡେ ଟେଷ୍ଟ ମ୍ୟାଚ ଖେଳିଛି ? ଆଉ କଣ ହୋଇଛି ତାର ଫଳାଫଳ ?

ମେଲବର୍ଣ୍ଣ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ବକ୍ସିଂ ଡେ ଟେଷ୍ଟ ମ୍ୟାଚ । ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର 2ୟ ଟେଷ୍ଟ ମ୍ୟାଚ ହେବ ଏହି ସମ୍ମାନ ଜନକ ମ୍ୟାଚ । ଆଉ ଯାହା ଭାରତୀୟ ସମୟ ଭୋର 5ଟାରୁ ଆରମ୍ଭ ହେବାକୁ ଯାଉଛି । ତେବେ ଆପଣ ଜାଣନ୍ତି କି, କଣ ଏହି ବକ୍ସିଂ ଡେ ଟେଷ୍ଟ ? କଣ ରହିଛି ଏହା ପଛର ଇତିହାସ ? କେଉଁ କେଉଁ ଦେଶ ଏହି ଟେଷ୍ଟ ମ୍ୟାଚ ଖେଳିଥାନ୍ତି ? ଭାରତ କେତେଥର ଏହି ବକ୍ସିଂ ଡେ ଟେଷ୍ଟ ମ୍ୟାଚ ଖେଳିଛି ? ଆଉ କଣ ହୋଇଛି ତାର ଫଳାଫଳ ? ତେବେ ଏହି ଆପଣଙ୍କ ମନରେ ଉଙ୍କି ମାରୁଥିବା ଏହି ସମସ୍ତ ପ୍ରଶ୍ନର ଉତ୍ତର ଆମେ ଦେବୁ ଆମର ଏହି ରିପୋର୍ଟରେ....

ସୂଚନାଥାଉ କି, ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ଏହି ଟେଷ୍ଟ ସିରିଜରେ 4ଟି ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ଭାରତ ନିଜ ଟେଷ୍ଟ ଇତିହାସରେ ସର୍ବନିମ୍ନ ସ୍କୋର କରିବା ସହ ଲଜ୍ଜାଜନକ ଭାବେ ଘରୋଇ କଙ୍ଗାରୁ ଦଳଠାରୁ ପରାଜୟ ପାଇଥିଲା । ତେଣୁ 2ୟ ଟେଷ୍ଟ ମ୍ୟାଚ ତଥା ଏହି ସମ୍ମାନ ଜନକ ଟେଷ୍ଟ ମ୍ୟାଚ ଜିତିବାକୁ ଚାହିଁବ ଭ୍ରମଣକାରୀ ଭାରତୀୟ ଦଳ । ତେବେ ଭାରତୀୟ ଦଳ ଏହି ମ୍ୟାଚ ଉପରେ ବିଜୟ ପାଇବା ପୂର୍ବରୁ ଆସନ୍ତୁ ପ୍ରଥମେ ଜାଣି ନେବା କଣ ଏହି ବକ୍ସିଂ ଡେ ଟେଷ୍ଟ ?

ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ପଛରେ କଣ ରହିଛି ଇତିହାସ ?

 ବକ୍ସିଂ ଡେ ଟେଷ୍ଟ

ପ୍ରତି ବର୍ଷ ଡିସେମ୍ବର 26, ଅର୍ଥାତ୍‌ ଖ୍ରୀଷ୍ଟମାସ (ବଡଦିନ) ପରଦିନ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଏ । ଯାହାକୁ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ କୁହାଯାଏ । ତେବେ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଜାଣନ୍ତୁ କଣ ଏହି ବକ୍ସିଂ ଡେ' ।

ଖ୍ରୀଷ୍ଟମାସ ପର ଦିନ ଅର୍ଥାତ ଡିସେମ୍ବର 26 ତାରିଖକୁ ବକ୍ସିଂ ଡେ' ଭାବରେ ପାଳନ କରାଯାଏ । କାରଣ ଏହି ଦିନ ବ୍ରିଟିଶ ଶାସନଠାରୁ ମୁକ୍ତ ହୋଇଥିଲା ଯୁକ୍ତରାଜ୍ୟ । ଅନ୍ୟପଟେ ବକ୍ସିଂ ଡେ' ନାମ କରଣ ଖ୍ରୀଷ୍ଟମାସ ଗିପ୍ଟ ବକ୍ସରୁ ଆସିଛି । ଯାହାକି ଖ୍ରୀଷ୍ଟମାସ ପରଦିନ ଡାକ କର୍ମଚାରୀ, ଘରେ କାମ କରୁଥିବା ଲୋକ, ଜିନିଷପତ୍ର ନେବା ଆଣିବା କରୁଥିବା ଲୋକଙ୍କୁ ଉପହାର ବାବଦରେ ଖ୍ରୀଷ୍ଟମାସ ବକ୍ସ ଦିଆଯାଉଥିଲା । ଏହା ବ୍ରିଟିଶ ପରମ୍ପରାଠାରୁ ଆରମ୍ଭ ହୋଇଥିଲା । ଫଳରେ ଏହି ଦିନକୁ ବକ୍ସିଂ ଡେ' ବୋଲି କୁହାଗଲା ।

