Bordrer Gavaskar Trophy 2024: ୪ର୍ଥ ଟେଷ୍ଟରେ କାହାକୁ କାହାକୁ ଖେଳାଇବେ ରୋହିତ?

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫି ସିରିଜ । ୫ ଟିକିଆ ଟେଷ୍ଟ ସିରିଜ୍‌ର ୩ଟି ମୁକାବିଲା ଶେଷ ହୋଇଥିବା ବେଳେ ସିରିଜ୍‌ ୧-୧ରେ ବରାବର ରହିଛି । ଡିସେମ୍ବର ୨୬ ତାରିଖ ଅର୍ଥାତ ଗୁରୁବାର ଠାରୁ ୪ର୍ଥ ଟେଷ୍ଟ ଆରମ୍ଭ ହେବାକୁ ଥିବା ବେଳେ ସିରିଜରେ ଆଗୁଆ ରହିବାକୁ ଜୋରଦାର କସରତ୍ କରୁଛି ଭାରତୀୟ ଦଳ । ସିରିଜ୍‌ର ୪ର୍ଥ ମ୍ୟାଚ ବକ୍ସିଂ ଡେ ଟେଷ୍ଟ ହେବାକୁ ଯାଉଛି ।

ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଶାଳ ବ୍ୟବଧାନରେ ଜିତିଥିବା ବେଳେ ୨ୟ ଟେଷ୍ଟରେ ଦମଦାର କମ୍‌ବ୍ୟାକ୍ କରିଥିଲା କଙ୍ଗାରୁ ଟିମ୍ । ଆଉ ଭାରତକୁ ବଡ ବ୍ୟବଧାନରେ ହରାଇଥିଲା । ସେହିଭଳି ୩ୟ ମ୍ୟାଚରେ ବର୍ଷା ବାଧକ ସାଜିବାରୁ ଡ୍ର ଭାବେ ଶେଷ ହୋଇଥିଲା ।

Bordrer Gavaskar Trophy 2024

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ମୁକାବିଲା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (MCB)ରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଭୋର ୫ଟା ରୁ ଆରମ୍ଭ ହେବ ମୁକାବିଲା । ତେବେ ସବୁଠୁ ବଡ କଥା ହେଉଛି ୪ ର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିଭଳି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଗାବା ଟେଷ୍ଟ ଡ୍ର' ଭାବେ ଶେଷ ହେବା ପରେ ଟିମ୍ ଇଣ୍ଡିଆର ଭେଟେରାନ୍‌ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । କିନ୍ତୁ ଏହାର ପ୍ରଭାବ ମେଲବର୍ଣ୍ଣ ଟେଷ୍ଟରେ ପଡିବାର ସମ୍ଭାବନା ଖୁବ କମ୍‌ । କାରଣ ଗାବା ଟେଷ୍ଟରେ ଭାରତୀୟ ଦଳରେ ଏକମାତ୍ର ଅଲରାଉଣ୍ଡର ଭାବେ ରବିନ୍ଦ୍ର ଜାଡେଜା ସାମିଲ ଥିଲେ ।

ତେଣୁ ଯଦି ୪ର୍ଥ ଟେଷ୍ଟରେ ରୋହିତ ଶର୍ମା ଦଳରେ କିଛି ପରିବର୍ତ୍ତନ କରନ୍ତି ତେବେ ଦ୍ବିତୀୟ ସ୍ପିନ୍ ଅପସନ୍ ଭାବେ ଓ୍ବାଶିଂଟନ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରନ୍ତି । ଆଉ ଯଦି କିଛି ପରିବର୍ତ୍ତନ ନହୁଏ ତେବେ ପୁଣି ଦେଖିବାକୁ ମିଳିପାରେ ନିତୀଶ ରେଡ୍ଡୀଙ୍କ ଜଲଓ୍ବା ।

ସେହିଭଳି ବ୍ୟାଟିଂ ବାହିନୀ କଥା କହିବାକୁ ଗଲେ ଯଶସ୍ବୀ ଜୟସ୍ବାଲ ଓ ଲୋକେସ ରାହୁଲଙ୍କ ହାତରେ ରହିବ ଓପନିଂ ଭାର । ଆଉ ପୂର୍ବ ଭଳି ପୁଣି ୬ନଂରେ ବ୍ୟାଟିଂ କରିବେ କ୍ୟାପଟେନ୍ ରୋହିତ ଶର୍ମା ।

ସେହିଭଳି ବୋଲିଂ ବାହିନୀର ନେତୃତ୍ବ ଜସପ୍ରୀତ ବୁମରାହଙ୍କ ହାତରେ ରହିବ । ବୁମରାହଙ୍କ ସହିତ ଆକାଶ ଦୀପ, ମହମ୍ମଦ ସିରାଜ ଦେଖାଇବେ ଜଲଓ୍ବା । ଓ୍ବାଶିଂଟନ ସୁନ୍ଦରଙ୍କୁ ଯଦି ସୁଯୋଗ ମିଳେ ତେବେ ଏହି ୩ ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭାରତ । ନଚେତ୍ ନିତୀଶ ରେଡ୍ଡୀଙ୍କୁ ୪ର୍ଥ ଦ୍ରୁତ ବୋଲର ଭାବେ ସ୍ଥାନ ମିଳିପାରେ ।

୪ର୍ଥ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୟସ୍ବାଲ, ଲୋକେସ ରାହୁଲ, ଶୁଭମନ ଗିଲ୍‌, ବିରାଟ କୋହଲି, ଋଷଭ ପନ୍ତ, ରୋହିତ ଶର୍ମା (ଅଧିନାୟକ), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଆକାଶ ଦୀପ, ଜସପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜ

ଅଷ୍ଟ୍ରେଲିଆର ସମ୍ଭାବ୍ୟ ଏକାଦଶ: ଉସମାନ ଖ୍ବାଜା, ସାମ୍ କୋଣ୍ଟାସ୍, ମାର୍ନସ ଲାବୁସେନ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ପାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ ଏବଂ ସ୍କଟ୍ ବୋଲାଣ୍ଡ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+