Get Updates
Get notified of breaking news, exclusive insights, and must-see stories!

Border Gavaskar Trophy: ଟିମ ଇଣ୍ଡିଆ ନାଁରେ ଏକାଧିକ ରେକର୍ଡ

ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଆଶାକୁ ମଧ୍ୟ ଜୀବନ୍ତ ରଖିଛି। ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଆଉ ତିନୋଟି ମ୍ୟାଚ ଜିତିବାକୁ ପଡିବ। ତେବେ ନୂଆ ରେକର୍ଡ କରିଛି ଟିମ ଇଣ୍ଡିଆ ।

Multiple records for Team India

ଟିମ ଇଣ୍ଡିଆ ନାଁରେ ଏକାଧିକ ରେକର୍ଡ

  • ଅଷ୍ଟ୍ରେଲିଆ ମାଟିରେ ଭାରତର(ରନ ବ୍ୟବଧାନ) ସବୁଠାରୁ ବଡ଼ ଟେଷ୍ଟ ବିଜୟ। ପୂର୍ବରୁ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ୨୨୨ ରନରେ ହରାଇଥିଲା। ୧୯୭୭ରେ ଏପରି ଘଟିଥିଲା।
  • କୌଣସି ବିଦେଶୀ ମାଟିରେ ଭାରତର ଏହା ତୃତୀୟ ସର୍ବବୃହତ୍ତ ରନ ବ୍ୟବଧାନରେ ଟେଷ୍ଟ ବିଜୟ। ଭାରତର ୨୦୧୯ରେ ୱେଷ୍ଟଇଣ୍ଡିଜକୁ ତା'ରି ମାଟିରେ ୩୧୮ ରନ ଓ ୨୦୧୭ରେ ଶ୍ରୀଲଙ୍କାକୁ ୩୦୪ରେ ହରାଇଥିଲା।
  • ଭାରତ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆକୁ ଅପଟସ ଷ୍ଟାଡିୟମରେ ପରାସ୍ତ କରିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ ଏଠାରେ ପାକିସ୍ତାନ, ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜକୁ ହରାଇଥିଲା। ବୁମ୍ରା ପ୍ରଥମ ଭ୍ରମଣକାରୀ ଦଳ ଭାବେ ଏଠାରେ କୌଣସି ଟେଷ୍ଟ ମ୍ୟାଚ ଜିତିଛନ୍ତି।
  • ଅଷ୍ଟ୍ରେଲିଆ ମାଟିରେ ୧୦ କିମ୍ବା ତା' ଠାରୁ ଅଧିକ ଟେଷ୍ଟ ମ୍ୟାଚ ଜିତିବାରେ ଭାରତର ୪ର୍ଥ ଦେବ। ଏଠାରେ ଇଂଲଣ୍ଡ ୫୭ଟି, ୱେଷ୍ଟଇଣ୍ଡିଜ ୧୯ଟି ଓ ଦକ୍ଷିଣ ଆଫ୍ରିକା ୧୦ଟି ଟେଷ୍ଟ ମ୍ୟାଚ ଜିତିଛି।
  • ଯଶପ୍ରୀତ ବୁମ୍ରା ଭାରତର ୭ମ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ମାଟିରେ କୌଣସି ଟେଷ୍ଟ ମ୍ୟାଚ ଜିତିବାର ଗୌରବ ମୁଣ୍ଡାଇଛନ୍ତି। ତାଙ୍କ ପୂର୍ବରୁ ଅଜିଙ୍କ୍ୟ ରାହାଣେ, ବିରାଟ କୋହଲି, ସୁନୀଲ ଗାଭାସ୍କର, ବିଶନ ସିଂହ ବେଦୀ, ସୌରଭ ଗାଙ୍ଗୁଲି ଓ ଅନୀଲ କୁମ୍ବଲେ ଏପରି ସଫଳତା ପାଇଥିଲେ।
  • ଯଶପ୍ରୀତ ବୁମ୍ରା ଏସିଆ ମହାଦେଶର ଦ୍ୱିତୀୟ ଅଧିନାୟକ ଭାବେ ପର୍ଥ(ୱାକା ଓ ଅପଟସ)ରେ ଟେଷ୍ଟ ମ୍ୟାଚ ଜିତିଛନ୍ତି। ଅନୀଲ କୁମ୍ବଲେଙ୍କ ନେତୃତ୍ୱରେ ଭାରତୀୟ ଟିମ ୨୦୦୮ରେ ପର୍ଥର ୱାକା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇଥିଲା।
  • ଯଶପ୍ରୀତ ବୁମ୍ରା ଦ୍ୱିତୀୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ଏକାଧିକ ଥର କୌଣସି ଟେଷ୍ଟ ମ୍ୟାଚ୍‌ରେ ୮ କିମ୍ବା ତା' ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ୨୦୧୮ ଓ ୨୦୨୪ରେ ବୁମ୍ରା ଏପରି ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ କପିଲ ଦେବ ୧୯୮୫ ଓ ୧୯୯୨ରେ ଏପରି ସଫଳତା ପାଇଥିଲେ।
  • ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବବୃହତ୍ତ(ରନ ବ୍ୟବଧାନ) ଟେଷ୍ଟ ବିଜୟ। ଭାରତର ୨୦୦୮ରେ ଅଷ୍ଟ୍ରେଲିଆକୁ ମୋହାଲିରେ ୩୨୦ ରନରେ ହରାଇଥିଲା। ଏବେ ୨୯୫ରେ ପର୍ଥରେ ଅଷ୍ଟ୍ରେଲିଆ ଠାରୁ ଜିତିଛି।
  • ଅଷ୍ଟ୍ରେଲିଆ ୪ର୍ଥ ଥର ପାଇଁ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ହାରିଛି। ୨୦୦୮ରେ ଦଳ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ବେଳେ ୨୦୧୬ ମଧ୍ୟ ସମାନ ପ୍ରତିପକ୍ଷ ଠାରୁ ପରାସ୍ତ ହୋଇଥିଲା। ୨୦୧୮ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଆଡିଲେଡରେ ଓ ୨୦୨୪ରେ ଅପଟସ ଷ୍ଟାଡିୟମରେ ମାତ ଦେଇଛି।
  • ଯଶପ୍ରୀତ ବୁମ୍ରା ଅଷ୍ଟ୍ରେଲିଆରେ ଏଯାଏ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ୪୦ଟି ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ହାର ରେକର୍ଡ ୧୮.୮୦ ରହିଛି।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+