ଅନ୍ୟପଟେ ଏହି ଦିନ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ ବୋଲି କୁହାଯାଏ । ପ୍ରତିବର୍ଷ ଡିସେମ୍ବର 26ରେ ଅଷ୍ଟ୍ରେଲିଆ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ଖେଳାଯାଏ । ଅଷ୍ଟ୍ରେଲିଆ ବ୍ୟତୀତ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡରେ ମଧ୍ୟ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍‌ ଖେଳାଯାଏ ।

 ବକ୍ସିଂ ଡେ ଟେଷ୍ଟ

1913 ମସିହାରେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ବକ୍ସିଂ ଡେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ସେହିପରି ଅଷ୍ଟ୍ରେଲିଆ ତାର ପ୍ରଥମ ବକ୍ସିଂ ଡେ ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ ସହ ଖେଳିଥିଲା । ଅନ୍ୟପଟେ ଗତବର୍ଷ ଅଷ୍ଟ୍ରେଲିଆ ଏବଂ ପଡୋଶୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଟେଷ୍ଟ ମ୍ୟାଚ ଖେଳିଥିଲା । ଯାହା କି, ଦୀର୍ଘ 32 ବର୍ଷ ପରେ ଖେଳାଯାଇଥିଲା । କାରଣ 1987 ମସିହାରେ ଶେଷଥର ପାଇଁ ଏହି ଦୁଇ ଦେଶ ମଧ୍ୟରେ ଏହି ଐତିହାସିକ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା।

ଭାରତ କେତେ ଥର ଖେଳିଛି ଏହି ବକ୍ସିଂ ଡେ' ଟେଷ୍ଟ ?

ଟେଷ୍ଟ କ୍ରିକେଟରେ ଅନ୍ୟ ଏକ ସଫଳତମ ଦଳ ଭାବେ ପରିଗଣିତ ଭାରତୀୟ କ୍ରିକେଟ ଟିମ 8ଥର ଖେଳିସାରିଛି ଏହି ବକ୍ସିଂ ଡେ' ଟେଷ୍ଟ ମ୍ୟାଚ । 1958 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ବକ୍ସିଂ ଡେ ଟେଷ୍ଟ ମ୍ୟାଚ ଖେଳିଥିଲା । ଏହା ପରେ 1991, 1999, 2003, 2007, 2011, 2014 ଏବଂ 2018ରେ ଭାରତ ଖେଳିଥିଲା ବକ୍ସିଂ ଡେ ଟେଷ୍ଟ ମ୍ୟାଚ ।

ତେବେ ଭାରତ ଖେଳିଥିବା 8ଟି ବକ୍ସିଂ ଡେ ଟେଷ୍ଟରୁ 5ଟିରେ ପରାଜୟ ଓ ଦୁଇଟି ମ୍ୟାଚ ଡ୍ର ହୋଇଛି । ଯେଉଁଠି ମାତ୍ର ଗୋଟିଏ ବିଜୟ ଲାଗିଛି ଭାରତ ହାତରେ । ଯାହାକି ଦୁଇ ବର୍ଷ ତଳେ ଅର୍ଥାତ 2018ରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ମିଳିଥିଲା । 2018ରେ ବିରାଟ କୋହିଲଙ୍କ ନେତୃତ୍ବାଧିନ ଦଳ ଏହି ଐତିହାସିକ ଟେଷ୍ଟ ମ୍ୟାଚକୁ 137ରନରେ ଜିତିଥିଲା । ଯେଉଁଠି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତଶ୍ବର ପୂଜାର ଯୋଡିଥିଲେ ଶତକୀୟ ପାଳି । ତେବେ ପୂଜାରଙ୍କ ବ୍ୟତିତ ଏହି ବକ୍ସିଂ ଡେ ଟେଷ୍ଟରେ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ୱାଗ, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ମଧ୍ୟ ଶକତ ଯୋଡି ସାରିଛନ୍ତି ।

ବକ୍ସିଂ ଡେ ଟେଷ୍ଟରେ ଭାରତର ରେକର୍ଡ:

  • ମସିହା --- ଫଳାଫଳ
  • 1985 ---ଡ୍ର
  • 1991 ---8 ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ
  • 1999 ---180 ରନରେ ଅଷ୍ଟ୍ରେଲିଆ ବିଜୟୀ
  • 2003 ---9 ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ
  • 2007 ---137 ରନରେ ଅଷ୍ଟ୍ରେଲିଆ ବିଜୟୀ
  • 2011 ---122 ରନରେ ଅଷ୍ଟ୍ରେଲିଆ ବିଜୟୀ
  • 2014 ---ଡ୍ର
  • 2018 ---137 ରନରେ ଭାରତ ବିଜୟୀ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+