Border Gavaskar Trophy: କାହିଁକି ହାରିଲା ଟିମ୍ ଇଣ୍ଡିଆ ? ଆଗକୁ ଆସିଲା ବଡ ଅପଡେଟ
ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଭାରତ ଶୋଚନୀୟ ପରାସ୍ତ ହୋଇଛି । ୧୦ ୱିକେଟରେ ବିଜୟ ହାସଲ କରିଛି ଘରୋଇ ଦଳ । ପର୍ଥରେ ୨୯୫ରନର ବିରାଟ ବିଜୟ ହାସଲ ପରେ ଆଡିଲେଡରେ ଏମିତି ଖରାପ ପ୍ରଦର୍ଶନ କାହିଁକି କଲା ଭାରତ ।
ପିଙ୍କ ବଲରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିଲେ ଫ୍ୟାନ୍ସ । ହେଲେ ଆଡିଲେଡରେ ବିଜୟ କାହାଣୀ ଲେଖିପାରିଲେ ନାହିଁ ଭାରତ ।
ତେବେ ଚାଲନ୍ତୁ ଜାଣିବା ପରାଜୟର ୫ ପ୍ରମୁଖ କାହାଣୀ
ବିଫଳ ହେଲେ ରୋହିତ-କୋହଲି
ପର୍ଥ ଟେଷ୍ଟ ଖେଳି ନଥିଲେ ଅଧିନାୟକ ରୋହିତ ଶର୍ମା । ମାତ୍ର ଆଡିଲେଡ ଟେଷ୍ଟ ଖେଳିଥିଲେ । ହିଟମ୍ୟାନଙ୍କ ବ୍ୟାଟରୁ ବଡ ଇନିଂସ ଆଶା କରାଯାଉଥିଲା । ମାତ୍ର ସେ ବିଫଳ ହୋଇଥିଲେ । ଦୁଇଟି ଇନିଂସରେ ସେ ମାତ୍ର ୯ରନ କରିଥିଲେ । ଗୋଟିକରେ ୩ ଅନ୍ୟଟିରେ ୬ । ବିରାଟ ବି ଖରାପ ପ୍ରଦର୍ଶନ କରିଥିଲେ। ପ୍ରଥମରେ ୭ ଓ ଅନ୍ୟଟିରେ ୧୧ କରିଥିଲେ ।
ଦ୍ବିତୀୟ ଟେଷ୍ଟରେ ଖେଳିଲେ ମାତ୍ର ୮୧ ଓଭର
ଆଡିଲେଡ ଟେଷ୍ଟରେ ଭାରତୀୟ ଦଳ ଦୁଇଟି ଇନିଂସରେ ମାତ୍ର ୮୧ ଓଭର ଖେଳିଛି । ପ୍ରଥମ ପାରିରେ ୪୪.୧ ଓଭର, ଦ୍ୱିତୀୟ ପାରିରେ ୩୬.୫ ଓଭର ଖେଳିଥିଲେ। ପ୍ରଥମ ଇନିଂସରେ ୧୮୦ ଓ ଦ୍ବିତୀୟ ଇନିଂସରେ ୧୭୫ରନ କରିଛି । ଯଦି ପ୍ରଥମ ପାଳିରେ ଅଧିକ ରନ କରିଥାନ୍ତା ତେବେ ଫାଇଦା ମିଳିଥାନ୍ତା । ମାତ୍ର ଦୁଇଟି ଯାକ ପାଳିରେ ମୋଟ ୩୫୫ରନ କରିଥିଲା ଭାରତ ।

ଅଶ୍ବିନୀଙ୍କୁ ସଠିକ ସୁଯୋଗ ନମିଳିବା
ଦ୍ବିତୀୟ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଭିଜ୍ଞ ଅଶ୍ବିନୀଙ୍କୁ ସୁଯୋଗ ମିଳିଥିଲା । ତାଙ୍କ ପ୍ରଦର୍ଶନ ଭଲ ନଥିଲା । ଏହାସହିତ ମ୍ୟାଚରେ ସଠିକ ସମୟରେ ଅଶ୍ବିନୀଙ୍କ ବ୍ୟବହାର ମଧ୍ୟ ହୋଇନଥିଲା । ପ୍ରଥମ ଇନିଂସରେ ସେ ବହୁ ବିଳମ୍ବରେ ବୋଲିଂ କରିଥିଲେ । ୧୮ ଓଭର ବୋଲି କରି ୫୩ରନ ଦେଇ ମାତ୍ର ଗୋଟିଏ ୱିକେଟ ନେଇଛନ୍ତି ।
ଓପନିଙ୍ଗ ବିଫଳତା
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା । ଭାରତ ବିରାଟ ବିଜୟ ହାସଲ କରିଥିଲା । ଏଥିରେ ୟଶସ୍ବୀ ଜୈସ୍ବାଲ ଶତକ ହାସଲ କରିଥିଲେ । ମାତ୍ର ଆଡିଲେଡରେ ଏହି ଷ୍ଟାର ବ୍ୟାଟର ବିଫଳ ହୋଇଥିଲେ । ଉଭୟ ଯଥାକ୍ରମେ ୧୮ ଓ ୨୪ ରନ କରିଥିଲେ । ସେହିପରି ରାହୁଲ ଏତେଟା ଭଲ ଖେଳି ନଥିଲେ ।
ସର୍ଟ ପିଚ ବଲର ପ୍ରୟୋଗ ନହେବା
ଅଷ୍ଟ୍ରେଲିଆର ୩ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ପାଟ କମିନ୍ସ, ଓ ଷ୍ଟାକ ବୋଲାଣ୍ଡ ଏହି ମ୍ୟାଚରେ ସର୍ଟ ପିଚ ବଲରେ ଉପଯୋଗ କରିଥିଲେ । ଫଳରେ ସେମାନ ସଫଳ ହୋଇଥିଲେ । ମାତ୍ର ଭାରତୀୟ ବୋଲର ଫିକା ପଡିଥିଲେ ।












Click it and Unblock the Notifications