ବର୍ଡର ଗାଭାସ୍କର ଟ୍ରଫି: ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଇଂନିସରେ ୧୮୦ ରନରେ ଟିମ୍ ଇଣ୍ଡିଆ ଅଲଆଉଟ୍
ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଇଂନିସରେ ୧୮୦ ରନରେ ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ । ଆଡିଲେଡ୍ ଟେଷ୍ଟର ପ୍ରଥମ ଇଂନିସରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।
ତେବେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଆଉ ଇଂନିସର ପ୍ରଥମ ବଲରେ ହିଁ ଯଶସ୍ୱୀ ଜୟସଓ୍ୱାଲ ଏଲବିଡବ୍ଲ୍ୟୁ ହେଇ ପାଭିଲିୟନ୍ ଫେରିଥିଲେ । ଏହାପରେ ରାହୁଲ ଆଉ ଗିଲ୍ ଯୋଡି ୬୯ ରନର ପାର୍ଟନରସିପ୍ ଗଢିଥିଲେ ବି, ଏହାପରେ ଟିମ୍ ଇଣ୍ଡିଆ ଲଗାତାର ବ୍ୟବଧାନରେ ଓ୍ୱିକେଟ୍ ହରାଇ ଚାଲିଥିଲା । ତେବେ ଶେଷ ଆଡକୁ ୪୨ ରନର ଇଂନିସ୍ ଖେଳିଥିଲେ ନୀତିଶ ରେଡ୍ଡୀ ।

ଅଷ୍ଟ୍ରେଲିଆ ତରଫରୁ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୬ଟି ଓ୍ୱିକେଟ୍ ନେଇଥିଲାବେଳେ, ପାଟ୍ କମିନ୍ସ ୨ଟି ଓ ବୋଲାଣ୍ଡ ମଧ୍ୟ ଦୁଇଟି ଓ୍ୱିକେଟ୍ ନେଇଥିଲେ । ତେବେ ପର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ଅଛି ଦଳ । ଆଉ ଏବେ ଆଡିଲେଡ୍ ଟେଷ୍ଟର ପ୍ରଥମ ଇଂନିସରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।
ଜୈସୱାଲ ଆଉଟ୍ ହେବା ପରେ ପ୍ରଥମ ଟେଷ୍ଟ ଖେଳି ନଥିବା ଶୁବମନ ଗିଲ ଆସିଥିଲେ ବ୍ୟାଟିଂ କରିବାକୁ। କେଏଲ ରାହୁଲ ଓ ଶୁବମନ ଗିଲ ଖେଳକୁ ଆଗେଇ ନେଉଥିଲେ। ସେମାନଙ୍କ ମଧ୍ୟରେ ୬୯ ରନ୍ର ଭାଗିଦାରୀ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ରାହୁଲ। ସେ ମଧ୍ୟ ମିଚେଲ ଷ୍ଟାର୍କଙ୍କ ଶିକାର ବନିଥିଲେ। ଷ୍ଟାର୍କଙ୍କ ବଲରେ ନାଥନ ମ୍ୟାକସ୍ୱିନୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ରାହୁଲ ଆଉଟ୍ ହେବା ପରେ ଆସିଥିଲେ ବିରାଟ କୋହଲି। କିନ୍ତୁ ସେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୮ଟି ବଲ୍ର ସମ୍ମୁଖୀନ ହୋଇ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲରେ ଷ୍ଟିଭ୍ ସ୍ମିଥ୍ଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
କୋହଲି ୨୦.୧ ଓଭରରେ ଆଉଟ୍ ହୋଇଥିବା ବେଳେ ୨୧.୧ ଓଭରରେ ଆଉଟ ହୋଇଗଲେ ଶୁବମନ ଗିଲ୍। ପ୍ରାୟ ୧୮ ମାସ ପରେ ଅଷ୍ଟ୍ରେଲିଆ ଟିମ୍କୁ ଫେରିଥିବା ପେସର ସ୍କଟ ବୋଲାଣ୍ଡ ତାଙ୍କୁ ଏଲ୍ବିଡବ୍ଲ୍ୟୁ କରି ଦେଇଥିଲେ। ୫୧ଟି ବଲ୍ରେ ୫ଟି ଚୌକା ସହାୟତାରେ ୩୧ ରନ୍ କରି ସେ ଆଉଟ ହୋଇଥିଲେ।
ସେ ଆଉଟ୍ ହେବା ପରେ ଖେଳକୁ ଆଗକୁ ବଢ଼ାଇଥିଲେ ଋଷଭ ପନ୍ତ ଓ ରୋହିତ ଶର୍ମା। କିନ୍ତୁ ନିଜର ଚିରାଚରିତ ଓପନିଂ ସ୍ଥାନ ଛାଡ଼ି ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା ଦଳକୁ ସଙ୍କଟରୁ ଉଦ୍ଧାର କରିପାରି ନଥିଲେ। ୨୩ଟି ବଲ୍ ଖେଳି ମାତ୍ର ୩ ରନ୍ କରି ସେ ସ୍କଟ ବୋଲାଣ୍ଡଙ୍କ ଶିକାର ହୋଇଥିଲେ।
ଦଳ ୨୫.୫ ଓଭରରେ ୮୭ ରନ୍ କରି ୫ଟି ୱିକେଟ୍ ହରାଇଥିଲା। ଋଷଭ ପନ୍ତ ଓ ନୀତୀଶ କୁମାର ରେଡ୍ଡୀ ଖେଳକୁ ଆଗେଇ ନେଉଥିବା ବେଳେ ଆଉଟ ହୋଇଥିଲେ ଋଷଭ। ଦଳର ସ୍କୋର ୧୦୯ରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବଲରେ ସେ ମାର୍ନସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୩୫ଟି ବଲ୍ରେ ୨୧ ରନ୍ କରି ଆଉଟ୍ ହୋଇଥିଲେ। ଆଉ ପରେ ଦଳ ୧୮୦ ରନରେ ଅଲଆଉଟ୍ ହୋଇଥିଲା ।












Click it and Unblock the Notifications