ଆଜିଠୁ ପିଙ୍କ୍ ବଲ୍ ଟେଷ୍ଟ: ଅଷ୍ଟ୍ରେଲିଆ ବନାମ ଭାରତ ମ୍ୟାଚରେ କାହାର ପଲ୍ଲା ଭାରି, କେମିତି ରହିବ ପିଚ୍ ?

ଆଜିଠୁ ପିଙ୍କ୍ ବଲ୍ ଟେଷ୍ଟ । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦିବା-ରାତ୍ର ଟେଷ୍ଟ୍ ଶୁକ୍ରବାରଠାରୁ ଆଡିଲେଡ୍‌ ଓଭାଲରେ ଖେଳାଯିବ । ୨୦୨୦ ଗସ୍ତରେ ଆଡିଲେଡ୍‌ରେ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍ ହେବାର ଭୂତ ମଧ୍ୟ ଭାରତୀୟ ଦଳକୁ ପିଛା‌ କରୁଛି । ଏହାରି ଭିତରେ ଭାରତ ଏହି ମ୍ୟାଚ୍ ଜିତି ବିଶ୍ଵ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଆଉ ଏକ ପାଦ ଆଗକୁ ବଢ଼ାଇବ ।

ପର୍ଥ ଟେଷ୍ଟ୍‌କୁ ୨୯୫ ରନ୍‌ର ବଡ଼ ବ୍ୟବଧାନରେ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ୧-୦ରେ ଆଗୁଆ ଥିବା ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ବ୍ୟାଟିଂକ୍ରମକୁ ନେଇ ଦ୍ବନ୍ଦ୍ବରେ ରହିଛି । ପର୍ଥରେ ବିରାଟ କୋହଲିଙ୍କ ଫର୍ମକୁ ଫେରିବା ଏବଂ ଯଶସ୍ବୀ ଜୟସ୍ବାଲ ଜବରଦସ୍ତ ଫର୍ମରେ ରହିବା ଭାରତର ପଲାକୁ ସାମାନ୍ୟ ଭାରି କରିଛି। ସେହିଭଳି ଯଶପ୍ରୀତ୍‌ ବୁମ୍‌ରା ଭାରତ ପାଇଁ ପୁଣି ଥରେ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

Border Gavaskar Trophy

ଏହା ପୂର୍ବରୁ ଭାରତ ୨୦୨୨ରେ ହିଁ ପିଙ୍କ୍ ବଲ୍‌ରେ କୌଣସି ଟେଷ୍ଟ୍ ‌ଖେଳିଥିଲା। ଅନ୍ୟପକ୍ଷରେ ୧-୦ରେ ପଛୁଆ ରହିବା ପରେ ତାଙ୍କ ଦଳ ଉପରେ ଅତିରିକ୍ତ ଚାପ ରହିଛି ବୋଲି ସ୍ବୀକାର କରିଛନ୍ତି ।

ପିଚ୍‌ କେମିତି ରହିବ

ଆଡିଲେଡ୍ ପିଚ୍‌ରେ ୬ ମିଲିମିଟର ଘାସ ରହିବା ଏବଂ ମ୍ୟାଚ୍ ପିଙ୍କ୍ ବଲ୍‌ରେ ଖେଳାଯିବା ଉଭୟ ଦଳର ବ୍ୟାଟର୍‌ଙ୍କୁ ବଡ଼ ପାଳି ପାଇଁ ଭଲ ଖେଳିବାକୁ ପଡ଼ିବ। ସିଲ୍ଡରୁ ପ୍ରମାଣିତ ହୋଇଛି ଯେ ଯଦି ଜଣେ ସେଟ୍ ବ୍ୟାଟ୍ସମ୍ୟାନ୍ କ୍ରିଜ୍‌ରେ ଥା'ନ୍ତି ଏବଂ ବଲ୍ ପୁରୁଣା ହୋଇଯାଇଥାଏ, ତାହେଲେ ସେ ବଡ଼ ପାଳି ଖେଳି ପାରନ୍ତି । ଗୋଲାପି ରଙ୍ଗର ନୂଆ ବଲ୍‌ରେ ଖେଳିବା କିନ୍ତୁ ସେତେଟା ସହଜ ହେବନି।

ଗୋଲାପି ଟେଷ୍ଟ୍‌ରେ ଅଷ୍ଟ୍ରେଲିଆର ରେକର୍ଡ
ଆଡିଲେଡ୍‌ରେ ଖେଳିଥିବା ସାତଟି ଯାକ ଗୋଲାପି ବଲ୍ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ବିଜୟୀ ‌ହୋଇଛି । ୨୦୧୫-୧୬ରେ ଏଠାରେ ନ୍ୟୁଜିଲାଣ୍ଡକୁ ୩ ୱିକେଟ୍‌ରେ ହରାଇବା ହେଉଛି ୱିକେଟ୍ ବ୍ୟବଧାନରେ କଙ୍ଗାରୁ ଦଳର ସବୁଠୁ ଛୋଟ ବିଜୟ। ବୁମ୍‌ରାଙ୍କ ପାଖରେ ମଧ୍ୟ ଏହି ଟେଷ୍ଟ୍‌ରେ ନୂଆ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଆଉ ଗୋଟିଏ ୱିକେଟ୍ ନେଲେ ଚଳିତବର୍ଷର ପ୍ରଥମ ଓ ଏକମାତ୍ର ବୋଲର୍‌ ଭାବେ ୫୦ ୱିକେଟ୍‌ର ମାଇଲଖୁଣ୍ଟ ଛୁଇଁବେ । ସେହିଭଳି କୋହଲି ଆଉ ଏକ ଶତକ ହାସଲ କଲେ ଆଡିଲେଡ୍‌ ଓଭାଲରେ ଚାରିଟି ଶତକ ହାସଲ କରିବାରେ ପ୍ରଥମ ବ୍ୟାଟର୍‌ ହେବେ।

ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଶୁବମନ ଗିଲ୍, ବିରାଟ କୋହଲି, ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ, ୱାସିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଉସ୍‌ମାନ ଖୱାଜା, ନାଥନ ମ୍ୟାକ୍‌ସ୍ବିନୀ, ମାର୍ନସ ଲାବୁସେନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ, ଆଲେକ୍ସ କ୍ୟାରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ସ୍କଟ୍ ବୋଲାଣ୍ଡ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+